Gandhi: ବାପୁଜୀଙ୍କ ଜନ୍ମଦିନରେ ମନେ ପଡ଼େ ୧୯୮୨ ମସିହାରେ ମୁକ୍ତିପ୍ରାପ୍ତ ‘ଗାନ୍ଧୀ’
"ଭୁବନେଶ୍ବର: ଆଜି ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ।
ଏହି ଅବସରରେ ଆସନ୍ତୁ ମନେ ପକାଇବା ତାଙ୍କ ଜୀବନୀ ଆଧାରିତ ସିନେମାକୁ। "ଗାନ୍ଧୀ" ୧୯୮୨ ମସିହାରେ ମୁକ୍ତିଲାଭ କରିଥିଲା।
ଏହା ଲୋକପ୍ରିୟ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଅହିଂସାବାଦୀ ରାଷ୍ଟ୍ରନାୟକ ତଥା ଭାରତର ରାଷ୍ଟ୍ରପିତା ଭାବେ ପରିଚିତ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ବାସ୍ତବ ଜୀବନ ଉପରେ ଆଧାରିତ।
ତାଙ୍କୁ ସ୍ନେହ ଓ ସମ୍ମାନର ସହିତ "ବାପୁ" ଏବଂ "ମହାତ୍ମା ଗାନ୍ଧୀ" ବୋଲି ମଧ୍ୟ କୁହାଯାଏ।Advertisment ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ରିଚାର୍ଡ ଏଟନବରୋ କରିଥିବା ବେଳେ ବେନ୍ କିଙ୍ଗ୍ସଲେ ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି।
ଏହି ଚଳଚ୍ଚିତ୍ର ପାଇଁ ଉଭୟଙ୍କୁ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। "ଗାନ୍ଧୀ" ଚଳଚ୍ଚିତ୍ରକୁ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଏକାଡେମୀ ପୁରସ୍କାର ସମେତ ଆଉ ୮ଟି ଏକାଡେମୀ ପୁରସ୍କାର ମିଳିଥିଲା।
ଏହା ଭାରତ ଓ ୟୁନାଇଟେଡ୍ କିଙ୍ଗଡମ୍ର ଚଳଚ୍ଚିତ୍ର ନିର୍ମାତା କମ୍ପାନୀଗୁଡ଼ିକର ମିଳିତ ଉଦ୍ୟମରେ ନିର୍ମିତ ଏକ ଚଳଚ୍ଚିତ୍ର ଥିଲା।
ପଣ୍ଡିତ ରବିଶଙ୍କର ଓ ଜର୍ଜ ଫେନଟେନ୍ ଚଳଚ୍ଚିତ୍ରଟିର ପ୍ରିମିୟର ନୂଆଦିଲ୍ଲୀରେ ୩୦ ନଭେମ୍ବର ୧୯୮୨ରେ ଅନୁଷ୍ଠିତ ହୋଇଥିଲା।
ଏହି ସିନେମାରେ ବିଭିନ୍ନ କଳାକାର ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିଥିଲେ।
ସେମାନେ ହେଲେ, ବେନ୍ କିଙ୍ଗ୍ସଲେ – ଗାନ୍ଧୀଜୀ ରୋହିଣୀ ହଟ୍ଟଙ୍ଗଡ଼ି – କସ୍ତୁରବା ରୋହନ ସେଠ – ପଣ୍ଡିତ ଜବାହରଲାଲ ନେହରୁ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସଇଦ ଜାଫ୍ରି – ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଭାରତର ପ୍ରଥମ ଗୃହମନ୍ତ୍ରୀ ଓ ଉପପ୍ରଧାନମନ୍ତ୍ରୀ ବୀରେନ୍ଦ୍ର ରାଜଦାନ – ମୌଲାନା ଆଜାଦ, ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ଅନଙ୍ଗ ଦେଶାଇ – ଆଚାର୍ଯ୍ୟ କୃପଲାନୀ କ୍ୟାଣ୍ଡିସ୍ ବର୍ଗେନ୍ – ମାର୍ଗାରେଟ ବୋର୍କ-ହ୍ୱାଇଟ୍ ଏଡୱାର୍ଡ ଫକ୍ସ – ବ୍ରିଗେଡିୟର ଜେନେରାଲ ରେଜିନାଲ୍ଡ ଡାୟର ଜନ୍ ଗିଲଗୁଡ୍ – ଭାଇସରୟ ଲର୍ଡ ଇର୍ଭିନ୍ ଟ୍ରେଭର ହାୱାର୍ଡ – ଜଷ୍ଟିସ୍ ରବର୍ଟ ଷ୍ଟୋନହାଉସ୍ ବ୍ରୁମଫିଲ୍ଡ ଜନ୍ ମିଲ୍ସ – ଭାଇସରୟ ଲର୍ଡ ଚେମ୍ସଫୋର୍ଡ ଅଲିକ ପଦମସୀ – ମହମ୍ମଦ ଅଲୀ ଜିନ୍ନା ଅମରୀଶ ପୁରୀ – ଦାଦା ଅବଦୁଲ୍ଲା ହାଜି ଆଦବ, ଦକ୍ଷିଣ ଆଫ୍ରିକାର ଜଣେ ବ୍ୟବସାୟୀ ଏବଂ ନାଟାଲ ଇଣ୍ଡିଆନ୍ କଂଗ୍ରେସର ଅଧ୍ୟକ୍ଷ ଦିଲଶେର ସିଂହ – ସୀମାନ୍ତ ଗାନ୍ଧୀ ଖାନ୍ ଅବଦୁଲ ଗଫଫାର ଖାନ ଓମ୍ ପୁରୀ – ନହରୀ ପଙ୍କଜ କପୁର – ଗାନ୍ଧୀଜୀଙ୍କ ସେବକ ମହାଦେବ ଦେଶାଇ ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।