Gaza Ceasefire: ଗାଜାରେ ଯୁଦ୍ଧ ବନ୍ଦ ହେଉ: ସମସ୍ତ ପକ୍ଷଙ୍କୁ ଅପିଲ୍ କଲେ ଜାତିସଂଘ ମହାସଚିବ ଗୁଟେରେସ୍

Oct 06, 2026 - 10:29
Gaza Ceasefire: ଗାଜାରେ ଯୁଦ୍ଧ ବନ୍ଦ ହେଉ: ସମସ୍ତ ପକ୍ଷଙ୍କୁ ଅପିଲ୍ କଲେ ଜାତିସଂଘ ମହାସଚିବ ଗୁଟେରେସ୍

"ଜେନେଭା: ୭ ଅକ୍ଟୋବର ୨୦୨୩ ଆକ୍ରମଣର ତୃତୀୟ ବାର୍ଷିକୀ ପୂର୍ବରୁ ଗାଜାରେ ସ୍ଥାୟୀ ଅସ୍ତ୍ରବିରତି ପାଇଁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ସମସ୍ତ ପକ୍ଷଙ୍କୁ ଅପିଲ୍ କରିଛନ୍ତି।ସେ କହିଛନ୍ତି ଯେ, ସେହି ଆକ୍ରମଣର ଭୟାବହତା କେବେ ପୁନରାବୃତ୍ତି ହେବା ଉଚିତ୍ ନୁହେଁ।

ଗାଜାରେ ସଂଘର୍ଷ ଶେଷ ହେବା ଆବଶ୍ୟକ।

୭ ଅକ୍ଟୋବର ୨୦୨୩ରେ, ପାଲେଷ୍ଟାଇନୀ ଆତଙ୍କବାଦୀ ଗୋଷ୍ଠୀ ହମାସ ଗାଜାରୁ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା।

ଯେଉଁଥିରେ ପ୍ରାୟ ୧,୨୦୦ ଲୋକଙ୍କୁ ହତ୍ୟା କରାଯାଇଥିଲା ଏବଂ ୨୫୧ ଜଣଙ୍କୁ ବନ୍ଧକ କରାଯାଇଥିଲା।

ଏହାର ପାଲଟା ଜବାବରେ ଇସ୍ରାଏଲ ଗାଜାରେ ହମାସ ବିରୋଧରେ ଏକ ବଡ଼ ଧରଣର ସାମରିକ ଅଭିଯାନ ଆରମ୍ଭ କରିଥିଲା।Advertisment ସମ୍ବାଦ ସରବରାହ ସଂସ୍ଥା ଅନୁଯାୟୀ ଏହି ସଂଘର୍ଷରେ ଅତି କମରେ ୭୪ ହଜାର ୨ ଶହରୁ ଅଧିକ ପାଲେଷ୍ଟାଇନୀ ନିହତ ହୋଇଛନ୍ତି।

ଜାତିସଂଘର ମହାସଚିବ କହିଛନ୍ତି ଯେ, ଆକ୍ରମଣ ପରେ ହୋଇଥିବା ଭୟଙ୍କର ଯୁଦ୍ଧ ଗାଜାରେ ପାଲେଷ୍ଟାଇନୀମାନଙ୍କ ପାଇଁ ଅକଥନୀୟ ଯନ୍ତ୍ରଣା ଆଣିଛି।

ବହୁ ସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି, ବିସ୍ଥାପିତ ହୋଇଛନ୍ତି ଏବଂ ବ୍ୟାପକ ଧ୍ୱଂସ ଘଟିଛି।

ସାଧାରଣ ଲୋକମାନେ ଅତ୍ୟନ୍ତ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି।

ସେମାନଙ୍କର ଦୁଃଖ ଏବେ ଶେଷ ହେବା ଆବଶ୍ୟକ।

ଗାଜାରେ ସଂଘର୍ଷ ଶେଷ ସେ କହିଛନ୍ତି ଗତ ବର୍ଷର ଅସ୍ତ୍ରବିରତି କିଛି ଆଶ୍ୱସ୍ତି ପ୍ରଦାନ କରିଥିଲେ ମଧ୍ୟ, ଲୋକମାନଙ୍କୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁରକ୍ଷା, ପର୍ଯ୍ୟାପ୍ତ ମାନବୀୟ ସହାୟତା କିମ୍ବା ପରିସ୍ଥିତିରେ ଉନ୍ନତି ଆଣିବା ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ନିର୍ଭରଯୋଗ୍ୟ ପଥ ମିଳିନାହିଁ।

ମୁଁ ସମସ୍ତ ପକ୍ଷଙ୍କୁ ସେମାନଙ୍କର ପ୍ରତିଶ୍ରୁତିକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବାକୁ ଏବଂ ଅସ୍ତ୍ରବିରତିର ପରବର୍ତ୍ତୀ ପର୍ଯ୍ୟାୟକୁ ଯିବାକୁ ନିବେଦନ କରୁଛି।

ବର୍ତ୍ତମାନ ଅସ୍ତ୍ରବିରତିକୁ ସ୍ଥାୟୀ କରିବାର ସମୟ ଆସିଛି।

ଏବେ ବଡ଼ ଧରଣର ମାନବିକ ସହାୟତା ଉପଲବ୍ଧ କରାଇବାକୁ ଅନୁମତି ଦେବା ଏବଂ ଅନ୍ତର୍ଜାତୀୟ ଆଇନକୁ ସମ୍ମାନ ଦେବାର ସମୟ ମଧ୍ୟ ଆସିଛି।

ସେ କହିଛନ୍ତି ଯେ ସମଗ୍ର ଅଞ୍ଚଳରେ ସ୍ଥାୟୀ ଶାନ୍ତି ହାସଲ କରିବା ପାଇଁ ଏକ ରାଜନୈତିକ ପଥ ଆବଶ୍ୟକ, ଜାତିସଂଘ ଏହି ଲକ୍ଷ୍ୟଗୁଡ଼ିକ ପ୍ରତି ନିଜର ପ୍ରତିବଦ୍ଧତା ନେଇ ଅଟଳ ରହିଛି।

ଏହି ବାର୍ଷିକୀ କେବଳ ଦୁଃଖର ଆଉ ଏକ ବର୍ଷ ନୁହେଁ, ବରଂ ଏକ ଭିନ୍ନ ଭବିଷ୍ୟତ ନିର୍ମାଣ ପାଇଁ ଆମର ସଂକଳ୍ପକୁ ଆହୁରି ମଜବୁତ କରୁ।

ଏପରି ଏକ ଭବିଷ୍ୟତ ଯେଉଁଠାରେ ଇସ୍ରାଏଲୀ ଏବଂ ପାଲେଷ୍ଟାଇନୀମାନେ ସେମାନଙ୍କ ଅଧିକାର, ମର୍ଯ୍ୟାଦା ଏବଂ ଆକାଂକ୍ଷା ପୂରଣ ସହିତ ଶାନ୍ତି ଏବଂ ସୁରକ୍ଷାରେ ପଡ଼ୋଶୀ ଭାବରେ ଏକାଠି ରହିପାରିବେ।

ଗୁରୁତ୍ୱପୂର୍ଣ୍ଣ ଉପନିର୍ବାଚନରେ ​​ଛଅ ଆସନରେ ମତଦାନ ଜାରି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।