Dead: ମିନାଝୋଲା ନଦୀରୁ ନିଖୋଜ ଯୁବକଙ୍କ ଶବ ଉଦ୍ଧାର

Sep 14, 2026 - 06:06
Dead: ମିନାଝୋଲା ନଦୀରୁ ନିଖୋଜ ଯୁବକଙ୍କ ଶବ ଉଦ୍ଧାର

"ଚନ୍ଦ୍ରପୁର (ଭୀମ ଗାଗେରେଙ୍ଗା): ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ପଞ୍ଚାୟତ ଅନ୍ତର୍ଗତ ବକାଗୁଡା ଗ୍ରାମର ଯୁବକ ମାଛ ଧରିବାକୁ ଯାଇ ନିଖୋଜ ହେବା ଘଟଣାର ଦୁଃଖଦ ପରିଣାମ ସାମ୍ନାକୁ ଆସିଛି।

ନିଖୋଜ ଥିବା ଟିସୁରୁ ବିଏସ୍କା (୪୫) ଙ୍କ ଶବ ଆଜି ଗୁଡାରୀ ଓ ଚନ୍ଦ୍ରପୁର ବ୍ଲକ ସୀମାନ୍ତ ଡେଲିବନ୍ଧ ଗ୍ରାମ ନିକଟସ୍ଥ  ନଦୀରୁ ଉଦ୍ଧାର ହୋଇଥିବା ସୂଚନା ମିଳିଛି।Advertisment ସୂଚନା ମୁତାବକ, ଶନିବାର ସକାଳ ୭ଟା ରେ  ଟିସୁରୁ ମୀନାଝୋଲା ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଯାଇଥିଲେ ।

ନଦୀ ପାଖରେ ବାଇକ ଓ ବ୍ୟାଗ ପଡିଥିବା ବେଳେ ତାଙ୍କର ପତ୍ତା ମିଳୁନଥିଲା।

ଚନ୍ଦ୍ରପୁର ପୁଲିସ ଓ ଅଗ୍ନିଶମ ବାହିନୀ  ମୀନାଝୋଲା ନଦୀରେ ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ ନଦୀରେ ଅଧିକ ଜଳ ପ୍ରବାହ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଥିଲା।

Domestic Dispute ଘରୋଇ କଳିର ଦୁଃଖଦ ଅନ୍ତ: ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ତେବେ ଆଜି ବକାଗୁଡା ଗ୍ରାମର ସମ୍ପର୍କୀୟମାନେ ବଂଶଧାରା ନଦୀ କୂଳରେ ଖୋଜାଖୋଜି କରୁଥିବା ସମୟରେ ଡେଲିବନ୍ଧ ନିକଟ ଏକ ନଦୀ ଗର୍ଭରେ ପଡ଼ିଥିବା ଗଛ ପାଖରେ ଶବ ଭାସୁଥିବା ଦେଖିଥିଲେ।

ପରେ ଏହା ନିଖୋଜ ଟିସୁରୁ ବିଏସ୍କାଙ୍କର ବୋଲି ଚିହ୍ନଟ ହୋଇଥିଲା।

ଏନେଇ ପରିବାର ଲୋକେ ଚନ୍ଦ୍ରପୁର ଥାନାକୁ ଖବର ଦେଇଥିଲେ।

ଚନ୍ଦ୍ରପୁର ଥାନା ଅଧିକାରୀ ହିମାଂଶୁ ଶେଖର ବାରିକ, ଏ ଏସ ଆଇ ବାବୁଲା ପ୍ରଧାନ , ଏ ଏସ ଆଇ ନୃସିଂହ ସାହୁ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଆସନ୍ତାକାଲି ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଚନ୍ଦ୍ରପୁର ଥାନା ଅଧିକାରୀ ହିମାଂଶୁ ଶେଖର ବାରିକ ସୂଚନା ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।