Delhi : ଦିଲ୍ଲୀରେ ସିଇସି ବିରୋଧୀ ପ୍ରତିବାଦ: ଇସିଆଇ କାର୍ଯ୍ୟାଳୟକୁ ପଦଯାତ୍ରା

Oct 23, 2026 - 17:38
Delhi : ଦିଲ୍ଲୀରେ ସିଇସି ବିରୋଧୀ ପ୍ରତିବାଦ: ଇସିଆଇ କାର୍ଯ୍ୟାଳୟକୁ ପଦଯାତ୍ରା

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ( ସିଇସି ) ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବିରୋଧରେ ଦିଲ୍ଲୀରେ ପୁଣି ଥରେ ବଡ଼ଧରଣର ପ୍ରତିବାଦ ଆରମ୍ଭ ହୋଇଛି।

'ପିପୁଲ୍ସ ଏଗେନଷ୍ଟ ଏସ୍‌ଆଇଆର୍‌' ପକ୍ଷରୁ ଭାରତୀୟ ନିର୍ବାଚନ କମିସନ (ଇସିଆଇ) କାର୍ଯ୍ୟାଳୟକୁ ଶୁକ୍ରବାର ପ୍ରତିବାଦ ଶୋଭାଯାତ୍ରା କରାଯାଇଥିବାବେଳେ ଅଶୋକ ରୋଡରେ ଅନେକ ପ୍ରତିବାଦକାରୀଙ୍କୁ ଅଟକ ରଖାଯାଇଛି।

Advertisment 'ଗଣତନ୍ତ୍ରର ପୁନଃସ୍ଥାପନ' ଡାକରା ଦେଇ ଛାତ୍ର, କୃଷକ ଓ ନାଗରିକ ସମାଜ ଗୋଷ୍ଠୀମାନଙ୍କ ଏହି ମଞ୍ଚ ଦିଲ୍ଲୀର କନଟ୍ ପ୍ଲେସର ବାଙ୍ଗଲା ସାହିବ ଗୁରୁଦ୍ୱାରରୁ ପଟେଲ ଚୌକ ନିକଟସ୍ଥ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ।

କକ୍ରୋଚ ଜନତା ପାର୍ଟି (ସିଜେପି) ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେଙ୍କୁ ମଧ୍ୟ ଶୋଭାଯାତ୍ରାରେ ଯୋଗଦେବାକୁ ମଞ୍ଚ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା।

ଶୋଭାଯାତ୍ରା ପାଇଁ ପୁଲିସ ଅନୁମତି ଲୋଡ଼ା ଯିବନାହିଁ ବୋଲି ମଞ୍ଚ ଅକ୍ଟୋବର ୧୮ ତାରିଖରେ ଘୋଷଣା କରିଥିଲା।

ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାବେଳେ ପ୍ରତିବାଦକାରୀଙ୍କ ଉପରେ ବଳ ପ୍ରୟୋଗ କରିବା ବିରୋଧରେ ପୁଲିସ, ଅର୍ଦ୍ଧସାମରିକ ବାହିନୀ କର୍ମଚାରୀ ଓ ଜେଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚେତାବନୀ ଦେଇଛି।

ମଞ୍ଚ ପକ୍ଷରୁ 'ହର ଗଲି ଜନ୍ତର ମନ୍ତର, ହର ଗାଁ ଜନ୍ତର ମନ୍ତର, ମେରା ଘର ଜନ୍ତର ମନ୍ତର' ସ୍ଲୋଗାନ ଦେଇ 'ନୋ ଏସ୍‌ଆଇଆର୍‌' ଅଭିଯାନ ଶୋଭାଯାତ୍ରା କରିଥିଲା।

ଚାଷୀ, ଶ୍ରମିକ, ମହିଳା, ଛାତ୍ର, ଆଦିବାସୀ, ଦଳିତ ଓ ସଂଖ୍ୟାଲଘୁଙ୍କ ପ୍ରତିନିଧିତ୍ୱ କରୁଥିବା ଗୋଷ୍ଠୀଗୁଡ଼ିକ ଦ୍ୱାରା ଅକ୍ଟୋବର ୧୪ ତାରିଖରେ ନୂଆଦିଲ୍ଲୀର ସୁରଜିତ ଭବନରେ ପିପୁଲ୍ସ ଏଗେନଷ୍ଟ ଏସ୍‌ଆଇଆର୍‌ ଗ୍ରୁପ୍ ଗଠନ କରାଯାଇଥିଲା।

ସଂଯୁକ୍ତ କିଷାନ ମୋର୍ଚ୍ଚା ଓ 'ପିପୁଲ୍ସ ଏଗେନଷ୍ଟ ଏସ୍‌ଆଇଆର୍‌' ମଞ୍ଚ ଶୁକ୍ରବାର ଦେଶବ୍ୟାପୀ ପ୍ରତିବାଦ କରୁଛନ୍ତି; ବିଭିନ୍ନ ଟ୍ରେଡ ୟୁନିଅନ ଓ ନାଗରିକ ସମାଜ ସଂଗଠନ ପଦଯାତ୍ରାକୁ ସମର୍ଥନ ଜଣାଇଛନ୍ତି।

ଇତିହାସ ରଚିଲା ଜିଓ ପ୍ଲାଟଫର୍ମସର ଆଇପିଓ; ମିଳିଲା କୋଟିଏରୁ ଅଧିକ ସବ୍‌ସ୍କ୍ରିପ୍‌ସନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।