Iran Deal: ଇରାନ ସହିତ ଯେକୌଣସି ଚୁକ୍ତି ପାଇଁ ପ୍ରସ୍ତୁତ ଟ୍ରମ୍ପ: ରଖିଲେ ବଡ଼ ସର୍ତ୍ତ
"ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଏକ ଚୂଡ଼ାନ୍ତ ଚୁକ୍ତି କରିବାକୁ ପ୍ରସ୍ତୁତ ଅଛନ୍ତି।
ଚୁକ୍ତି ଅନ୍ତର୍ଗତ ସେ ପ୍ରତିବନ୍ଧକ ଛାଡ଼ ଏବଂ ଫ୍ରିଜ୍ ହୋଇଥିବା ସମ୍ପତ୍ତି ମୁକ୍ତ କରିବା ବିଷୟରେ ବିଚାର କରିପାରନ୍ତି, କିନ୍ତୁ ଏଥିପାଇଁ ପରମାଣୁ ପ୍ରସଙ୍ଗରେ ଠୋସ୍ ପ୍ରଗତିର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି।।ଯଦି ଇରାନ ପରମାଣୁ ପ୍ରସଙ୍ଗରେ ନୀତିଗତ ଭାବେ ପଦକ୍ଷେପ ନିଏ,ତେବେ ଟ୍ରମ୍ପ ଇରାନ ସହିତ ଯେକୌଣସି ଚୁକ୍ତି ପାଇଁ ଟ୍ରମ୍ପ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି।Advertisment ପୂର୍ବରୁ ଟ୍ରମ୍ପ ଇରାନର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି।
ଏହା ପୁଣି ଏକ ଚୁକ୍ତି ପାଇଁ ଆଶାର କିରଣ ଦେଖାଇଛି।
ଜଣେ ଆମେରିକୀୟ ଅଧିକାରୀ ସିଏନଏନକୁ ଏହି ସୂଚନା ଦେଇଛନ୍ତି।
ଏହି ବିବୃତି ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ଏବଂ ଇରାନକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ ମଧ୍ୟସ୍ଥିଙ୍କ ମାଧ୍ୟମରେ ପ୍ରୟାସ ଚାଲିଛି।
ଆଲୋଚନା ଟେବୁଲକୁ ଫେରିବା ପାଇଁ ମଧ୍ୟସ୍ଥିଙ୍କ ମାଧ୍ୟମରେ ପ୍ରୟାସ ଜାରି ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଆମେରିକା ମଧ୍ୟସ୍ଥିଙ୍କ ମାଧ୍ୟମରେ ଇରାନ ସହିତ ସକାରାତ୍ମକ ଏବଂ ଗଠନମୂଳକ ଆଲୋଚନା କରୁଛି।
ତେବେ ସେ ସ୍ପଷ୍ଟ କରିଛନ୍ତି ଯେ ପରମାଣୁ ସମସ୍ୟାର ସମାଧାନ ବିନା କୌଣସି ଚୁକ୍ତି ହୋଇପାରିବ ନାହିଁ।ଶନିବାର ଦିନ, ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ଇରାନର ସଦ୍ୟତମ ପ୍ରସ୍ତାବକୁ ଗ୍ରହଣୀୟ ନୁହେଁ ବୋଲି କହି ପ୍ରତ୍ୟାଖ୍ୟାନ କରିଥିଲେ।
ରବିବାର ଦିନ ଟ୍ରମ୍ପ ଆକ୍ସିଓସଙ୍କୁ କହିଥିଲେ ଯେ, ସେ ଚଳିତ ସପ୍ତାହରେ ଇରାନ ସହିତ ଆହୁରି ଆଲୋଚନା ଆଶା କରୁଛନ୍ତି।
ଜଣେ ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଆମେରିକା ପକ୍ଷରୁ ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫ, ଜାରେଡ୍ କୁଶନର, ଉପରାଷ୍ଟ୍ରପତି ଜେ.ଡି.
ଭାନ୍ସ ଏବଂ ବିଦେଶ ସଚିବ ମାର୍କୋ ରୁବିଓ ଆଲୋଚନାର ନେତୃତ୍ୱ ନେଉଛନ୍ତି।ଇରାନର ପ୍ରସ୍ତାବ ବିଷୟରେ ଟ୍ରମ୍ପ କହିଛନ୍ତି ଯେ, ତେହେରାନ ଏକ ଚୁକ୍ତି ଚାହୁଁଛି, କିନ୍ତୁ ଏହା ଆମେରିକା ଚାହୁଁଥିବା ପ୍ରକାରର ଚୁକ୍ତି ନୁହେଁ।
ଟ୍ରମ୍ପଙ୍କ ଅନୁସାରେ, ଏହି ସର୍ତ୍ତାବଳୀଗୁଡ଼ିକ ପୁରୁଣା।
ଆମେରିକା ଚାହିଁଥିଲେ ଏକ ବର୍ଷ ପୂର୍ବରୁ ରାଜି ହୋଇପାରିଥାନ୍ତା।
ସେ କହିଛନ୍ତି ଯେ ଇରାନ ନିଜର ସ୍ଥିତିକୁ ଆବଶ୍ୟକତାଠାରୁ ଅତ୍ୟଧିକ ବିସ୍ତାର କରୁଛି।
ଜଡିତ ପ୍ରସଙ୍ଗଗୁଡ଼ିକ ଆଲୋଚନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଛି ଆମେରିକା ଅଧିକାରୀଙ୍କ ଅନୁଯାୟୀ, ଇରାନ ପରମାଣୁ ପ୍ରସଙ୍ଗରେ ନିଜର ମତରେ କୋହଳ ଆଭିମୁଖ୍ୟ ଦେଖାଇବାକୁ ଇଚ୍ଛୁକ ବୋଲି ସୂଚାଇ ଦେଇଛି।
ତେବେ ଏହି ସର୍ତ୍ତଗୁଡ଼ିକ କେବେ ଏବଂ କିପରି କାର୍ଯ୍ୟକାରୀ ହେବ ସେ ବିଷୟରେ ଉଭୟ ପକ୍ଷ ଏପର୍ଯ୍ୟନ୍ତ ସହମତ ହୋଇନାହାନ୍ତି।
ଏହା ସୂଚାଇ ଦେଇଛି ଯେ, ପରମାଣୁ କାର୍ଯ୍ୟକ୍ରମ ସହ ଜଡିତ ପ୍ରସଙ୍ଗଗୁଡ଼ିକ ଆଲୋଚନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଛି, ଆମେରିକା ଜୋର ଦେଇ କହିଛି, ଚୂଡ଼ାନ୍ତ ଚୁକ୍ତି ପାଇଁ ଏହି ପ୍ରସଙ୍ଗଗୁଡ଼ିକରେ ଠୋସ୍ ପ୍ରଗତି ଜରୁରୀ।
ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ମାଇକ୍ ୱାଲ୍ଜ ରବିବାର ସିଏନଏନର ଜେକ୍ ଟାପରଙ୍କୁ କହିଥିଲେ ଯେ ଟ୍ରମ୍ପ ଇରାନର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି କାରଣ ସେ ତେହେରାନ ଗମ୍ଭୀରତାର ସହ ଏବଂ ସଚ୍ଚୋଟତାର ସହିତ ଆଲୋଚନା କରୁଛି ବୋଲି ବିଶ୍ୱାସ କରିନଥିଲେ।
ୱାଲ୍ଜଙ୍କ ଅନୁସାରେ, ଆଲୋଚନା ଆରମ୍ଭ ହେବା ପୂର୍ବରୁ ଇରାନର ରିହାତି ଦାବି ଆମେରିକା ପାଇଁ ଗ୍ରହଣୀୟ ନୁହେଁ।
ଉଜ୍ଜୈନ ଶାହୀ ମସଜିଦ୍ ବିବାଦ ଭ୍ରାନ୍ତ ଏଆଇ ଭିଡିଓ ଯୋଗୁଁ ହିଂସା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।