Dead: ଦକ୍ଷିଣ ଆଫ୍ରିକାରେ ସାମୂହିକ ସୁନ୍ନତ: ୪୩ ବାଳକଙ୍କ ମୃତ୍ୟୁ
"ପ୍ରିଟୋରିଆ: ଦକ୍ଷିଣ ଆଫ୍ରିକାରେ ବାଳକଙ୍କ ପାରମ୍ପରିକ ସୁନ୍ନତ ସମାରୋହ "ଉଲ୍ୱାଲୁକୋ"କୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।
ଏହି ପରମ୍ପରା ସମୟରେ ଚଳିତ ବର୍ଷ ୪୩ ଜଣ ବାଳକଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି।
ଗତ ବର୍ଷ ମଧ୍ୟ ଏଭଳି ସମାରୋହରେ ୯୩ ଜଣ ବାଳକଙ୍କ ମୃତ୍ୟୁ ହୋଇଥିଲା।
ଏହା ପରେ ବାଳକଙ୍କ ସୁରକ୍ଷା ଓ ବେଆଇନ୍ କେନ୍ଦ୍ରଗୁଡ଼ିକର କାର୍ଯ୍ୟପ୍ରଣାଳୀ ନେଇ ଚିନ୍ତା ବଢ଼ିଛି।
ସୂଚନାଯୋଗ୍ୟ ସୁନ୍ନତ ବା ଖତନା ହେଉଛି ଏକ ଧାର୍ମିକ ପରମ୍ପରା, ଯେଉଁଥିରେ ବାଳକମାନଙ୍କ ପୁରୁଷାଙ୍ଗର ଅଗ୍ରଚର୍ମ ଛେଦନ କରାଯାଏ।Advertisment ପ୍ରିଟୋରିଆଠାରୁ ପ୍ରାୟ ୨୦ ମାଇଲ୍ ଉତ୍ତରରେ ଥିବା ସୋଶାଙ୍ଗୁଭେ ଟାଉନ୍ସିପ୍ର ସିଙ୍କ୍ୱାବିଲେ ପ୍ରାଇମେରି ସ୍କୁଲ୍ରେ ଏକ ଅଲଗା ଘଟଣା ମଧ୍ୟ ସାମ୍ନାକୁ ଆସିଛି।
ସ୍କୁଲ୍ରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ୧୧ ବର୍ଷୀୟ ଛାତ୍ରଙ୍କୁ ଚାରିଜଣ ସପ୍ତମ ଶ୍ରେଣୀର ଛାତ୍ର ଶୌଚାଳୟକୁ ନେଇ ତାଙ୍କୁ ଜବରଦସ୍ତି ସୁନ୍ନତ କରିଥିବା ଅଭିଯୋଗ ହୋଇଛି।
ପରେ କାହାକୁ କହିଲେ ମାଡ଼ ମାରିବାକୁ ଧମକ ଦିଆଯାଇଥିଲା।
ଉଲ୍ୱାଲୁକୋ ଦକ୍ଷିଣ ଆଫ୍ରିକାର କେତେକ ସମୁଦାୟରେ ପ୍ରଚଳିତ ଏକ ଦୀକ୍ଷା ପରମ୍ପରା।
ବାଳକଙ୍କ ଶୈଶବରୁ ପୁରୁଷତ୍ୱ ଆଡ଼କୁ ଯାତ୍ରାର ଏକ ପର୍ଯ୍ୟାୟ ଭାବେ ଏହାକୁ ଦେଖାଯାଏ।
ପାରମ୍ପରିକ ଭାବେ ବର୍ଷକୁ ଦୁଇଥର "ୱିଣ୍ଟର" ଓ "ସମର" ସ୍କୁଲ୍ରେ ଏହି ଦୀକ୍ଷା ଆୟୋଜିତ ହୁଏ।
ସମସ୍ୟା ସୃଷ୍ଟି ହେଉଛି ବେଆଇନ୍ ଓ ଅସୁରକ୍ଷିତ କେନ୍ଦ୍ରଗୁଡ଼ିକରେ।
ପୁଲିସ ଚଳିତ ବର୍ଷ ୪୨ଟି ବେଆଇନ୍ କେନ୍ଦ୍ର ବନ୍ଦ କରିବା ସହ ୪୦ ଜଣଙ୍କୁ ଗିରଫ କରିଛି ଏବଂ ପ୍ରାୟ ୧୮୦ ଜଣ ବାଳକଙ୍କୁ ସେଠାରୁ ସୁରକ୍ଷିତ ଉଦ୍ଧାର କରିଛି।
South Africa: ଦକ୍ଷିଣ ଆଫ୍ରିକା ଭାରତରୁ ନିଜ ଉଚ୍ଚାୟୁକ୍ତଙ୍କୁ ପ୍ରତ୍ୟାହାର କଲା...
ସରକାର ଲାଇସେନ୍ସପ୍ରାପ୍ତ କେନ୍ଦ୍ରକୁ ଅନୁମତି ଦେଇଥାନ୍ତି, ଯେଉଁଠାରେ ପ୍ରଶିକ୍ଷିତ ବିଶେଷଜ୍ଞ ଓ ଆବଶ୍ୟକ ଚିକିତ୍ସା ସୁବିଧା ରହିଥାଏ।
ତେଣୁ ବିବାଦ ପରମ୍ପରାକୁ ନେଇ ନୁହେଁ, ବରଂ ଅସୁରକ୍ଷିତ ଓ ବେଆଇନ୍ ଭାବେ ଏହା କରାଯିବାକୁ ନେଇ ରହିଛି।
କିନ୍ତୁ ନିକଟରେ ଦକ୍ଷିଣ ଆଫ୍ରିକାରେ ପାରମ୍ପରିକ ସୁନ୍ନତ ସମାରୋହରେ ୪୩ ଜଣ ବାଳକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ପୁଣି ଥରେ ଏଥିରେ ପିଲାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।