Dead father’s thumbprint: ମୃତ୍ୟୁ ପରେ ବି ବାପାଙ୍କୁ ଛାଡ଼ିଲାନି! ଜମି ହାତେଇବାକୁ ମୃତଦେହରୁ ନେଲା ଆଙ୍ଗୁଠି ଛାପ

Aug 15, 2026 - 13:56
Dead father’s thumbprint: ମୃତ୍ୟୁ ପରେ ବି ବାପାଙ୍କୁ ଛାଡ଼ିଲାନି! ଜମି ହାତେଇବାକୁ ମୃତଦେହରୁ ନେଲା ଆଙ୍ଗୁଠି ଛାପ

ଜମି ବିବାଦକୁ ନେଇ ଜଣେ ପୁଅ ନିଜ ମୃତ ବାପାଙ୍କ ଆଙ୍ଗୁଠି ଛାପ ସାଧା କାଗଜରେ ନେଉଥିବାର ଭିଡିଓ ଏବେ ଭାଇରାଲ ହେଉଛି। ଘର ଅଗଣାରେ ପଡ଼ି ରହିଛି ବାପାଙ୍କ ମୃତଦେହ। ପାଖରେ ବନ୍ଧୁ ପରିଜନ ମଧ୍ୟ ବସିଛନ୍ତି। ହେଲେ ହୃଦୟହୀନ କୁଳାଙ୍ଗାର ପୁଅ ଅଲାଜୁକ ଭଳି ମୃତଦେହ ଆଙ୍ଗୁଠି ଛାପ ନେବାରେ ବ୍ୟସ୍ଥ ଅଛି। ଉତ୍ତରପ୍ରଦେଶ ଲକ୍ଷ୍ନୌ ଖରୌହା ଗାଁରୁ ସାମ୍ନାକୁ ଆସିଛି ଏମିତି ଏକ ଘଟଣା।

ମୃତକ ହେଲେ ୭୫ ବର୍ଷୀୟ ଛତ୍ରପାଲ। ରିପୋର୍ଟ ଅନୁସାରେ, ପୁଅ ମହେନ୍ଦ୍ର ଓ ବୋହୂ ଲକ୍ଷ୍ମୀଙ୍କ ସହ ତାଙ୍କର ଦୀର୍ଘଦିନ ଧରି ବିବାଦ ଚାଲିଥିଲା। ୨୦୨୩ରେ ବୃଦ୍ଧଙ୍କୁ ଘରୁ ବାହାର କରିଦେଇଥିଲେ ସେମାନେ। ପରେ ତିନି ଝିଅ ବାପା-ମାଆଙ୍କ ଦାୟିତ୍ୱ ନେଇଥିଲେ। ତେଣୁ ଛତ୍ରପାଲଙ୍କ ପ୍ରାୟ ସାଢ଼େ ୬ ବିଘା ଜମିରୁ ତିନି ଝିଅଙ୍କୁ ଗୋଟିଏ ଲେଖାଏଁ ବିଘା ଦେଇଥିଲେ। ଆଉ ପୁଅ ଓ ବୋହୂଙ୍କୁ ସମ୍ପତ୍ତିରୁ ବେଦଖଲ କରିଥିବା ନେଇ ଖବରକାଗଜରେ ସାର୍ବଜନୀନ ଘୋଷଣା କରିଥିଲେ।

ତେବେ ଛତ୍ରପାଲଙ୍କ ମୃତ୍ୟୁ ହେବା ପରେ ଜମି ହାତେଇବାକୁ ଚାଲି ଆସିଥିଲେ ମହେନ୍ଦ୍ର। ଆଉ ଆତ୍ମୀୟ ଓ ଗାଁ ଲୋକଙ୍କ ସାମ୍ନାରେ ଖାଲି କାଗଜରେ ମୃତଦେହର ଆଙ୍ଗୁଠି ଛାପ ନେଇଥିଲେ। ତେବେ ଏପରି ପୁଅ ମାନଙ୍କୁ ନେଇ ଆପଣଙ୍କ ମତ କଣ? ଯିଏ ବାପାଙ୍କ ମରଶରୀରକୁ ମଧ୍ୟ ନିଜ ଫାଇଦା ପାଇଁ ଛାଡ଼ନ୍ତି ନାହିଁ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।