Delhi Minister Slap Row Escalates: ରାହୁଲ-ପରବେଶ ବର୍ମା ମୁହାଁମୁହିଁ, ଚାପୁଡ଼ା ଘଟଣାକୁ ନେଇ ରାଜନୀତି ତେଜିଲା
ଦିଲ୍ଲୀରେ ମନ୍ତ୍ରୀଙ୍କ ଚାପୁଡ଼ାକୁ ନେଇ ରାଜନୀତି ତୀବ୍ର ହୋଇଛି। ପଶ୍ଚିମ ଦିଲ୍ଲୀରେ ରାସ୍ତା ଯାଞ୍ଚ ବେଳେ ଜଣେ ଯୁବକଙ୍କୁ ଦିଲ୍ଲୀ PWD ମନ୍ତ୍ରୀ ପରବେଶ ବର୍ମା ଚାପୁଡ଼ା ମାରିଥିବା ଭିଡିଓ ଭାଇରାଲ୍ ହୋଇଛି। ଯୁବକ ଜଣକ ଘଟଣାର ଭିଡିଓ କରୁଥିବା ବେଳେ ଏହି ଘଟଣା ଘଟିଥିବା ଦାବି କରାଯାଇଛି।
ଘଟଣାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ମାଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଏହା ଭୋଟରଙ୍କୁ ଭୟ ନକରୁଥିବା କ୍ଷମତାର ଚିତ୍ର। ସେ ‘ଭୋଟ୍ ଚୋରି’ ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି। ଏହାର ଜବାବରେ ପରବେଶ ବର୍ମା ରାହୁଲଙ୍କୁ ଏହି ମାମଲାରୁ ଦୂରେ ରହିବାକୁ କହିଛନ୍ତି।
ସେପଟେ ବର୍ମା ଦାବି, କରିଛନ୍ତି ଯେ, ଘଟଣା ପୂର୍ବରୁ ତାଙ୍କ ପରିବାରକୁ ନେଇ ଅପମାନଜନକ କଥା କୁହାଯାଇଥିଲା। ଅନ୍ୟପକ୍ଷରେ ଯୁବକ ଜଣକ ଏହାକୁ ଖଣ୍ଡନ କରି ମନ୍ତ୍ରୀଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଛନ୍ତି। ମାମଲାରେ ଉଭୟ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ପୁଲିସ ତଦନ୍ତ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।