Delhi HC Pulls Up Government: ‘ଦାୟିତ୍ୱରୁ ଖସି ପାରିବେନି’ ସରକାର, ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ଚେତାବନୀ

Sep 07, 2026 - 18:45
Delhi HC Pulls Up Government: ‘ଦାୟିତ୍ୱରୁ ଖସି ପାରିବେନି’ ସରକାର, ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ଚେତାବନୀ

ସତ୍ୟ ନିକେତନ ଦୁର୍ଘଟଣାକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ। ସାତ ଜଣଙ୍କ ଜୀବନ ନେଇଥିବା PG ବିଲ୍ଡିଂ ଭୁଶୁଡ଼ିବା ଘଟଣାରେ ଦାୟୀ ଅଧିକାରୀଙ୍କ ଉପରେ ଦାୟିତ୍ୱ ଧାର୍ଯ୍ୟ କରିବାକୁ MCDକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଭୁଶୁଡ଼ିଥିବା ୫ ମହଲା କୋଠାଟି ବୈଧ ଅନୁମତିରେ ନିର୍ମାଣ ହୋଇଥିଲା କି ନାହିଁ, ତାହା ନେଇ MCDର ସର୍ବୋଚ୍ଚ ସ୍ତରରେ ତଦନ୍ତ କରିବାକୁ କୁହାଯାଇଛି। ଏଥିସହ ଦିଲ୍ଲୀର ସମସ୍ତ PG ହଷ୍ଟେଲର ଅଡିଟ୍ କରିବା ସହ ନିରାପତ୍ତା, ବିଦ୍ୟୁତ୍ ଓ ବିଲ୍ଡିଂ ନିୟମ ଠିକ୍ ଭାବେ ପାଳନ ହେଉଛି କି ନାହିଁ, ଯାଞ୍ଚ କରିବାକୁ ନିର୍ଦ୍ଦେଶ ରହିଛି।

PG ପାଇଁ ନିୟମ ନଥିଲେ ତୁରନ୍ତ ନିୟମ ତିଆରି କରିବାକୁ ମଧ୍ୟ କୋର୍ଟ କହିଛନ୍ତି। ଛାତ୍ରଛାତ୍ରୀଙ୍କ ଜୀବନ ସହ ଏଭଳି ଅବହେଳା ଗ୍ରହଣୀୟ ନୁହେଁ ବୋଲି କୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି।

ଘଟଣାରେ ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣଙ୍କୁ ଧ୍ୱଂସାବଶେଷରୁ ଉଦ୍ଧାର କରାଯାଇଛି। ଏପଟେ MCD ସାଉଥ୍ ଜୋନ୍ ଡେପୁଟି କମିଶନରଙ୍କ ସମେତ ୫ ଅଧିକାରୀଙ୍କୁ ନିଲମ୍ବନ କରିଛି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୬ରେ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।