Dehradun Servant : ଘରୋଇ ସହାୟକ ରଖିବା ବିଜେପି କାଉନସିଲରଙ୍କୁ ମହଙ୍ଗା ପଡ଼ିଲା
"ନୂଆଦିଲ୍ଲୀ: ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ଦେହରାଦୁନର ଜଣେ ବିଜେପି କାଉନସିଲରଙ୍କ ପରିବାର ପାଇଁ ଘରୋଇ ସହାୟକ ନିଯୁକ୍ତ କରିବା ମହଙ୍ଗା ପଡ଼ିଛି।
Advertisment ଅଭିଯୋଗ ଅନୁଯାୟୀ, ମୂଳତଃ ନେପାଳର ବାସିନ୍ଦା ଥିବା ଅଭିଯୁକ୍ତ ସହାୟକ ଖାଦ୍ୟରେ ନିଦବଟିକା ମିଶାଇ ପରିବାରର ସମସ୍ତ ସଦସ୍ୟଙ୍କୁ ଖାଇବାକୁ ଦେଇ ଅଚେତ କରି ଦେଇଥିଲା।
ଏହାପରେ ସେ ଲକ୍ଷ ଲକ୍ଷ ଟଙ୍କାର ନଗଦ ଟଙ୍କା ଓ ସୁନା ଅଳଙ୍କାର ଧରି ଫେରାର ହୋଇଯାଇଥିଲା।
ଏହି ଘଟଣା ଘରର ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଥିଲା।
ପୀଡ଼ିତ ପରିବାରର ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଚଲାଇଛି।
ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ।
ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ରହୁଥିବା ବିଜେପି କାଉନସିଲର ଅମିତା ସିଂହଙ୍କ ଝିଅ ମେଘା ଏହି ଘରୋଇ ସହାୟକକୁ ଏକ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ନିଯୁକ୍ତ କରିଥିଲେ।
ସେହି ସହାୟକ ଜଣକ ୨୫ ଦିନ ଧରି ଘରେ କାମ କରିଥିଲା ଏବଂ ନିଜ ବ୍ୟବହାର ଦ୍ୱାରା ପରିବାରର ବିଶ୍ୱାସ ଜିତିବା ସହ ଘର ଭିତରେ ସ୍ବାଧୀନ ଭାବେ ଚଳପ୍ରଚଳ କରିଥିଲା।
ଘରଲୋକ ବି ଉକ୍ତ ସହାୟକ ଉପରେ ପୂରାପୂରି ବିଶ୍ବାସ କରିବା ଆରମ୍ଭ କରିଥିଲେ।
କିନ୍ତୁ ସୁଯୋଗ ଦେଖି ଅଭିଯୁକ୍ତ ଜଣକ ଖାଦ୍ୟରେ ନିଶା ଔଷଧ ମିଶାଇ ଦେଇଥିଲା।
ଖାଦ୍ୟ ଖାଇବା ପରେ ପରିବାରର ସମସ୍ତ ସଦସ୍ୟ ଅଚେତ ହୋଇପଡ଼ିଥିଲେ ଏବଂ ସହାୟକ ଜଣକ ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ସାମଗ୍ରୀ ଧରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
ଏହି ଘଟଣା ପରେ କାଉନସିଲର ଅମିତା ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା, ଯାହା ଫଳରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥିଲା।
ଅଭିଯୁକ୍ତର ସନ୍ଧାନରେ ପୁଲିସ ଅଭିଯୋଗ ଆଧାରରେ ପୁଲିସ ବିଭିନ୍ନ ଧାରାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଏଥିସହିତ ଚୋରି ହୋଇଥିବା ନଗଦ ଟଙ୍କା ଓ ଅଳଙ୍କାରର ମୋଟ ମୂଲ୍ୟ ଆକଳନ କରାଯାଉଛି।
ଯେଉଁ ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ ସହାୟକକୁ ନିଯୁକ୍ତ କରାଯାଇଥିଲା, ସେଠାରୁ ମଧ୍ୟ ପୁଲିସ ଅଭିଯୁକ୍ତ ବିଷୟରେ ତଥ୍ୟ ସଂଗ୍ରହ କରୁଛି।
ନାବାଳିକା ଅପହରଣ ଓ ଗଣଦୁଷ୍କର୍ମ ମାମଲା, ୨ ଅପରାଧୀଙ୍କୁ ଆଜୀବନ କାରାଦଣ୍ଡ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।