Dark Matter: ବ୍ରହ୍ମାଣ୍ଡର ଗୁପ୍ତ ରହସ୍ୟ ଉପରୁ ହଟିବ କି ପରଦା? ଅଦୃଶ୍ୟ ଶକ୍ତିର ବଡ଼ ଖୁଲାସା!
"ନୂଆଦିଲ୍ଲୀ:ଦେଖାଯାଏ ନାହିଁ...
ଛୁଇଁ ହୁଏ ନାହିଁ...
ତଥାପି ଏହା ବିନା ବ୍ରହ୍ମାଣ୍ଡର ଅସ୍ତିତ୍ୱ ସମ୍ଭବ ନୁହେଁ!
ଆମ ଚାରିପାଖରେ ଯାହା ଦେଖାଯାଉଛି...
ତାରା, ଗ୍ରହ, ଆକାଶଗଙ୍ଗା...
ସେସବୁ ମିଶି ବ୍ରହ୍ମାଣ୍ଡର ମାତ୍ର ୫ ପ୍ରତିଶତ।
ବାକି ୯୫ ପ୍ରତିଶତ ଏବେ ବି ରହସ୍ୟରେ ଘେରା!
ସେହି ରହସ୍ୟର ନାଁ...
ଡାର୍କ ମ୍ୟାଟର।ଆଉ ଏବେ ଦାବି ହେଉଛି...
ମଣିଷ ସମ୍ଭବତଃ ପ୍ରଥମ ଥର ପାଇଁ ଏହି ଅଦୃଶ୍ୟ ଶକ୍ତିର ଦ୍ୱାରକୁ ଠକ୍ଠକ୍ କରିଛି!
କଳ୍ପନା କରନ୍ତୁ...
ଆପଣ ଗୋଟିଏ ଘରରେ ଅଛନ୍ତି।
ଘର ଭିତରେ କିଛି ଅଛି ବୋଲି ଜାଣୁଛନ୍ତି, କିନ୍ତୁ ଦେଖିପାରୁନାହାନ୍ତି।Advertisment ଡାର୍କ ମ୍ୟାଟରର କାହାଣୀ ଠିକ୍ ସେମିତି।
ବୈଜ୍ଞାନିକମାନେ ଦଶନ୍ଧି ଧରି ଏହାର ଉପସ୍ଥିତି ଅନୁଭବ କରୁଥିଲେ, କିନ୍ତୁ ଏହାକୁ ଦେଖିପାରୁନଥିଲେ।
ଏହା ଆଲୋକ ଛାଡେନି, ଆଲୋକକୁ ଅଟକାଏନି, ପ୍ରତିଫଳିତ ମଧ୍ୟ କରେନି।
ସେଥିପାଇଁ ଦୁନିଆର ସବୁଠୁ ଶକ୍ତିଶାଳୀ ଟେଲିସ୍କୋପ୍ ମଧ୍ୟ ଏହାକୁ ଧରିପାରିନାହିଁ।
ତଥାପି ଏହାର ମାଧ୍ୟାକର୍ଷଣ ଶକ୍ତି ଆକାଶଗଙ୍ଗାଗୁଡ଼ିକୁ ଏକାଠି ଧରି ରଖିଛି।
ଏବେ ଆମେରିକାର ଭୂପୃଷ୍ଠଠାରୁ ପ୍ରାୟ ଏକ ମାଇଲ୍ ତଳେ ଥିବା LUX-ZEPLIN ଡିଟେକ୍ଟରରେ ମିଳିଛି ଏକ ଅସାଧାରଣ ସଂକେତ।
ବୈଜ୍ଞାନିକମାନେ ଦାବି କରୁଛନ୍ତି, ଏକ ରହସ୍ୟମୟ କଣିକା ଓ ଏକ ପରମାଣୁ ମଧ୍ୟରେ ଧକ୍କାର ଚିହ୍ନ ରେକର୍ଡ ହୋଇଛି।
ଏହା ଡାର୍କ ମ୍ୟାଟରର ପ୍ରଥମ ଝଲକ ହୋଇପାରେ ବୋଲି ଆଶା କରାଯାଉଛି।
ତେବେ ଖୁସି ହେବାକୁ ଏବେ ବି ଟିକେ ସମୟ ଅଛି।
କାରଣ ଏହି ସଂକେତର ବିଶ୍ୱସନୀୟତା ୨.୬ ସିଗ୍ମା ସ୍ତରରେ ରହିଛି।
ବିଜ୍ଞାନରେ ନୂଆ ଆବିଷ୍କାରକୁ ପକ୍କା ମାନିବା ପାଇଁ ୫ ସିଗ୍ମା ପ୍ରମାଣ ଆବଶ୍ୟକ।
ତଥାପି ଏହି ଫଳାଫଳ ବୈଜ୍ଞାନିକ ମହଳରେ ଉତ୍ସାହର ଲହରୀ ସୃଷ୍ଟି କରିଛି।
ଯଦି ଏହି ଗବେଷଣା ସତ ପ୍ରମାଣିତ ହୁଏ, ତେବେ ମଣିଷ ପ୍ରଥମ ଥର ପାଇଁ ବ୍ରହ୍ମାଣ୍ଡର ୮୫ ପ୍ରତିଶତ ରହସ୍ୟର ପରଦା ଉଠାଇବ।
ଆଉ ସେହି ଦିନ ବିଜ୍ଞାନ ଇତିହାସରେ ଲେଖାଯିବ ଏକ ନୂଆ ଅଧ୍ୟାୟ।
ନା ଏହାକୁ ଦେଖାଯାଏ...
ନା ଏହାକୁ ଛୁଇଁହୁଏ...
ତଥାପି ବ୍ରହ୍ମାଣ୍ଡର ସବୁଠୁ ବଡ଼ ଭାର ବହନ କରୁଛି ଏହି ଅଦୃଶ୍ୟ ଶକ୍ତି।
ଡାର୍କ ମ୍ୟାଟରର ଏହି ରହସ୍ୟ ଖୋଲିଗଲେ, ବଦଳିଯାଇପାରେ ବ୍ରହ୍ମାଣ୍ଡକୁ ନେଇ ଆମର ସମସ୍ତ ଧାରଣା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।