Dead Body: ଦୁଧେଇ ନଦୀରୁ ମହିଳାଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ

Aug 10, 2026 - 12:25
Dead Body: ଦୁଧେଇ ନଦୀରୁ ମହିଳାଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ

"ବରୀ: ରଂପା ପଞ୍ଚାୟତର ଦୁଧେଇ ନଦୀରୁ ସୋମବାର ସକାଳେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ବେଳେ ବରୀ ପୁଲିସ ଉଦ୍ଧାର କରିଛି।

ନଦୀବନ୍ଧ ପାର୍ଶ୍ବରେ ଥିବା ଏକ ଶବର ବସ୍ତିର ନାଲୁ ଦାସଙ୍କ ସ୍ତ୍ରୀ  ଗୀତା ଦାସ(୪୦)ଙ୍କ ମୃତଦେହ ବୋଲି ଚିହ୍ନଟ କରିଛନ୍ତି ପରିବାର ଲୋକେ।Advertisment ଅପମୃତ୍ୟୁ ମାମଲା ରୁଜୁ ଗତକାଲି ସଂଧ୍ୟା ପର୍ଯ୍ୟନ୍ତ ଗୀତା ନଦୀବନ୍ଧରେ ବସି ଫୋନରେ କଥା ହେଉଥିବା ଗାଁ ଲୋକମାନେ ଦେଖିଥିଲେ।

ମାତ୍ର ରାତିକୁ ଗୀତା ଘରକୁ ଫେରିନଥିବାରୁ ପରିବାର ଲୋକେ ତାକୁ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳିନଥିଲା।

ସୋମବାର ସକାଳେ ତାଙ୍କର ମୃତଦେହ ପାଣିରେ ଭାସୁଥିବାର ଦେଖିବାକୁ ମିଳିଥିଲା।

ଖବର ପାଇ ବରୀ ପୁଲିସ ପହଞ୍ଚି ଶବ ଉଦ୍ଧାର କରି  ୨୨/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ ଯାଜପୁର ପଠାଇଥିଲା ବେଳେ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକମାନେ ଅଭିଯୋଗ କରିଛନ୍ତି।

ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ସତ୍ୟତା  ଜଣାପଡ଼ିବ।

Dead Body: ଗତକାଲି ଘାଇ ମୁହଁରେ ଭାସିଯାଇଥିଲେ କଳାକାର, ଆଜି ମିଳିଲା ମୃତଦେହ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।