Dead: ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
"ରାଇଘର (ଦେବେନ୍ଦ୍ର ମିଶ୍ର): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗଞ୍ଜାପାରା ସ୍ଥିତ ଆଇ.ଟି.ଆଇ (ଶିଳ୍ପ ତାଲିମ କେନ୍ଦ୍ର)ରେ ଥିବା ହଷ୍ଟେଲ ମଧ୍ୟରୁ ଗୁରୁବାର ବିଳମ୍ବିତ ରାତିରେ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଥିବା ଜଣାପଡ଼ିଛି l ଛାତ୍ରଙ୍କୁ ଦୀର୍ଘ ଦିନ ଧରି ଅନୁଷ୍ଠାନ କର୍ତ୍ତୃପକ୍ଷ ମାନସିକ ନିର୍ଯ୍ୟାତନା ଦେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ମୃତ ଛାତ୍ରଙ୍କ ବାପା ଅଭିଯୋଗ କରିଛନ୍ତିl Advertisment ମୃତ ଛାତ୍ର ଜଣକ ହେଲେ ରାଇଘର ଥାନା ଅନ୍ତର୍ଗତ ହଳଦୀ ପଂଚାୟତର ପୂଜାରୀପାରା ଗ୍ରାମର ନରେନ୍ଦ୍ର ସାହୁଙ୍କ ପୁଅ ରୋହନ ସାହୁ (୧୭) ଏବଂ ସେ ରାଇଘର ଗଞ୍ଜାପାରାସ୍ଥିତ ଶିଳ୍ପ ତାଲିମ କେନ୍ଦ୍ରରେ ଫିଟର ଟ୍ରେଡ୍ରେ ଦ୍ଵିତୀୟ ବର୍ଷର ଛାତ୍ର ଥିଲେ।
ଅନ୍ୟପଟେ ପରିବାର ଲୋକେ ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି l ବାପା ଏ ନେଇ ସେ ରାଇଘର ଥାନାରେ ଲିଖିତ ଅଭିଯୋଗ କରିବା ପରେ ମେଡ଼ିକାଲ ପରିସରରେ ଉତେଜନା ଲାଗି ରହିଛି l ସୂଚନା ମୁତାବକ, ରୋହନ ଗତ କିଛି ମାସ ହେବ ହଷ୍ଟେଲରେ ଏକୁଟିଆ ଗୋଟିଏ ରୁମ୍ରେ ରହୁଥିଲେl ଗତକାଲି ଦିନ ୨ଟା ଠାରୁ ରୋହନ ନିଜ ହଷ୍ଟେଲ ରୁମ ବନ୍ଦ କରି ଭିତରେ ଥିଲେl ଦିନ ତମାମ ହଷ୍ଟେଲ କର୍ତ୍ତୃପକ୍ଷ କିନ୍ତୁ ଏଥିପ୍ରତି ଦୃଷ୍ଟି ଦେଇ ନଥିଲେ l ରାତି ୯ଟା ସମୟରେ ହଷ୍ଟେଲ ରୋଷେଇଆ ରୋହନର କବାଟ ବାଡ଼େଇବା ପରେ ବି ଭିତରୁ କୌଣସି ପ୍ରତିକ୍ରିୟା ଆସିନଥିଲା l ଶେଷରେ ରାତି ୧୨ଟା ସମୟରେ ତାଲିମ କେନ୍ଦ୍ର କର୍ତ୍ତୃପକ୍ଷ ଏବଂ ହଷ୍ଟେଲ କର୍ତୃପକ୍ଷ ମିଶି ରାଇଘର ଥାନା ଅଧିକାରୀଙ୍କୁ ଡାକି ଆଣିଥିଲେl ରାତିରେ କବାଟ ଭାଙ୍ଗିବା ପରେ ରୋହନ ଏକ ଗାମୁଛା ସାହାଯ୍ୟରେ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖି ପୁଲିସ ତାର ମରଶରୀରକୁ ଉଦ୍ଧାର କରିଥିଲାl Dead body: କଳିଙ୍ଗା ଜଙ୍ଗଲରେ ୬୦ ବରିଷ୍ଠ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଅନ୍ୟପଟେ ହଷ୍ଟେଲ କର୍ତୃପକ୍ଷ ହଳଦୀ ଗ୍ରାମକୁ ରାତି ୩ଟା ସମୟରେ ଯାଇ ଛାତ୍ରର ପରିବାର ଲୋକଙ୍କୁ ଡାକି ଆଣିଥିଲେ l ପରିବାର ଲୋକଙ୍କ କହିବା ଅନୁଯାଇ ଗତ କିଛି ଦିନ ହେବ ରୋହନ କୁ ଏକୁଟିଆ ଗୋଟାଏ ରୁମ ରେ ରଖି ଥିଲେ l ପରିବାର ଲୋକେ ଫୋନ କଲେ ତାଲିମ କେନ୍ଦ୍ର କର୍ତୃପକ୍ଷ ରୋହନ କୁ ନିର୍ଯାତନା ଦେଉଥିବା କଥା ବାରମ୍ବାର କହି ଆସୁଥିଲେ l ଅନ୍ୟପଟେ ପରିବାର ଲୋକେ ବି ରୋହନ କୁ ବୁଝାସୁଝା କରି ରଖୁଥିଲେ କିନ୍ତୁ ଆଜି ଯାହା ଘଟଣା ଘଟିଛି ସେଥିପାଇଁ ଶିଳ୍ପ ତାଲିମ କେନ୍ଦ୍ର ର କର୍ମଚାରୀମାନେ ହିଁ ଦାୟୀ ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତିl ଏହା ଆତ୍ମହତ୍ୟା ନୁହେଁ ବରଂ ବିଦ୍ୟାଳୟର କର୍ମଚାରୀମାନେ ନିର୍ଯାତନା ଦେଇ ରୋହନଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛନ୍ତି ବୋଲି ବାପା ନରେନ୍ଦ୍ର ସାହୁ ଅଭିଯୋଗ କରିଛନ୍ତି।
ବିଦ୍ୟାଳୟର କିଛି କର୍ମଚାରୀ ଓ ଶିକ୍ଷକ ରୋହନଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ପରିବାର ଲୋକ ଫୋନ ମାଧ୍ୟମରେ ପୁଅ ସହିତ କଥାବାର୍ତ୍ତା ରୁ ଜାଣି ପାରୁଥିଲେ ବୋଲି ପ୍ରକାଶ କରିଛନ୍ତି l ଏ ନେଇ ଥାନା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରାଯିବା ସହ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ପୁଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିବା ସହିତ ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ବୋଲି ସୂଚନା ଥାନା ଅଧିକାରୀ ସୂଚନା ଦେଇଛନ୍ତି l ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଶବ ବ୍ୟବଚ୍ଛେଦ କରାଯିବା ପରେ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣା ପଡ଼ିଛି l "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।