Dead: ନିର୍ମାଣାଧୀନ ପାଇଖାନା ଟାଙ୍କି ପୁଣି ନେଲା ଜୀବନ; ଗୁଣୁପୁରରେ ୩ଜଣଙ୍କର ମୃତ୍ୟୁ
"ଗୁଣୁପୁର: ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପୁଣି ଅଘଟଣ ଘଟିଛି।
ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଲିବା ସମୟରେ ତିନି ଜଣ ଲୋକ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି।
ରାୟଗଡ଼ା ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଏହି ଅଘଟଣ ଘଟିଛି।
ଗୁଲୁଗୁଡ଼ା ପଞ୍ଚାୟତ ତାରପାଗୁଡ଼ା ଗାଁରେ ଜୀବଜଗତପୁର ଗାଁର ୩ଜଣ ବାସିନ୍ଦାଙ୍କର ମୃତ୍ୟୁ ଘଟିଛି।Advertisment ସୂଚନା ଅନୁସାରେ ତାରପାଗୁଡ଼ା ଗାଁରେ ଆଜି ଏକ ନିର୍ମାଣାଧୀନ ପାଇଖାନାରେ ଶ୍ରମିକମାନେ ସେଣ୍ଟ୍ରିଂ ଖୋଲୁଥିଲେ।
ଏହି ସମୟରେ ସେଣ୍ଟ୍ରିଂ ତାଙ୍କର ଉପରେ ପଡ଼ିଯାଇଥିଲା।
ପାଇଖାନା ଟାଙ୍କି ଭିତରେ ସେମାନେ ଅଣନିଃଶ୍ବାସୀ ହୋଇଯାଇଥିଲେ।
ସ୍ଥାନୀୟ ଲୋକଙ୍କର ସହଯୋଗରେ ଗୁରୁତର ଶ୍ରମିକମାନଙ୍କୁ ଅଗ୍ନିଶମ ବାହିନୀ ଏବଂ ପୁଲିସ ଉଦ୍ଧାର କରିଥିଲେ।
ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ତେବେ ଡାକ୍ତରଖାନାରେ ତିନିଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।
ଏହି ଅପ୍ରୀତିକର ଘଟଣା ନେଇ ପୁଲିସ ଏକ ମାମଲା ରୁଜୁ କରିଛି।
ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
ଅନ୍ୟପଟରେ ଜୀବଜଗତପୁରରେ ଶୋକର ଛାୟା ଖେଳିଯାଇଛି।
Toilet tank: ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ମୃତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।