Pre-Puja Unrest in Bhubaneswar: ପୂଜା ପୂର୍ବରୁ ଅଶାନ୍ତ ଭୁବନେଶ୍ୱର, ସାମାନ୍ୟ ଝଗଡ଼ାକୁ ନେଇ ବୁଲିଲା ଖଣ୍ଡା କାତି

Sep 02, 2026 - 19:16
Pre-Puja Unrest in Bhubaneswar: ପୂଜା ପୂର୍ବରୁ ଅଶାନ୍ତ ଭୁବନେଶ୍ୱର, ସାମାନ୍ୟ ଝଗଡ଼ାକୁ ନେଇ ବୁଲିଲା ଖଣ୍ଡା କାତି

ପୂଜା ପୂର୍ବରୁ ଅଶାନ୍ତ ରାଜଧାନୀ। କଥା କଥାରେ ବୁଲୁଛି ଖଣ୍ଡା କାତି। ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଭୁବନେଶ୍ବର ବୁଦ୍ଧ ବିହାର। ନିଶାସକ୍ତ ଅବସ୍ଥାରେ ଜଣେ ଯୁବକ ଅନ୍ୟଜଣେ ଯୁବକକୁ ମାଡ଼ମାରିବା ସହ ଖଣ୍ଡାରେ ଆକ୍ରମଣ କରିବାକୁ ଉଦ୍ୟମ କରିଛନ୍ତି। ଯାହାର ସିସିଟିଭି ଭିଜୁଆଲ ସାମ୍ନାକୁ ଆସିଛି। ଭିଜୁଆଲରେ ଦେଖାଯାଉଛି ଯେ, ନିଶାସକ୍ତ ଯୁବକ ଜଣକ ଅନ୍ୟଜଣଙ୍କୁ ପ୍ରଥମେ ଲାତ ବିଧା ମାରୁଛନ୍ତି। ପରେ ସେ ଖଣ୍ଡା ଓ ଫାର୍ସା ଆଣି ଆକ୍ରମଣ କରିବାକୁ ଉଦ୍ଧ୍ୟମ କରୁଛନ୍ତି। 

ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖଣ୍ଡା ଓ ଫାର୍ସା ଜବତ କରିବା ସହ ପେସାଦାର ଅପରାଧୀ ବାପି ସ୍ୱାଇଁକୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ରଜତ ଫେରାର ଥିବା ବେଳେ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି। ସେପଟେ ବୁଦ୍ଧ ବିହାରରେ ଚବିଶ ଘଂଟିଆ ପାଟ୍ରୋଲିଂ ସହ ଗୋଟିଏ ସେକ୍ସନ ଫୋର୍ସ ମୁତୟନ ପାଇଁ ବ୍ୟବସ୍ଥା ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।