Dead Body at Electric Tower ବିଦ୍ୟୁତ୍ ଟାୱାର୍‌ ଉପରେ ଝୁଲନ୍ତା ମୃତଦେହ, ପୁଲିସର ଛାନଭିନ ଜାରି

Sep 08, 2026 - 18:45
Dead Body at Electric Tower ବିଦ୍ୟୁତ୍ ଟାୱାର୍‌ ଉପରେ ଝୁଲନ୍ତା ମୃତଦେହ, ପୁଲିସର ଛାନଭିନ ଜାରି

"ବିଷମକଟକ: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଗୋଇଲକଣା ଗ୍ରାମ ନିକଟ ଏକ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଟାୱାର୍‌ ଉପରୁ ଜଣେ ଯୁବକର ଝୁଲନ୍ତା ଶବ ଉଦ୍ଧାର ହୋଇଛି।

ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି।

Advertisment Rayagada: କୁଆଡେ ଗଲୁ କୁଲୁ?

ଛାତ୍ର ନିଖୋଜ ଘଟଣାରେ ପୁରସ୍କାର ଘୋଷଣା କଲେ ପୁଲିସ ଅଧିକାରୀ ଖବରରୁ ପ୍ରକାଶ, ଆଜି (ମଙ୍ଗଳବାର) ଅପରାହ୍ନରେ  ଗୋଇଲକଣା ଗାଁ ନିକଟ ଦେଇ ଯାଇଥିବା ଏକ ବିଦ୍ୟୁତ୍ ଟାୱାର ଉପର ଭାଗରେ ଏକ ଯୁବକର ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକ ପୁଲିସକୁ ସୂଚିତ କରିଥିଲେ।

Kalyansinghpur mob violence କଲ୍ୟାଣସିଂହପୁର ଭିଡ଼ ହିଂସା ମାମଲା: ବିଷମକଟକ ଉପକାରାଗାରରେ ଟିଆଇ ପରେଡ୍‌ ଖବର ପାଇ ବିଷମକଟକ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଓହ୍ଲାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

ବିଦ୍ୟୁତ୍‌ ଟାୱାରରେ ଉଚ୍ଚଶକ୍ତି ବିଦ୍ୟୁତ୍ ପ୍ରବାହ ହେଉଥିବାରୁ ଘଟଣା ସଂକ୍ରାନ୍ତରେ ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରାଯାଇଛି ।

ସଂପୃକ୍ତ ଟାୱାର ଦେଇ ବିଦ୍ୟୁତ୍ ସରବରାହ ବନ୍ଦ ହେବା ପରେ ଯାଇ ଶବ ଟିକୁ ଉଦ୍ଧାର କରାଯାଇପାରିବ।

ମୃତଦେହ ତଳକୁ ଓହ୍ଲାଯାଇନଥିବାରୁ ପରିଚୟ ଜଣାପଡ଼ିନାହିଁ।

ଘଟଣା ଟି ୪ ରୁ ୫ ଦିନ ପୂର୍ବର ବୋଲି ପୁଲିସ ଅନୁମାନ କରୁଛି ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।