Fresh Weather System May Bring Rain to Odisha: ପୁଣି ବାତ୍ୟା ଭୟ? ୩୧ ତାରିଖରେ ବଙ୍ଗୋପସାଗରରେ ଅବପାତ ସମ୍ଭାବନା
ବାତ୍ୟା ଅର୍ଣ୍ଣବର ତାଣ୍ଡବ ଯାଇନି, ପୁଣି ମୁଣ୍ଡ ଟେକିଲାଣି ଆଉ ଏକ ସମ୍ଭାବ୍ୟ ଅବପାତ।
ଆସନ୍ତା ୩୧ ତାରିଖ ବେଳକୁ ବଙ୍ଗୋପସାଗରରେ ଅବପାତ ହେବା ସମ୍ଭାବନା ରହିଛି।
ପରବର୍ତ୍ତୀ ୨ ଦିନରେ ଏହା ଆହୁରି ଅଧିକ ଘନୀଭୂତ ହେବ ଏବଂ ଆନ୍ଧ୍ର ପ୍ରଦେଶ ଉପକୂଳ ମୁହାଁ ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।
ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି।
ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି।
ଏହାର ପ୍ରଭାବରେ ନଭେମ୍ବର ପହିଲାରୁ ଓଡ଼ିଶାରେ ବର୍ଷା ହୋଇପାରେ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।