Delhi High Court: ଦିଲ୍ଲୀ ହାଇକୋର୍ଟରେ ଚାକିରି ସୁଯୋଗ

Sep 16, 2026 - 14:04
Delhi High Court: ଦିଲ୍ଲୀ ହାଇକୋର୍ଟରେ ଚାକିରି ସୁଯୋଗ

"ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରେ ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଭଲ ସୁଯୋଗ ଆସିଛି।

ହାଇକୋର୍ଟରେ ସିନିୟର ପର୍ସନାଲ ଆସିଷ୍ଟାଣ୍ଟ (ଏସପିଏ) ଓ ପର୍ସନାଲ ଆସିଷ୍ଟାଣ୍ଟ (ପିଏ) ପଦବି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୧୫ରୁ ଆରମ୍ଭ ହୋଇଛି।

ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ।

ଆବେଦନର ଶେଷ ତାରିଖ ଅକ୍ଟୋବର ୫ ରହିଛି।Advertisment ଆବେଦନ ପାଇଁ ଯୋଗ୍ୟତା ୧.

ପ୍ରାର୍ଥୀଙ୍କ ପାଖରେ ସ୍ନାତକ ଡିଗ୍ରି ସହ କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ।

ବୟସ ସୀମାର ଗଣନା ୨୦୨୬ ଜାନୁଆରି ୧ ଅନୁସାରେ କରାଯିବ।

ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଓ ସର୍ବାଧିକ ବୟସ ୩୨ ବର୍ଷ ରହିଛି।

ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିୟମ ଅନୁସାରେ ବୟସ ସୀମାରେ ଛାଡ଼ ମିଳିବ।

ଆବେଦନ ଶୁଳ୍କ ସାଧାରଣ, ଓବିସି ଓ ଇଡବ୍ଲ୍ୟୁଏସ୍ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୫୦୦ ଟଙ୍କା ରହିଛି।

ଏସ୍‌ସି, ଏସ୍‌ଟି ଓ ଦିବ୍ୟାଙ୍ଗ ବର୍ଗର ପ୍ରାର୍ଥୀଙ୍କୁ ୧୩୦୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ।

କିପରି କରିବେ ଆବେଦନ ୧.

ଦିଲ୍ଲୀ ହାଇକୋର୍ଟର ଅଫିସିଆଲ୍ ୱେବସାଇଟ୍ ଖୋଲନ୍ତୁ।୨.

ନିଯୁକ୍ତି ସମ୍ବନ୍ଧୀୟ ବିଜ୍ଞପ୍ତି ଓ ଅନଲାଇନ୍ ଆବେଦନ ଲିଙ୍କରେ କ୍ଲିକ୍ କରନ୍ତୁ।୩.

ଆବଶ୍ୟକ ତଥ୍ୟ ଦେଇ ପଞ୍ଜୀକରଣ କରନ୍ତୁ।୪.

ଆବେଦନ ଫର୍ମରେ ଶିକ୍ଷାଗତ ଓ ବ୍ୟକ୍ତିଗତ ତଥ୍ୟ ପୂରଣ କରନ୍ତୁ।୫.

ଆବଶ୍ୟକ ଦଲିଲ ଅପଲୋଡ୍ କରି ଆବେଦନ ଶୁଳ୍କ ଦାଖଲ କରନ୍ତୁ।୬.

ଫର୍ମ ଦାଖଲ କରିବା ପରେ ଏହାର ପ୍ରିଣ୍ଟଆଉଟ୍ କିମ୍ବା ପିଡିଏଫ୍ ସୁରକ୍ଷିତ ରଖନ୍ତୁ।

ପୋଲ ତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।