eypore-Koraput route: ରେଳଧାରଣା ଧୋଇଗଲା: ଜୟପୁର-କୋରାପୁଟ ରୁଟ୍ରେ ରେଳ ଚଳାଚଳ ବନ୍ଦ
"କୋରାପୁଟ/ରାୟଗଡ଼ା: ଅବିଶ୍ରାନ୍ତ ବର୍ଷାରେ ଭୂସ୍ଖଳନ ଯୋଗୁଁ ପାହାଡ଼ରୁ ମାଟି ଅତଡ଼ା ଓ ପଥର ଧସି ଜୟପୁର-କୋରାପୁଟ ରେଳ ଲାଇନ୍ର ମାଳିଗୁଡ଼ା ନିକଟରେ ରେଳଧାରଣା ଧୋଇଯାଇଛି।
ରେଳ ଧାରଣାର ବହୁ ସ୍ଥାନରେ ମାଟି ଧସି ତଳକୁ ଖସିଥିବା ବେଳେ କିଛି ସ୍ଥାନରେ ରେଳଧାରଣା ଦବି ଯାଇଛି।
ଅନେକ ସ୍ଥାନରେ ମାଟି ପଥରଗଦା ତଳେ ଧାରଣା ପୋତି ହୋଇଯାଇଛି।
ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍ ଟାୱାର୍ ଉପୁଡ଼ି ମାଟିରେ ଶୋଇଛି।
ଏହି ରୁଟ୍ରେ ରେଳ ଚଳାଚଳ ବନ୍ଦ ରହିଛି।
ରାୟଗଡ଼ା ଡିଆର୍ଏମ୍ ଅମିତାଭ ସିଂଘଲ ମାଳିଗୁଡ଼ାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।Advertisment Landslides: ଭୂସ୍ଖଳନ, ସୁରକ୍ଷା ପାଚେରୀ ଭାଙ୍ଗିବା ପରେ କଳିଙ୍ଗା ଘାଟି ବଢ଼ାଇଲା ଚିନ୍ତା ଜୟପୁର-କୋରାପୁଟ ରୁଟ୍ରେ ରେଳ ଚଳାଚଳ ବନ୍ଦଅଘଟଣରୁ ବର୍ତ୍ତିଲା ଇଣ୍ଟରସିଟି, ୩ ଟ୍ରେନ୍ ବାତିଲ୮ ଘଣ୍ଟା ବିଳମ୍ବରେ କୋରାପୁଟ ପହଞ୍ଚିଲା ହୀରାଖଣ୍ଡମାଟି ତଳେ ରେଳଟ୍ରାକ୍, ବିଦ୍ୟୁତ୍ ଟାୱାର୍ ଧରାଶାୟୀ ଏଣୁ କିରଣ୍ଡୁଲ-ବିଶାଖାପାଟଣା, ବିଶାଖାପାଟଣା-କିରଣ୍ଡୁଲ ଏକ୍ସପ୍ରେସ, କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର ଓ ରାଉରକେଲା-ଜଗଦଲପୁର ଇଣ୍ଟରସିଟି ଏକ୍ସପ୍ରେସକୁ ବାତିଲ କରାଯାଇଛି।
ସେହିପରି ହାୱଡ଼ା- ଜଗଦଲପୁର ସମଲେଶ୍ବରୀ ଏକ୍ସପ୍ରେସ ଓ ଭୁବନେଶ୍ବର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ ଜଗଦଲପୁର ପରିବର୍ତ୍ତେ କୋରାପୁଟ ଷ୍ଟେସନ ପର୍ଯ୍ୟନ୍ତ ଗଡ଼ିବ।
କୋରାପୁଟରୁ ଜଗଦଲପୁର ମଧ୍ୟରେ ଟ୍ରେନ୍ ଚଳାଚଳକୁ ବାତିଲ୍ କରାଯାଇଥିବାରୁ ଯାତ୍ରୀଙ୍କ ପାଇଁ ବସ୍ର ବ୍ୟବସ୍ଥା କରିଛି ରେଳବିଭାଗ।
Horoscope 2026 September 26: ଜାଣନ୍ତୁ ଆଜିର ରାଶିଫଳ...
କୋରାପୁଟ-ରାୟଗଡ଼ା ରେଳ ଲାଇନ୍ର ଟନେଲ୍ ନଂ-୨୯ ଶିକରପାଇ ଷ୍ଟେସନରୁ ୨କିମି ଦୂରରେ ମାଟି ଅତଡ଼ା ଖସିବା ଯୋଗୁଁ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛି ରାଉରକେଲା-ଜଗଦଲପୁର ଇଣ୍ଟରସିଟି ଏକ୍ସପ୍ରେସ୍।
ଭୋର୍ ୪ଟାରେ ଟ୍ରେନ୍ ଶିକରପାଇ ଷ୍ଟେସନ୍ ଅତିକ୍ରମ କରିବା ପରେ ପରେ ହଠାତ୍ ମାଟି ଅତଡ଼ା ଧସିଥିଲା।
ଫଳରେ ଶିକରପାଇ ଷ୍ଟେସନରେ ଇଣ୍ଟରସିଟି ଓ କେଉଟଗୁଡ଼ା ଷ୍ଟେସନରେ ହୀରାଖଣ୍ଡ ଏକ୍ସପ୍ରେସ୍ ଅଟକି ରହିଥିଲା।
ରେଳବାଇ ଉଦ୍ଧାରକାରୀ ଦଳ ଓ ବୈଷୟିକ ଟିମ୍ ପହଞ୍ଚି ୪ ଘଣ୍ଟା ଉଦ୍ୟମ ପରେ ଟ୍ରେନ୍ ଦୁଇଟି ଯାତ୍ରା କରିଥିଲା।
ଗୁରୁବାର ଲେଲିଗୁମା-ରାଉଳି ମଧ୍ୟରେ ମାଟି ଅତଡ଼ା ଧସିବା କାରଣରୁ ବହୁ ସ୍ଥାନରେ ରେଳଧାରଣା ଉପରେ ପାଣି ଜମି ରିହିଥିଲା।
ଭୂସ୍ଖଳନକୁ ଦୃଷ୍ଟିରେ ରଖି ରାୟଗଡ଼ା ଡିଆର୍ଏମ୍ ଅମିତାଭ ସିଂଘଲ୍ କେଆର୍ ଲାଇନ୍ରେ ଯାଉଥିବା ସମସ୍ତ ଟ୍ରେନ୍ର ବେଗ ଘଣ୍ଟା ପ୍ରତି ୩୦ କିମିରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।