Delhi Pollution Battle: ପ୍ରଦୂଷଣ ରୋକିବେ ବିରାଟ କୋହଲି! ବାଣ ଉପରେ ସମ୍ପୂର୍ଣ୍ଣ ବ୍ୟାନ୍‌କୁ ସୁପ୍ରିମକୋର୍ଟଙ୍କ ନାପସନ୍ଦ

Oct 29, 2026 - 17:17
Delhi Pollution Battle: ପ୍ରଦୂଷଣ ରୋକିବେ ବିରାଟ କୋହଲି! ବାଣ ଉପରେ ସମ୍ପୂର୍ଣ୍ଣ ବ୍ୟାନ୍‌କୁ ସୁପ୍ରିମକୋର୍ଟଙ୍କ ନାପସନ୍ଦ

ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ।

ବିଷାକ୍ତ ବାୟୁରୁ ଲୋକଙ୍କୁ ମୁକ୍ତି ଦେବା ପାଇଁ କେବଳ କଟକଣା ଲଗାଇଲେ ହେବନି, ଜନସଚେତନତା ମଧ୍ୟ ଜରୁରୀ।

ଏଥିପାଇଁ କ୍ରିକେଟର ବିରାଟ କୋହଲିଙ୍କ ଭଳି ଲୋକପ୍ରିୟ ଚେହେରାଙ୍କ ସହାୟତା ନେବାକୁ ଦିଲ୍ଲୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

ଅନ୍ୟପଟେ ଦୀପାବଳିରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ସପକ୍ଷରେ କୋର୍ଟ ନଥିବା କହିଛନ୍ତି।

Advertisment ପ୍ରଦୂଷଣ ମାମଲାର ଶୁଣାଣି ସମୟରେ କୋର୍ଟ କହିଛନ୍ତି, ରାତାରାତି ସମସ୍ତଙ୍କ ଚିନ୍ତାଧାରା ଓ ଅଭ୍ୟାସ ବଦଳାଇବା ସମ୍ଭବ ନୁହେଁ।

ତେଣୁ ଲୋକଙ୍କୁ ସଚେତନ କରିବା ସହ ନିୟମର କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ।

ବିରାଟ କୋହଲିଙ୍କ ଭଳି ଲୋକପ୍ରିୟ ବ୍ୟକ୍ତିତ୍ୱ ପ୍ରଦୂଷଣ ବିରୋଧୀ ଅଭିଯାନରେ ସାମିଲ ହେଲେ ଲୋକଙ୍କ ଉପରେ ଏହାର ଭଲ ପ୍ରଭାବ ପଡ଼ିପାରେ ବୋଲି କୋର୍ଟ ମତ ଦେଇଛନ୍ତି।

ବାଣ ଉପରେ ସମ୍ପୂର୍ଣ୍ଣ ନିଷେଧ ନୁହେଁ ଦିଲ୍ଲୀ-ଏନ୍‌ସିଆର୍‌ରେ ପ୍ରଦୂଷଣ ନିୟନ୍ତ୍ରଣ ସହ ଦୀପାବଳିରେ ବାଣ ଫୁଟାଇବା ପ୍ରସଙ୍ଗରେ ମଧ୍ୟ ଶୁଣାଣି ହୋଇଥିଲା।

ସୁପ୍ରିମକୋର୍ଟ କହିଛନ୍ତି, ବାଣ ଉପରେ ସମ୍ପୂର୍ଣ୍ଣ ବ୍ୟାନ୍‌ ଲଗାଇବା ତାଙ୍କ ଉଦ୍ଦେଶ୍ୟ ନୁହେଁ।

ପର୍ବପର୍ବାଣୀର ଭାବନାକୁ ଆଘାତ ନଦେଇ ପ୍ରଦୂଷଣ ରୋକିବା ଜରୁରୀ।

ତେବେ ଏଥିପାଇଁ ରହିଥିବା ନିୟମର କଡ଼ାକଡ଼ି ଅନୁପାଳନ ଆବଶ୍ୟକ।

ଦୀପାବଳି ପୂର୍ବ ଓ ପରବର୍ତ୍ତୀ ଦୁଇ ଦିନ ସ୍ଥିତି ଉପରେ ବିଶେଷ ନଜର ରଖିବାକୁ କୋର୍ଟ କହିଛନ୍ତି।

Advertisment ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାରଙ୍କ ପ୍ରସ୍ତୁତି ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ୍‌ ଐଶ୍ୱର୍ଯ୍ୟା ଭାଟି କୋର୍ଟଙ୍କୁ କହିଛନ୍ତି, ପ୍ରଦୂଷଣ ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି।

BS-VI ମାନଦଣ୍ଡ ପୂରଣ କରୁନଥିବା ବାହାର ରାଜ୍ୟର ଗାଡ଼ିକୁ ଦିଲ୍ଲୀରେ ପ୍ରବେଶ ଅନୁମତି ମିଳିବ ନାହିଁ।

ଟ୍ରାଫିକ୍‌ ଭିଡ଼ କମାଇବା ପାଇଁ ସରକାରୀ କାର୍ଯ୍ୟାଳୟର ସମୟ ମଧ୍ୟ ଅଲଗା ଅଲଗା କରାଯାଇଛି।

ନିର୍ମାଣସ୍ଥଳ ନିକଟରେ ଆଣ୍ଟି-ସ୍ମଗ୍‌ ଗନ୍‌ ଲଗାଯାଇଥିବା ବେଳେ ସାରା ଦିଲ୍ଲୀରେ ଏଭଳି ୬୦୮ଟି ମେସିନ୍‌ ନିୟୋଜିତ ହୋଇଛି।

ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବାର୍ଷିକ ଯୋଜନା ଓ କଣ୍ଟ୍ରୋଲ୍‌ ସେଣ୍ଟର ପଦକ୍ଷେପ ମଧ୍ୟ ନିଆଯାଇଛି।

ତେବେ ଶିଶୁ, ବୟସ୍କ ଓ ଦିବ୍ୟାଙ୍ଗଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଦୂଷଣର ଗମ୍ଭୀର ପ୍ରଭାବକୁ ଦେଖି କେବଳ ଯୋଜନା ନୁହେଁ, ତାହାର କାର୍ଯ୍ୟକାରିତା ଓ ଜନସହଭାଗିତା ଉପରେ ମଧ୍ୟ ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।