Awareness: ଯଦୁପୁରରେ ଆଇନ ସଚେତନତା କରିବ କ୍ୟାପିଟାଲ ଲ’ କଲେଜ
"ଭୁବନେଶ୍ୱର: କ୍ୟାପିଟାଲ ଲ" କଲେଜ, ଭୁବନେଶ୍ୱରର ଲିଗାଲ୍ ଏଡ୍ କ୍ଲିନିକ୍ ପକ୍ଷରୁ ଯଦୁପୁର ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରାଯାଇଛି।
ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ କ୍ୟାପିଟାଲ ଲ କଲେଜର ସଭାପତି ସୁରେଶ କୁମାର ରାଉତରାୟ ଅଧ୍ୟକ୍ଷତା କରିଥିଲେ।Advertisment ଆହୁରି ପଢନ୍ତୁ :world of AI: ଏଆଇ ଦୁନିଆରେ ଲିଙ୍ଗଭେଦ!
ଏହି ସଭାରେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶିବରାମ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସାଲୋମୀ ସାହୁ ସମ୍ମାନିତ ଅତିଥି, ଲୋକଅଦାଲତ ବିଚାରପତି ଶ୍ରୀକାନ୍ତ ମିଶ୍ର, ମନ୍ମଥ ରାଉତରାୟ, କଲେଜର ପ୍ରିନ୍ସିପାଲ ଚନ୍ଦ୍ରମଣି ଜେନା, ସଂଯୋଜକ ଶେଖ୍ ସାହାନୱାଜ୍ ଇସଲାମ୍, ଡିଏଲ୍ଏସ୍ଏ ସଦସ୍ୟ ଜୟଶ୍ରୀ ମହାପାତ୍ର ଓ ଆଇନଜୀବୀ ଆଶୀର୍ବାଦ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।।
ଆଗାମୀ ଦିନରେ ଯଦୁପୁରରେ ଆଇନ ସଚେତନତା ଶିବିର, ନିଃଶୁଳ୍କ ଆଇନ ପରାମର୍ଶ ଓ ଆଇନ ସେବା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।