Bomb Attack: ପରସ୍ପରକୁ ଫିଙ୍ଗିଲେ ବୋମା: ବଡ଼ ଭାଇର ଗଲା ଜୀବନ, ସାନ ଗୁରୁତର
"ଭୁବନେଶ୍ବର: ଚନ୍ଦକା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ।
ଦୁଇଟି ବୋମାମାଡ଼ରେ ଥରି ଉଠିଲା ଖୋର୍ଦ୍ଧା ଚନ୍ଦକା ଥାନା ମହୁଲି ଗାଁ ଅଞ୍ଚଳ।
ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ାକୁ ପରସ୍ପରକୁ ଫିଙ୍ଗିଲେ ବୋମା ।
ବୋମା ମାଡ଼ରେ ଜଣେ ଭାଇ ମୃତ।
ଅନ୍ୟଜଣେ ଜଣେ ଆହତ ଭାଇକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରା ଯାଇଛି ।Advertisment ନମୁନା ସଂଗ୍ରହ କରିବା ସହ ଭୁବନେଶ୍ବର ଡିସିପି ଆରମ୍ଭ କରିଛନ୍ତି ତଦନ୍ତ ଖବର ପାଇ ଘଟଣା ସ୍ଥଳରେ ପ୍ରଥମେ ଚନ୍ଦକା ଥାନା ଅଧିକାରୀ ଓ ପିସିଆର୍ ଟିମ୍ ପହଞ୍ଚିଥିଲେ ।
ପରେ ଜୋନ୍୬ ଏସିପି, ସାଇଣ୍ଟିଫିକ୍ ଟିମ୍ ଓ ଭୁବନେଶ୍ବର ଡିସିପି କ୍ରାଇମ୍ ସ୍ପଟ୍ ରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିବା ସହ ଆରମ୍ଭ କରିଛନ୍ତି ତଦନ୍ତ ।
ବୋମା ମାଡ଼ରେ ମୃତ୍ୟୁବରଣ କରିଥିବା ବଡ଼ ଭାଇ ହେଉଛନ୍ତି ମୋହନ ପାଢ଼ୀ।
ଗୁରୁତର ହୋଇଥିବା ସାନ ଭାଇ ମଦନ ପାଢ଼ୀ।
ତାଙ୍କ ହାତ ଛିଡ଼ି ଯାଇଛି ।
ସେ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।
Journalist: ଜାତୀୟ ରାଜପଥରେ ଅସାମାଜିକଙ୍କ ଆତଙ୍କ, ସାମ୍ବାଦିକଙ୍କ ଗାଡ଼ି ଉପରେ ଅତର୍କିତ ଆକ୍ରମଣ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।