Daughter Kills Father For Mobile Phone: ଫୋନ୍ ଭାଙ୍ଗିଦେଲେ ବାପା, ପ୍ରେସର କୁକରରେ ପିଟି ପିଟି ମାରିଦେଲା ଝିଅ

Nov 02, 2026 - 18:35
Daughter Kills Father For Mobile Phone: ଫୋନ୍ ଭାଙ୍ଗିଦେଲେ ବାପା, ପ୍ରେସର କୁକରରେ ପିଟି ପିଟି ମାରିଦେଲା ଝିଅ

ଗୋଟିଏ ମୋବାଇଲ୍ ଫୋନ୍‌କୁ ନେଇ ଆରମ୍ଭ ହୋଇଥିଲା ଯୁକ୍ତିତର୍କ।

ଆଉ ଶେଷରେ ଚାଲିଗଲା ବାପାଙ୍କ ଜୀବନ।

ରାଗରେ ରକ୍ତମୁଖା ହୋଇ ବାପାଙ୍କୁ ପ୍ରେସର କୁକର ଢାଙ୍କୁଣି ଓ ଛୁରୀରେ ଆକ୍ରମଣ କଲା ଝିଅ।

ଗୁଜରାଟର ସୁରତରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଖବର।

Advertisment ସୂଚନା ଅନୁସାରେ, ଅକ୍ଟୋବର ୩୧ ତାରିଖ ରାତି ପ୍ରାୟ ସାଢ଼େ ୧୦ଟାରେ ସୁରତର କୋସାଡ ଆବାସ ଅଞ୍ଚଳରେ ଏହି ଘଟଣା ଘଟିଥିଲା।

ଘରୋଇ କାମକୁ ନେଇ ୨୨ ବର୍ଷୀୟ କାଜଲ ଓ ତାଙ୍କ ବାପା ରମେଶସିଂହ ରାଜପୁତଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ଏହି ସମୟରେ ବାପା ଝିଅକୁ ତାଗିଦ୍ କରିବା ସହ ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇ ତଳେ କଚାଡ଼ି ଦେଇଥିଲେ।

ଏଥିରେ ଉତ୍ତ୍ୟକ୍ତ ହୋଇ କାଜଲ ପ୍ରଥମେ ରୋଷେଇ ଘରେ ଥିବା ପ୍ରେସର କୁକର ଢାଙ୍କୁଣିରେ ବାପାଙ୍କ ମୁଣ୍ଡକୁ ବାରମ୍ବାର ଆକ୍ରମଣ କରିଥିଲେ।

ପରେ ଛୁରୀରେ ତାଙ୍କ ପେଟକୁ ଆକ୍ରମଣ କରିଥିବା ପୋଲିସ କହିଛି।

ଗୁରୁତର ଅବସ୍ଥାରେ ରମେଶସିଂହ ଘର ବାହାରକୁ ଦୌଡ଼ି ଯାଇଥିଲେ, ହେଲେ କିଛି ଦୂରରେ ତଳେ ପଡ଼ିଯାଇଥିଲେ।

ତାଙ୍କର ମୃତ୍ୟୁ ହୋଇଥିଲା।

Advertisment ଖବର ପାଇ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ।

ହେଲେ ଡାକ୍ତରୀ ଟିମ୍ ପହଞ୍ଚିବା ବେଳକୁ ରମେଶସିଂହଙ୍କ ମୃତ୍ୟୁ ହୋଇସାରିଥିଲା।

ଏହାପରେ ମୃତକଙ୍କ ପତ୍ନୀ ମଞ୍ଜୁବେନ୍ ଝିଅ କାଜଲଙ୍କ ବିରୋଧରେ ଅମରୋଲି ଥାନାରେ ହତ୍ୟା ଅଭିଯୋଗ କରିଥିଲେ।

ପୋଲିସ ଅଭିଯୋଗ ଆଧାରରେ କାଜଲଙ୍କୁ ଗିରଫ କରିଛି।

ସେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି।

ସୁରତ ପୋଲିସ ଏସିପି ପାର୍ଥ ଚୋଭାଟିଆଙ୍କ ସୂଚନା ଅନୁସାରେ, ଘରୋଇ କାମକୁ ନେଇ ବାପା-ଝିଅଙ୍କ ମଧ୍ୟରେ ବଚସାରୁ ଏହି ହତ୍ୟାକାଣ୍ଡ ଘଟିଛି।

ଘଟଣାର ପ୍ରକୃତ କାରଣ ଓ ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।