Odisha FC: ଓଡ଼ିଶା ଏଫ୍‌ସିରେ ସଚିନ ସୁରେଶ ସାମିଲ...

Sep 09, 2026 - 17:17
Odisha FC: ଓଡ଼ିଶା ଏଫ୍‌ସିରେ ସଚିନ ସୁରେଶ ସାମିଲ...

"ଭୁବନେଶ୍ବର: ଓଡ଼ିଶା ଏଫ୍‌ସି ବୁଧବାର ଭାରତୀୟ ଗୋଲ୍‌କିପର ସଚିନ ସୁରେଶଙ୍କୁ ଦଳରେ ସାମିଲ କରିଛି।

କେରଳ ଜନ୍ମିତ ଖେଳାଳିଙ୍କ ସହ ଓଡ଼ିଶା ଏଫ୍‌ସି ୨ ବର୍ଷ ଲାଗି ଚୁକ୍ତି କରିଛି।

ସ୍ପୋର୍ଟ୍ସ ଓ ଏଜୁକେସନ୍‌ ପ୍ରମୋସନ ଟ୍ରଷ୍ଟ (ଏସ୍‌ଇପିଟି)ରୁ ଫୁଟ୍‌ବଲ୍‌ ଜୀବନ ଆରମ୍ଭ କରିଥିବା ସୁରେଶ ଏଫ୍‌ସି କେରଳ ଓ କେରଳ ବ୍ଲାଷ୍ଟର ଏଫ୍‌ସିରେ ଖେଳି ନିଜକୁ ଶାଣିତ କରିଥିଲେ।Advertisment ଆହୁରି ପଢ଼ନ୍ତୁ- Bihar: ବିହାରରେ ୮ ନଦୀରେ ଜଳସ୍ତର ବୃଦ୍ଧି; ୧୪ ଜିଲ୍ଲାରେ ୪୦.୨୧ ନିୟୁତ ଲୋକ ବନ୍ୟା ପ୍ରଭାବିତ କେରଳ ପକ୍ଷରୁ ବିଭିନ୍ନ ବୟସ ଗ୍ରୁପ୍‌ରେ ଖେଳିବା ପରେ ଭାରତୀୟ ଯୁବ ଦଳରୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲେ।

୨୦୨୩ ସୁପର କପ୍‌ରେ ସେ କେରଳ ବ୍ଲାଷ୍ଟର୍ସ ପକ୍ଷରୁ ବରିଷ୍ଠ ବର୍ଗରେ ପଦାର୍ପଣ କରିଥିଲେ।

ସେହି ବର୍ଷ ଶେଷରେ ଆଏସ୍‌ଏଲ୍‌ ପଦାର୍ପଣ କରିଥିଲେ।

୧୫ ଲିଗ୍‌ ମ୍ୟାଚ୍‌ ଖେଳିଥିଲା ବେଳେ ୫ଟିରେ ତାଙ୍କ ଦଳ ଗୋଲ୍‌ ବରଣ କରିନି।

ଚଳିତ ବର୍ଷଠୁ ୨୦୨୮ ପର୍ଯ୍ୟନ୍ତ ସେ ଓଡ଼ିଶାରୁ ଏଫ୍‌ସିରୁ ଖେଳିବେ।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।