Investment: ୪୭୫୦ କୋଟି ନିବେଶ କରିବ ପାରାଦୀପ ଫସ୍‌ଫେଟ୍‌ସ; ବୁଝାମଣାପତ୍ର ସ୍ବାକ୍ଷରିତ

Oct 23, 2026 - 17:38
Investment: ୪୭୫୦ କୋଟି ନିବେଶ କରିବ ପାରାଦୀପ ଫସ୍‌ଫେଟ୍‌ସ; ବୁଝାମଣାପତ୍ର ସ୍ବାକ୍ଷରିତ

ଭୁବନେଶ୍ବର: ପାରାଦୀପ ଫସ୍‌ଫେଟ୍‌ସ ଲିମିଟେଡ୍‌ ( ପିପିଏଲ୍‌ ) ରାଜ୍ୟରେ ୪୭୫୦ କୋଟି ଟଙ୍କା ନିବେଶ କରିବାକୁ ଯାଉଛି।

ଏନେଇ କମ୍ପାନି ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ମୁମ୍ବାଇରେ ରାଜ୍ୟ ସରକାରଙ୍କ ସହ ଏକ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି।

Advertisment କମ୍ପାନି ରାଜ୍ୟରେ ନୂଆ ରସାୟନ କାରଖାନା ଓ ଏକ ଜୈବ ସାର କାରଖାନା ସ୍ଥାପନ କରିବ।

ଏଥି ସହିତ କୃଷି ଉତ୍ପାଦକତା ବଢ଼ାଇବା ଉପରେ ମଧ୍ୟ କମ୍ପାନି ‌‌ଜୋର ଦେବ।

ଏହି ଅବସରରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ପାରାଦୀପ ଫସ୍‌ଫେଟ୍‌ସର ଏମ୍‌ଡି ଓ ସିଇଓ ଏନ୍‌ ସୁରେଶ କ୍ରିଷ୍ଣନ, ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରାଜୀବ ନାମ୍ବିଆର ପ୍ରମୁଖ ଉପସ୍ଥିତ ଥିଲେ।

ବିଜିପିପିଏଲ୍‌କୁ ପୁରୁଣା ଆକାଉଣ୍ଟ ବିବରଣୀ ଦାଖଲ ପାଇଁ କେନ୍ଦ୍ରୀୟ ପିଏଫ୍ କମିଶନର ନିର୍ଦେଶ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।