Death: ଟ୍ରାକ୍‌ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍‌ ଧକ୍କାରେ ଟ୍ରାକ୍‌ମ୍ୟାନ୍‌ଙ୍କ ମୃତ୍ୟୁ

Oct 02, 2026 - 15:39
Death: ଟ୍ରାକ୍‌ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍‌ ଧକ୍କାରେ ଟ୍ରାକ୍‌ମ୍ୟାନ୍‌ଙ୍କ ମୃତ୍ୟୁ

"ଛତ୍ରପୁର: ଟ୍ରାକ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍‌ ଧକ୍କାରେ ଟ୍ରାକ୍‌ମ୍ୟାନ୍‌ଙ୍କ ମୃତ୍ୟୁ ଘଟିଛି | ମୃତକ ଜଣକ ହେଲେ ଖଲ୍ଲିକୋଟ ଅଂଚଳର କେ.

ଗୋବିନ୍ଦ ପାତ୍ର | ଆଜି ଦିନ ୧୦ଟା ସମୟରେ ଛତ୍ରପୁର ନିକଟସ୍ଥ ପୋଡାପଦର ରେଳ ଲାଇନରେ କିଛି ଟ୍ରାକ୍‌ମ୍ୟାନ୍‌ ରେଳ ଟ୍ରାକ ରକ୍ଷଣାବେକ୍ଷଣ ଯାଞ୍ଚ କରୁଥିବା ବେଳେ ଗୋବିନ୍ଦଙ୍କୁ ଇଣ୍ଟରସିଟି ଟ୍ରେନ ଧକ୍କା ଦେଇଥିଲା | ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା | ରେଳ ଟ୍ରାକ୍‌ ରକ୍ଷଣାବେକ୍ଷଣ କାମ ଚାଲିଥିବା ସମୟରେ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା।Advertisment ଆହୁରି ପଢନ୍ତୁ: Ind VS Pak: କ୍ରିକେଟ୍‌ରେ ଶନିବାର ଭାରତ-ପାକିସ୍ତାନ ସ୍ବର୍ଣ୍ଣ ଲଢ଼େଇ କାର୍ଯ୍ୟରତ ଥିବା ବେଳେ ଦ୍ରୁତଗତିରେ ଆସୁଥିବା ଇଣ୍ଟରସିଟି ଟ୍ରେନ୍‌ ଧକ୍କା ଦେଇଥିଲା | ନିୟମିତ ଯାଞ୍ଚ ଓ ଟ୍ରାକ୍‌ ମରାମତି କାର୍ଯ୍ୟ ପାଇଁ ଟ୍ରାକ୍‌ମ୍ୟାନ୍‌ ଜଣକ ରେଳ ଲାଇନ୍‌ରେ କାମ କରୁଥିଲେ। ​ଦୁର୍ଘଟଣା ପରେ ସ୍ଥାନୀୟ ପୁଲିସ କର୍ମଚାରୀ ଓ ରେଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ହସ୍ପିଟାଲକୁ ପଠାଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।