Deep Depression Advances Slowly Towards Koraput: କଳିଙ୍ଗପଟନମ ନିକଟରେ ଉପକୂଳ ଛୁଇଁଲା, ଏବେ କୋରାପୁଟ ମୁହାଁ ଡିପ୍ ଡିପ୍ରେସନ୍
ଉପକୂଳ ଛୁଇଁବା ପରେ ମନ୍ଥର ହୋଇଛି ଗଭୀର ଅବପାତର ଗତି। ମନ୍ଥର ବେଗରେ ଆଗକୁ ବଢୁଛି ଡିପ୍ ଡିପ୍ରେସନ୍। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ପ୍ରାୟ ୩ କିଲୋମିଟର ବେଗରେ ଏହା ଅଗ୍ରସର ହେଉଛି।
ଗତକାଲି ରାତିରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ମଝିରେ କଳିଙ୍ଗପଟନମର ଦକ୍ଷିଣ-ପଶ୍ଚିମ ଦିଗ ନିକଟରେ ଗଭୀର ଅବପାତ ଉପକୂଳ ଅତିକ୍ରମ କରିଥିଲା। ଏହାପରେ ଏବେ ଏହାର ଗତି ଧୀର ହୋଇଥିବା ସୂଚନା ମିଳିଛି।
ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ କୋରାପୁଟ ଦେଇ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିପାରେ। ଗଭୀର ଅବପାତର ଗତି ମନ୍ଥର ହୋଇଥିବାରୁ ପ୍ରଭାବିତ ଅଞ୍ଚଳରେ ପାଣିପାଗ ସ୍ଥିତି ଉପରେ ସରକାର ନଜର ରଖିଛନ୍ତି ।
ଗଭୀର ଅବପାତ ମନ୍ଥର
ଅତ୍ୟନ୍ତ ମନ୍ଥର ଗତିରେ ଆଗକୁ ବଢୁଛି ଗଭୀର ଅବପାତ
ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୩ କିମି ବେଗରେ ଅଗ୍ରସର
ଆଜି ସନ୍ଧ୍ୟା ମଧ୍ୟରେ କୋରାପୁଟ ମଧ୍ୟ ଦେଇ ପ୍ରବେଶ
ଦକ୍ଷିଣ ଓଡ଼ିଶାକୁ ଗଭୀର ଅବପାତ ପ୍ରବେଶ ସମ୍ଭାବନା
ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା
କୋରାପୁଟ, କଳାହାଣ୍ଡି, ମାଲକାନଗିରିରେ ପ୍ରବଳ ବର୍ଷିବ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।