ପାଟଣାରେ ଗୁରୁଦିବସ: ଅବସରପ୍ରାପ୍ତ ଗୁରୁଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା

Sep 05, 2026 - 20:33
ପାଟଣାରେ ଗୁରୁଦିବସ: ଅବସରପ୍ରାପ୍ତ ଗୁରୁଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା

ପାଟଣା,୫।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଜୟନ୍ତୀ ଅବସରରେ ପବିତ୍ର ଗୁରୁଦିବସ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି।

ପାଟଣା ମୁଖ୍ୟାଳୟସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପାର୍ଥ ସାରଥୀ ବେଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଧାନଶିକ୍ଷକ ହରେକୃଷ୍ଣ ମହାନ୍ତ, ଯତୀନ୍ଦ୍ର କୁମାର ପଲେଇ ଓ ବିଦ୍ୟାଧର ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ମୁଖ୍ୟାଳୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ମାଳତୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ବଡ଼ପାଟଣା ସରପଞ୍ଚ ବିନତୀ ବନରା ମୁଖ୍ୟ ଅତିଥି ଏବଂ କ୍ଲଷ୍ଟର ସଂଯୋଜକ ଜ୍ୟୋତିର୍ମୟ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଭୋଳାନାଥ ତ୍ରିପାଠୀ ଓ ଅରୁଣ କୁମାର ମିଶ୍ରଙ୍କୁ ମାନପତ୍ର, ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ କମଳାକାନ୍ତ ପତି କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ।

ଅପରପକ୍ଷରେ, ପାଟଣା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସୁଆମ ଶାସନର ଅବସରପ୍ରାପ୍ତ ଆଦର୍ଶ ହାଇସ୍କୁଲ ଶିକ୍ଷକ ମଦନ ମୋହନ ଦ୍ୱିବେଦୀ ଓ ଦୁର୍ଗାଦେଈପୁର ଶାସନର କୃଷ୍ଣଚନ୍ଦ୍ର ଦାଶଙ୍କୁ ମାନପତ୍ର, ଉପଢୌକନ, ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ତୁରୁମୁଙ୍ଗାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ଚିତ୍ତରଞ୍ଜନ ମହାନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ସମ୍ପାଦକ ପ୍ରମୋଦ କୁମାର ସାହୁ ମୁଖ୍ୟ ଅତିଥି, ପାଲା ଗାୟକ ସୁବାସ ପଣ୍ଡା ମୁଖ୍ୟବକ୍ତା ଏବଂ ପରିଚାଳନା କମିଟି ସମ୍ପାଦକ ଅଶୋକ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଏହା ବ୍ୟତୀତ ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ‘ଶ୍ରୀ ସାଇ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ’ଠାରେ ଭାରପ୍ରାପ୍ତ ଉପାଧ୍ୟକ୍ଷ ରଶ୍ମିରଞ୍ଜନ ମହାନ୍ତଙ୍କ ନେତୃତ୍ୱରେ ଗୁରୁଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ନିଖିଲ କୁମାର ପତି, ଅଧ୍ୟାପିକା ତପସ୍ୱିନୀ ମହାନ୍ତ, ବିନ୍ଦୁଶ୍ରୀ ନାୟକ, ପ୍ରଗତି ମହାପାତ୍ର, କୁହେଲିକା ମହାନ୍ତ, କୀର୍ତ୍ତିମୟୀ ମହାନ୍ତଙ୍କ ସମେତ କର୍ମଚାରୀ ଘନଶ୍ୟାମ ସାହୁ, ବୈରାଗୀ ରଣା, ଫକୀର ନାଏକ ଓ ଉମେଶ ରଣା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।