Daylight: ଏକ ‘ଆଲୋକ-ଦିବସ’ ଦୂରତା ଅତିକ୍ରମ କରିବ ‘ଭଏଜର୍-୧’
""ନାସା"ର ପ୍ରଖ୍ୟାତ ବେଗବାନ୍ ମହାକାଶ ଯାନ "ଭଏଜର୍-୧" ଏ ବର୍ଷ ସେପ୍ଟେମ୍ବର ୫ ତାରିଖରେ ମହାଶୂନ୍ୟ ପରିଭ୍ରମଣର ଠିକ୍ ୪୯ ବର୍ଷ ପୂରଣ କରିଛି।
୧୯୭୭ ମସିହାରେ ଉତ୍କ୍ଷେପିତ ଏହି ମହାକାଶଯାନଟି କେତେ ନା କେତେ ବୈଷୟିକ ତ୍ରୁଟି ସହ୍ୟ କରି ତିଷ୍ଠିରହିବା ସହିତ ତା" ଆୟୁଷଠାରୁ ଯଥେଷ୍ଟ ଅଧିକ ଦିନ ସଚଳ ରହିଛି।
ଏବେ ପୃଥିବୀଠାରୁ ପ୍ରାୟ ୨,୫୯୦ କୋଟି କିଲୋମିଟର୍ ଦୂରରେ ଥିବା "ଭଏଜର୍-୧" ଆସନ୍ତା ନଭେମ୍ବର ୧୮ ତାରିଖରେ ଏକ ଅସାଧାରଣ କୃତ୍ବିତ୍ବ ହାସଲ କରିବ।
ସେ ଐତିହାସିକ କୃତ୍ବିତ୍ବଟି ହେଉଛି ମନୁଷ୍ୟ ନିର୍ମିତ ପଦାର୍ଥ ଭାବେ ପ୍ରଥମକରି ତାହା ପୃଥିବୀଠାରୁ "ଏକ ଆଲୋକ-ଦିବସ" ଦୂରତ୍ବରେ ପହଞ୍ଚିବ।
ଏହା ଘଣ୍ଟା ପ୍ରତି ୬୦,୯୦୦ କିଲୋମିଟର ବେଗରେ ଗତି କରୁଛି।
Advertisment Annual function: ଓଡ଼ିଶା ସୋସାଇଟି ୟୁକେର ବାର୍ଷିକ ଉତ୍ସବ ପାଳନ ଅନ୍ତରୀକ୍ଷରେ ଦୂରତ୍ବ ଏତେ ବ୍ୟାପକ ଯେ କିଲୋମିଟର ଭଳି ଏକକ ଦ୍ବାରା ତାହା ମାପିବା ସମ୍ଭବ ନୁହେଁ।
ତେଣୁ, ବୈଜ୍ଞାନିକମାନେ ଆଲୋକର ବେଗ ଆଧାରରେ ଅନ୍ତରୀକ୍ଷରେ ଦୂରତ୍ବ ମାପନ୍ତି।
ସେକେଣ୍ଡ୍କୁ ୩ ଲକ୍ଷ କିଲୋମଟର୍ ବେଗରେ ଗତି କରୁଥିବା ଗୋଟାଏ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ତରଙ୍ଗ ଗୋଟିଏ ଦିନରେ ଯେତିକି ଦୂରତା ଅତିକ୍ରମ କରିଥାଏ ତାହା ହେଉଛି ଏକ ଆଲୋକ-ଦିବସ।
ଭଏଜର୍-୧ ଏକ ଆଲୋକ-ଦିବସ ଦୂରତ୍ବରେ ପହଞ୍ଚିଲେ "ନାସା"ର ଡିପ୍ସ୍ପେସ୍ ନେଟ୍ୱାର୍କସ୍ଥିତ ବୈଜ୍ଞାନିକମାନଙ୍କ ଦ୍ବାରା ପ୍ରେରିତ କମାଣ୍ଡ୍ ସେଠାରେ ପହଞ୍ଚିବା ପାଇଁ ୨୪ ଘଣ୍ଟା ଲାଗିବ।
ପୁନଶ୍ଚ ଭଏଜର୍ ଦେଇଥିବା ପ୍ରତ୍ୟୁତ୍ତର ପୃଥିବୀରେ ପହଞ୍ଚିବାକୁ ଆହୁରି ୨୪ ଘଣ୍ଟା ଲାଗିବ।
ଧରନ୍ତୁ ବୈଜ୍ଞାନିକମାନେ ସୋମବାର ସକାଳେ ଭଏଜର୍-୧କୁ ପଚାରିବେ- "କେମିତି ଅଛୁ?" ଭଏଜର୍-୧ର ପ୍ରତ୍ୟୁତ୍ତର ଶୁଣିବାକୁ ସେମାନଙ୍କୁ ବୁଧବାର ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।
ଭଏଜର୍-୧ରେ ଲାଗିଥିବା ପାୱାର୍ ଜେନେରେଟର୍ରୁ ଉତ୍ପନ୍ନ ଶକ୍ତି ୨୦୩୬ ବେଳକୁ ଆବଶ୍ୟକଠାରୁ କମ୍ ହୋଇଯିବା ଫଳରେ ତା" ସହିତ "ନାସା"ର ସମସ୍ତ ବେତାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବ।
ତା"ସତ୍ତ୍ବେ "ଭଏଜର୍-୧" ଅଟକି ଯିବ ନାହିଁ।
ନିୟୁତ ନିୟୁତ ବର୍ଷ ଧରି ତାହା ନିରବରେ ମହାଶୂନ୍ୟ ମଧ୍ୟ ଦେଇ ଗତି କରୁଥିବ।
Eiffel tower: ମହିଳା କର୍ମଚାରୀଙ୍କୁ ଦୂରେଇ ରଖିବା ଅଭିଯୋଗ; ବନ୍ଦ ହେଲା ଆଇଫେଲ୍ ଟାୱାର"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।