RSP Officer Attacked ଜବରଦଖଲ ଉଚ୍ଛେଦବେଳେ ହିଂସା, ଆର୍ଏସ୍ପି ସହରସେବା ଅଧିକାରୀଙ୍କୁ ଆକ୍ରମଣ
"ରାଉରକେଲା: ବୁଧବାର ପୂର୍ବାହ୍ନରେ ସେକ୍ଟର-୨ ଅଞ୍ଚଳରେ ଏକ ବେଆଇନ ନିର୍ମାଣ ଉଚ୍ଛେଦ ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା।
ରାଉରକେଲା ଇସ୍ପାତ କାରଖାନାର ସହର ସେବା ବିଭାଗ କର୍ମଚାରୀ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି।
Advertisment Salandi river: ସଙ୍କୁଚିତ ହେଉଛି ସାଳନ୍ଦୀ: ଜବରଦଖଲ ହେଉଛି ନଦୀବନ୍ଧ ସୂଚନା ଅନୁଯାୟୀ, ଆର୍ଏସ୍ପିର ଜଣେ ପୂର୍ବତନ କର୍ମଚାରୀ ମଙ୍ଗୁଳୁ ଗୌଡ଼ଙ୍କୁ ୩୩ ମାସର ଲାଇସେନ୍ସ ଭିତ୍ତିରେ ସେକ୍ଟର-୨ସ୍ଥ କ୍ୱାର୍ଟର ନଂ ସି/୧୦୫ କ୍ବାର୍ଟର୍ ଆବଣ୍ଟନ କରାଯାଇଥିଲା।
ତେବେ ଯାଞ୍ଚ ସମୟରେ ଶ୍ରୀ ଗୌଡ଼ ଏକ ବିଦ୍ୟୁତ୍ଖୁଣ୍ଟ ନିକଟରେ ବେଆଇନ ନିର୍ମାଣ କରିଥିବା ଜଣାପଡ଼ିଥିଲା।
ଆଜି ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ ସହର ସେବା ବିଭାଗର ସେକ୍ସନ ଅଫିସର ଜୟନ୍ତ କୁମାର ପ୍ରଧାନ ଓ ଶ୍ରୀକାନ୍ତ ଷଡ଼ଙ୍ଗୀ ନିଜ ଟିମ୍ ସହ ଏହି ବେଆଇନ ନିର୍ମାଣକୁ ଭାଙ୍ଗିବା ପାଇଁ ପହଞ୍ଚିଥିଲେ।
ସେହି ସମୟରେ କିଛି ସ୍ଥାନୀୟ ଲୋକ ଏହାକୁ ପ୍ରତିବାଦ କରିବା ସହ ଅଧିକାରୀମାନଙ୍କୁ ଆକ୍ରମଣ କରିଥିଲେ।
ଫଳରେ ଶ୍ରୀ ଷଡ଼ଙ୍ଗୀ ଗୁରୁତର ଆହତ ହୋଇ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
Gochar land seized: ଗିଳିଦେଲେ ଗୋଚର ଜମି: ଜବରଦଖଲରେ ୫ଶହ କୋଟି ଟଙ୍କାର ସମ୍ପତ୍ତି ଇସ୍ପାତ ସହରାଞ୍ଚଳରେ ବିଶେଷକରି ସ୍ୱେରେଜ୍ ଲାଇନ୍ କିମ୍ବା ବିଦ୍ୟୁତ ଖୁଣ୍ଟ ନିକଟରେ ରକ୍ଷଣାବେକ୍ଷଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବେଆଇନ ନିର୍ମାଣଗୁଡ଼ିକୁ ନିଜ ଆଡ଼ୁ ହଟାଇବା ପାଇଁ ଆର୍ଏସ୍ପି ପକ୍ଷରୁ ପୂର୍ବରୁ ବାରମ୍ବାର ସୂଚନା ଦିଆଯାଇଥିଲା।
ତେବେ କିଛି ଲିଜ୍ଧାରୀ ନିୟମର ଖୋଲା ଉଲ୍ଲଂଘନକରି ବେଆଇନ ନିର୍ମାଣ କରିଥିବା ଜଣାପଡ଼ିଛି।
ଆଗାମୀ ଦିନରେ ବେଆଇନ ନିର୍ମାଣକାରୀଙ୍କ ବିରୋଧରେ ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ।
ଏହାସହ ନିୟମ ଉଲ୍ଲଂଘନକାରୀଙ୍କ କ୍ୱାର୍ଟର ଲାଇସେନ୍ସ ବାତିଲ, ସିଏମ୍ଡି ଜବତ, ବାସଗୃହରୁ ବେଦଖଲ ଓ ଭବିଷ୍ୟତରେ ଆରଏସପି ପକ୍ଷରୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ କରାଯିବା ଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆର୍ଏସ୍ପି ପକ୍ଷରୁ କହାଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।