DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

Sep 05, 2026 - 10:35
DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ ୪୨ ପ୍ରତିଶତରୁ ବଢ଼ାଇ ୬୦ ପ୍ରତିଶତ କରିବାକୁ ପଞ୍ଜାବ ସରକାରଙ୍କ ତିନି ସଦସ୍ୟ ବିଶିଷ୍ଟ କ୍ୟାବିନେଟ ସବ-କମିଟି ସୁପାରିସ କରିଛି।

ସେପ୍ଟେମ୍ବର ୪, ୨୦୨୬ରେ ଏହି ଘୋଷଣା ସମ୍ପର୍କରେ କ୍ୟାବିନେଟ ମନ୍ତ୍ରୀ ଅମନ ଅରୋରା ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ୧୭ ଜୁଲାଇ ୨୦୨୦ ପରେ ନିଯୁକ୍ତ ହୋଇଥିବା ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କ DA ବୃଦ୍ଧି ହେବ। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଅନ୍ତିମ ଅନୁମୋଦନ ପରେ ଏହାକୁ ଖୁବଶୀଘ୍ର ‘ଜନ୍ମାଷ୍ଟମୀ ଉପହାର’ ଭାବେ ଲାଗୁ କରାଯିବ ବୋଲି ସେ କହିଛନ୍ତି।
ତେବେ ଏହି DA ବୃଦ୍ଧିର ଲାଭ ପଞ୍ଜାବର ସମସ୍ତ ସରକାରୀ କର୍ମଚାରୀଙ୍କୁ ମିଳିବ ନାହିଁ। କେବଳ ୧୭ ଜୁଲାଇ ୨୦୨୦ ପରେ ନିଯୁକ୍ତ ହୋଇଥିବା ପ୍ରାୟ ୮୫ ହଜାର କର୍ମଚାରୀ ଏହାର ଲାଭ ପାଇବେ। ୨୦୨୦ ଜୁଲାଇ ପରେ ନିଯୁକ୍ତ କର୍ମଚାରୀମାନେ କେନ୍ଦ୍ର ସରକାରଙ୍କ ସପ୍ତମ ବେତନ କମିଶନର ପେ-ମ୍ୟାଟ୍ରିକ୍ସ ଅନୁସାରେ ମୂଳ ଦରମା ପାଉଛନ୍ତି। କିନ୍ତୁ ସେମାନଙ୍କ DA ପଞ୍ଜାବର ପୁରୁଣା ୪୨ ପ୍ରତିଶତ ହାରରେ ଅଟକି ରହିଥିଲା। ନୂଆ ସୁପାରିସ ଲାଗୁ ହେଲେ ସେମାନଙ୍କ DA ମଧ୍ୟ କେନ୍ଦ୍ରୀୟ କର୍ମଚାରୀଙ୍କ ସମାନ ୬୦ ପ୍ରତିଶତ ହୋଇଯିବ।

 

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।