Delhi delivery worker death: ଚିରା ୧୦ ଟଙ୍କିଆ ନୋଟ୍‌କୁ ନେଇ ବିବାଦ ! ଗ୍ରାହକଙ୍କ ଚାପୁଡା ପରେ ଡେଲିଭରି ବୟ ମୃତ

Oct 25, 2026 - 10:01
Delhi delivery worker death: ଚିରା ୧୦ ଟଙ୍କିଆ ନୋଟ୍‌କୁ ନେଇ ବିବାଦ ! ଗ୍ରାହକଙ୍କ ଚାପୁଡା ପରେ ଡେଲିଭରି ବୟ ମୃତ

୧୦ ଟଙ୍କା ପାଇଁ ଡେଲିଭରି ବୟଙ୍କୁ ମାଡ଼ !

ଯୁବକଙ୍କ ଗାଲକୁ ଗାଲକୁ ମାରିଲେ ଗ୍ରାହକ ।

ଚିରା ନୋଟଟିଏ ପାଇଁ ଚାଲିଗଲା ଗୋଟିଏ ଜୀବନ ।

ମାତ୍ର ୧୦ ଟଙ୍କାର ଏକ ଚିରା ନୋଟ୍‌କୁ ନେଇ ବିବାଦ ଜଣଙ୍କ ଜୀବନ ନେଇଯାଇଛି।

ଦିଲ୍ଲୀରେ ଘଟିଥିବା ଏହି ଘଟଣା ଏବେ ଡେଲିଭରୀ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନକୁ ନେଇ ପ୍ରଶ୍ନ ଉଠାଇଛି ।

ମୃତ ଯୁବକ ହେଉଛନ୍ତି ସମୀର ହୁସେନ ।

ସେ ଏକ ବିତରଣ ସଂସ୍ଥାରେ କର୍ମଚାରୀ ଭାବେ କାମ କରୁଥିଲେ ।

ହେଲେ ଜଣେ ଗ୍ରାହକଙ୍କ ଦୁର୍ବବ୍ୟବହାର ପାଇଁ ତାଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି ।

Advertisment ଅକ୍ଟୋବର ୪ ତାରିଖ ରାତି ପ୍ରାୟ ସାଢ଼େ ୧୦ଟାରେ ସମୀର ଦିଲ୍ଲୀର ବିନୋଦ ନଗର ଅଞ୍ଚଳକୁ କଫି ଡେଲିଭରୀ ପାଇଁ ଯାଇଥିଲେ ।

ଗ୍ରାହକଙ୍କ ଜଣଙ୍କୁ ଟଙ୍କା ଯୋଗାଡ଼ କରିବାକୁ ପ୍ରାୟ ୧୫ ମିନିଟ୍ ଲାଗିଥିଲା ।

ହେଲେ ସମୀରଙ୍କ ଅଭିଯୋଗ, ସେ ଚିରା ୧୦ ଟଙ୍କିଆ ନୋଟ୍‌ ବଦଳାଇବାକୁ କହିବାରୁ ଗ୍ରାହକ ତାଙ୍କୁ ତିନି ଚାପୁଡ଼ା ମାରିଥିଲେ।

ଘଟଣା ପରେ ସମୀର ଭାଙ୍ଗିପଡ଼ିଥିବା ଏକ ଭିଡିଓରେ କହିଥିଲେ ।

ଗରିବ ହେବା କ'ଣ ଅପରାଧ ବୋଲି ସେ ପ୍ରଶ୍ନ କରିଥିଲେ ।

ଆଉ ତା' ପରେ ନିଜକୁ ସେ ଛୋଟ ବୋଲି ମଣି ଜୀବନ ହାରିଥିବା କୁହାଯାଉଛି ।

ସାଇକେଲରେ ଡେଲିଭରି କରି ରୋଜଗାର କରୁଥିଲେ ସମୀର ।

ସେଇଥିରେ ସେ ତାଙ୍କ ପରିବାର ଚଳିଯାଉଥିଲେ ।

କିନ୍ତୁ ଅପମାନ ଓ ନ୍ୟାୟ ନମିଳିବାର ଗ୍ଲାନି ତାଙ୍କୁ ବିଚଳିତ କରିଥିଲା ।

ତେଣୁ ଅକ୍ଟୋବର ୫ ତାରିଖରେ ସମୀର ବିଷ ପିଇଦେଇଥିଲେ ।

ତାଙ୍କୁ ଲାଲ ବାହାଦୁର ଶାସ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ହେଲେ ଚିକିତ୍ସାଧୀନ ଅବସ୍ଥାରେ ଅକ୍ଟୋବର ୨୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି ।

ସମୀରଙ୍କ ମାଆ କାଲିମା ଅଭିଯୁକ୍ତଙ୍କର ରାଜନୈତିକ ସମ୍ପର୍କ ଥିବା ଏବଂ ସେମାନେ ଗରିବୀକୁ ନେଇ ତାଙ୍କ ପୁଅଙ୍କୁ ଉପହାସ କରିଥିବା ଅଭିଯୋଗ କରିଛନ୍ତି ।

Advertisment ଅନ୍ୟପଟେ, ପୁଲିସ ଭାରତୀୟ ନ୍ୟାୟ ସଂହିତା ଆଧାରରେ ଆତ୍ମହତ୍ୟା ପାଇଁ ପ୍ରରୋଚନା କରିବା ଭଳି ସଂଗୀନ ମାମଲାରେ ଧାରା ୧୦୮ ଲାଗୁ କରି ଘଟଣାର ତଦନ୍ତ କରୁଛି ।

ଜଣେ ଯୁବକଙ୍କ ଆତ୍ମସମ୍ମାନର ମୂଲ୍ୟ କ'ଣ ମାତ୍ର ୧୦ ଟଙ୍କା ?

ଏହି ଘଟଣା କେବଳ ଗୋଟିଏ ପରିବାରର ଦୁଃଖ ନୁହେଁ, ଡେଲିଭରୀ କର୍ମଚାରୀଙ୍କ ସୁରକ୍ଷା ଓ ମର୍ଯ୍ୟାଦାକୁ ନେଇ ମଧ୍ୟ ଗଭୀର ଚିନ୍ତା ସୃଷ୍ଟି କରିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।