Horoscope 2026 September 05: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: ଅଫିସ କାମ ସହଜରେ ପୂରା ହୋଇଯିବ।
ଅଚାନକ ଧନଲାଭ ଯୋଗ ଅଛି।
ପରିବାରକୁ ନୂଆ ବନ୍ଧୁଙ୍କ ଆଗମନ ହେବ।
ଛାତ୍ରଙ୍କ ମନ କିଛି ନୂଆ ଶିଖିବାରେ ଆଗ୍ରହ ହେବ। Advertisment ବୃଷ: କୌଣସି ପାରିବାରିକ ଦାୟିତ୍ବ ଆପଣଙ୍କୁ ପ୍ରଦାନ କରାଯାଇପାରେ।
ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିପାରନ୍ତି।
ବିରୋଧୀଙ୍କ ସହ ଲାଗି ରହିଥିବା ବିବାଦ ସମାପ୍ତ ହୋଇଯିବ।
ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ମିଥୁନ: ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।
ଷ୍ଟିଲ୍ ସାମଗ୍ରୀ କିଣିପାରନ୍ତି।
ଅଫିସରେ ସମସ୍ତଙ୍କ ସହିତ ଭଲ ତାଳମେଳ ରହିବ।
କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। କର୍କଟ: ପେସାଦାର ବ୍ୟବସାୟଙ୍କ ଲାଗି ଦିନଟି ଲାଭପ୍ରଦ।
ଜୀବନରେ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ।
ରାଜନୀତିରେ ସଫଳତା ପାଇବେ।
ମହିଳାମାନଙ୍କ ଲାଗି ଭଲ ଦିନଟିଏ। ସିଂହ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ।
ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ।
ସମାଜରେ ପ୍ରସିଦ୍ଧି ବଢ଼ିବ।
ବେପାରରେ ବକେୟା ଅର୍ଥ ପାଇବେ।
ଚାକିରିରେ ପଦୋନ୍ନତି ହୋଇପାରେ। କନ୍ୟା: ଯେଉଁ କାମ କରିବାକୁ ଭାବିବେ ତାହା ମନୋଯୋଗରେ କରିବେ।
କୋର୍ଟ ମାମଲାରେ ଆପଣଙ୍କର ଜୟଲାଭ ହେବ।
ଅଫିସରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ।
ଭଗବାନଙ୍କ ପ୍ରତି ଆସ୍ଥା ବଢ଼ିବ। ଆହୁରି ପଢ଼ନ୍ତୁ- Tata Chemicals: କେନିଆରେ ଟାଟା କେମିକାଲ୍ସକୁ ବିରୋଧ: "୧୦୦ ବର୍ଷ ବହୁତ ହେଲା, ଏବେ ଏଠାରୁ ଯାଅ" ତୁଳା: ଶତ୍ରୁ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ।
ଲାଭର ଅବସର ହାତଛଡ଼ା କରନ୍ତୁ ନାହିଁ।
ପେସାଦାର ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ।
ପାରିବାରିକ ସମ୍ବନ୍ଧ ଭଲ ହେବ।
ପ୍ରେମ ଜୀବନ ମଧୁର ରହିବ। ବିଛା: ପୂଜାପାଠରେ ସମୟ ବିତିବ।
ଆପଣଙ୍କର ସବୁ ମନୋକାମନା ପୂରଣ ହେବ।
ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।
ଅବିବାହିତ କନ୍ୟାଙ୍କ ଲାଗି ଭଲ ଦିନଟିଏ।
ପ୍ରତିଯୋଗୀ ପରୀକ୍ଷାର୍ଥୀ ଶୁଭଫଳ ପାଇବେ।
ଧନୁ: ଅନୁଭବୀ ବ୍ୟକ୍ତିଙ୍କ ସହିତ ରହି ବହୁତ କିଛି ଶିଖିବାକୁ ପାଇବେ।
ଆର୍ଥିକ ମାମଲାରେ କାହାରି ଉପରେ ଭରସା କରନ୍ତୁ ନାହିଁ।
ବେପାର କାମରେ ଅନ୍ୟ ସହରକୁ ଯିବେ।
ଛାତ୍ରଛାତ୍ରୀ ପଢ଼ିବା ପ୍ରତି ଗମ୍ଭୀର ରହିବେ।
ମକର: ଆପଣ ଅଧିକ ସମୟ ପରିବାର ସହ ଅତିବାହିତ କରିବେ।
ଆପଣଙ୍କର ଅଧୁରା କାମ ପୂରା ହେବ।
ଖେଳାଳୀମାନେ ନିଜର ହୃତଗୌରବ ଫେରି ପାଇବେ।
ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
କୁମ୍ଭ: ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।
କର୍ମକ୍ଷେତ୍ରରେ ନୂଆ ବିଚାର ଉପରେ ଭାବିବା ଲାଗି ଦିନଟି ଭଲ।
ପ୍ରେମୀଯୁଗଳ ବାହାରକୁ ବୁଲି ଯାଇପାରନ୍ତି।
ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।
ମୀନ: ଭାବିଥିବା ସବୁ କାମ ସଂପୂର୍ଣ୍ଣ ହେବ।
ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ।
ବାଇକ୍ ଚଳାଇବା ସମୟରେ ଅନ୍ୟମନସ୍କ ହୁଅନ୍ତୁନାହିଁ।
ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ବଢ଼ିବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।