Decomposed Body: ମହିଳାଙ୍କୁ ମାରି ପଟେରୁ ନଦୀରେ ଫିଙ୍ଗି ଦେଇଥିଲେ! ମିଳିଲା ହା‌ତ ଗୋଡ଼ବନ୍ଧା ମୃତଦେହ

Oct 24, 2026 - 14:45
Decomposed Body: ମହିଳାଙ୍କୁ ମାରି ପଟେରୁ ନଦୀରେ ଫିଙ୍ଗି ଦେଇଥିଲେ! ମିଳିଲା ହା‌ତ ଗୋଡ଼ବନ୍ଧା ମୃତଦେହ

କାଲିମେଳା: ପଟେରୁ ନଦୀରୁ ଅଜଣା ମହିଳାଙ୍କର ଗଳିତ ଶବ ଉଦ୍ଧାର ।

ଏକ ଜରି ବସ୍ତାରେ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଶବକୁ ଉଦ୍ଧାର କରାଯାଇଛି।

ପଟେରୁ ନଦୀରେ ଏକ ଶବ ଭାସୁଥିବାର କାଲିମେଳା ପୁଲିସକୁ ଆଜି ସକାଳେ ସୂଚନା ମିଳିଥିଲା।

Advertisment ପୁଲିସ ଅନୁସନ୍ଧାନ ଜାରି ରଖିଛି କାଲିମେଳା ପୁଲିସ ଅଗ୍ନିଶମ ବାହିନୀକୁ ଏ ସମ୍ପର୍କରେ ଜଣାଇଲା ପରେ ଆଜି ସକାଳେ ଅଗ୍ନିଶମ ବାହିନୀ ବୋଟ ସାହାଯ୍ୟରେ ପଟେରୁ ନଦୀରୁ ଏହି ଗଳିତ ଶବଟିକୁ ଉଦ୍ଧାର କରିଥିବାର ଜଣା ପଡିଛି।

ଶବଟି ଏକ ଜରି ବସ୍ତା ଭିତରେ ଥିବା ବେଳେ ଗୋଡ଼ଟି ବାହାରକୁ ଦେଖା ଯାଉଛି।

ଗୋଡ଼ଟିକୁ ଦଉଡ଼ିରେ ବନ୍ଧା ଯାଇଥିବାର ଦେଖିବାକୁ ମିଳିଛି।

ମହିଳାଙ୍କୁ ହତ୍ୟା କରି ନଦୀରେ ଫିଙ୍ଗି ଦିଆ ଯାଇଥିବାର ଅନୁମାନ କରାଯାଉଛି।

ତେବେ କାଲିମେଳା ପୁଲିସ ଏ ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଛି।

Three Detained: ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ତିନିଜଣଙ୍କୁ ଉଠାଇନେଲା ପୁଲିସ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।