Death: ଆଉ ନାହାନ୍ତି ଅଧର ହାଣ୍ଡିର ନିଆରା କାରିଗର ଲକ୍ଷ୍ମୀଧର ବିଶୋଇ
"ପୁରୀ: ବିଶିଷ୍ଟ କୁମ୍ଭକାର ତଥା ମାଟି କଳାର ଅନନ୍ୟ ଶିଳ୍ପୀଲକ୍ଷ୍ମୀଧର ବିଶୋଇଙ୍କର ଆଜି ସକାଳେ ପରଲୋକ ଘଟିଛି।
ଗତକାଲି ବିଳମ୍ବିତ ରାତିରେ ଛାତିରେଯନ୍ତ୍ରଣା ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି।Advertisment ମାଟିରେ ଅନନ୍ୟ କଳାକୃତି ସୃଷ୍ଟି ପାଇଁ ଶ୍ରୀ ବିଶୋଇ ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ସମ୍ମାନ ଓ ପୁରସ୍କାରରେ ସମ୍ମାନିତ ହୋଇଥିଲେ।ସେ ଏହି ପିଢ଼ିର ଶେଷ ପ୍ରମୁଖ କୁମ୍ଭାରମାନଙ୍କ ମଧ୍ୟରୁ ଜଣେ ଥିଲେ, ଯିଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଧର ହାଣ୍ଡି ନିର୍ମାଣରେ ବିଶେଷ ପାରଦର୍ଶିତା ହାସଲ କରିଥିଲେ।
ତାଙ୍କର ବିୟୋଗ କେବଳ କୁମ୍ଭାରପଡ଼ା ନୁହେଁ, ପୁରୀର ପାରମ୍ପରିକ ମାଟି କଳା ପାଇଁ ମଧ୍ୟ ଏକ ଅପୂରଣୀୟ କ୍ଷତି।
ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ତାଙ୍କ ବିୟୋଗରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା ଖେଳିଯାଇଛି।
ଆଜି ରାତିରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।
Raid: ପୁରୀରେ ପୁଣି ଖଜା ଗୋଦାମ ଉପରେ ଚଢ଼ାଉ, ୪ କୁଇଣ୍ଟାଲ ଖଜା ଓ ୫ଟି ଗ୍ୟାସ୍ ସିଲିଣ୍ଡର ଜବତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।