Delhi Police: ଯୌନ ନିର୍ଯାତନା ଅଭିଯୋଗ ପରେ ବି ପଦୋନ୍ନତି ପାଇଲେ ଦିଲ୍ଲୀ ପୁଲିସ ଅଫିସର ବିବେକ ଭଗତ

Oct 06, 2026 - 10:29
Delhi Police: ଯୌନ ନିର୍ଯାତନା ଅଭିଯୋଗ ପରେ ବି ପଦୋନ୍ନତି ପାଇଲେ ଦିଲ୍ଲୀ ପୁଲିସ ଅଫିସର ବିବେକ ଭଗତ

"ନୂଆଦିଲ୍ଲୀ: ଗତ ଅକ୍ଟୋବର ୩ ତାରିଖ ଶନିବାର ଦିନ ଯନ୍ତର ମନ୍ତରଠାରେ ହୋଇଥିବା ପ୍ରତିବାଦ ସମୟରେ ଜଣେ ମହିଳା ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୁକ୍ତ ଦିଲ୍ଲୀ ପୁଲିସ ଅଫିସର ବିବେକ ଭଗତଙ୍କୁ ସୋମବାର ଦିନ ଅତିରିକ୍ତ ଡେପୁଟି କମିଶନର ଭାବେ ପଦୋନ୍ନତି ଦିଆଯାଇଛି।

୨୦୧୮ ବ୍ୟାଚର ଅଫିସର ବିବେକ ଭଗତଙ୍କ ସମେତ ମୋଟ ୧୨ ଜଣ ପୁଲିସ ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇଥିବା ବେଳେ ଏହା ଏକ ନିୟମିତ ପଦୋନ୍ନତି ପ୍ରକ୍ରିୟା ଏବଂ ଅଭିଯୋଗ ଆସିବା ପୂର୍ବରୁ ଏହାର ପ୍ରସ୍ତାବ ଦିଆଯାଇଥିଲା ବୋଲି ଦିଲ୍ଲୀ ପୁଲିସ ସ୍ପଷ୍ଟୀକରଣ ଦେଇଛି।Advertisment ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହୋଇଥିବା ପ୍ରତିବାଦ ବେଳେ କାର୍ଯ୍ୟରତ ପୁଲିସ ଅଧିକାରୀଙ୍କ ବିରୋଧରେ ତିନି ଜଣ ମହିଳା ସାମ୍ବାଦିକା ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି।

ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ଦିଲ୍ଲୀ ପୁଲିସର କ୍ରାଇମ୍ ବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଇଥିବା ବେଳେ, ଅନ୍ୟପଟେ ସାମ୍ବାଦିକମାନେ ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ସାମ୍ନାରେ ଧାରଣା ଦେଇ ଅଭିଯୁକ୍ତ ଅଫିସରଙ୍କ ବିରୋଧରେ ଏଫଆଇଆର୍ ଏବଂ ନିଲମ୍ବନ ଦାବି କରିଛନ୍ତି।

ଇସ୍ତଫା ଦାବିରେ ପ୍ରତିବାଦ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କୋକ୍ରୋଚ୍ ଜନତା ପାର୍ଟି (ସିଜେପି), ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (ଏଆଇଏସଏ) ଏବଂ ପ୍ରେସ୍ କ୍ଲବ୍ ଅଫ୍ ଇଣ୍ଡିଆ ଏହି ଘଟଣାକୁ କଡ଼ା ନିନ୍ଦା କରିବା ସହ ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ଜବାବ ଦାବି କରିଛନ୍ତି।

ଏହି ସମସ୍ତ ବିବାଦ ମଧ୍ୟରେ ଦିଲ୍ଲୀ ପୁଲିସ ସାମ୍ବାଦିକମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି।

ପ୍ରତିବାଦ ସମୟରେ ସାମ୍ବାଦିକମାନେ ନିଜର ବୈଧ ପରିଚୟ ପତ୍ର ପ୍ରଦର୍ଶନ କରିବା ସହ ପୁଲିସ କାର୍ଯ୍ୟରେ ବାଧା ସୃଷ୍ଟି ନକରିବା ଏବଂ ପ୍ରଦର୍ଶନକାରୀଙ୍କଠାରୁ ନିଜକୁ ଅଲଗା ରଖି ନିରାପଦ ଦୂରତା ବଜାୟ ରଖିବାକୁ ପୁଲିସ ନିର୍ଦ୍ଦେଶ ଦେଇଛି।

ଇସ୍ରାଏଲ ନିର୍ବାଚନ ପୂର୍ବରୁ ଜାଣିଶୁଣି କରାଯାଇଥିବା ନେଇ ଅଭିଯୋଗ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।