Dead: ୧୨ ତାଲା ବାଲକୋନିରୁ ଖସି ସିବିଏସ୍ଇ ସ୍ୱର୍ଣ୍ଣ ପଦକ ବିଜେତା ଛାତ୍ରୀଙ୍କ ମୃତ୍ୟୁ
"ଗାଜିଆବାଦ: ନିକଟରେ ସିବିଏସଇ କ୍ରୀଡ଼ାରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିବା ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ୧୨ ତାଲା ବାଲକୋନିରୁ ଖସିପଡ଼ି ଦୁଃଖଦ ମୃତ୍ୟୁ ଘଟିଛି।
ଗାଜିଆବାଦର ରାଜ ନଗର ଏକ୍ସଟେନସନସ୍ଥିତ ଏକ ବହୁତଳ ଆପାର୍ଟମେଣ୍ଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଥିବା ନେଇ ଶନିବାର ପୁଲିସ ସୂଚନା ଦେଇଛି।
ମୃତ ୧୪ ବର୍ଷୀୟା ଛାତ୍ରୀଜଣକ ସେହି ସମୟରେ ନିଜ ବାପାମାଆ, ସାନ ଭଉଣୀ ଓ ଘରକୁ ଆସିଥିବା ଆଇ-ଆଜାଙ୍କ ସହ ଉପସ୍ଥିତ ଥିଲେ।Advertisment ଶୁଖିଥିବା ଲୁଗା ଆଣିବା ପାଇଁ ଯାଇ ମୃତ୍ୟୁ ନନ୍ଦଗ୍ରାମ ସର୍କଲର ଏସିପି ଜିଆଉଦ୍ଦିନ୍ ଅହମ୍ମଦଙ୍କ କହିବା ଅନୁଯାୟୀ, ରାତି ପ୍ରାୟ ୯ଟା ସମୟରେ ଛାତ୍ରୀଜଣକ ବାଲକୋନିକୁ ଶୁଖିଥିବା ଲୁଗା ଆଣିବା ପାଇଁ ଯାଇଥିଲେ।
ସେହି ସମୟରେ ଅସାବଧାନତା ବଶତଃ ତାଙ୍କ ଗୋଡ଼ ଖସିଯିବାରୁ ସେ ସିଧା ତଳେ ପଡ଼ିଯାଇଥିଲେ।
ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତ ଛାତ୍ରୀଜଣକ ଗାଜିଆବାଦର ଏକ ବେସରକାରୀ ବିଦ୍ୟାଳୟରେ ପଢ଼ୁଥିଲେ ଏବଂ ତାଙ୍କ ବାପା ଜଣେ ସଫ୍ଟୱେର୍ ଇଞ୍ଜିନିୟର।
ଚଳିତ ସପ୍ତାହରେ ସେ ସିବିଏସଇ ଜାତୀୟ ରୋପ୍ ସ୍କିପିଂ (ଦଉଡ଼ି କୁଦ) ପ୍ରତିଯୋଗିତାର ୧୯ ବର୍ଷରୁ କମ୍ ବିଭାଗରେ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।
ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଏହି ଘଟଣାରେ ପରିବାର ଲୋକେ କୌଣସି ସନ୍ଦେହ ପ୍ରକାଶ କରିନାହାନ୍ତି କିମ୍ବା ପୁଲିସ ନିକଟରେ କୌଣସି ଅଭିଯୋଗ କରିନଥିବା ଏସିପି ସୂଚନା ଦେଇଛନ୍ତି।
Breast Milk: ମା" କ୍ଷୀରରେ କ୍ଷତିକାରକ ରାସାୟନିକ ପଦାର୍ଥ: ନବଜାତଙ୍କ ବୃକକ, ଯକୃତ ସଙ୍କଟରେ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।