Amit Shah: ତୁମର ପ୍ରଧାନମନ୍ତ୍ରୀ ହେବା ପାଳି କେବେ ଆସିବ ନାହିଁ, ରାହୁଲଙ୍କୁ ଅମିତ ଶାହଙ୍କ କଟାକ୍ଷ
ଚଣ୍ଡୀଗଡ଼: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ବିରୋଧୀ ଇଣ୍ଡି ମେଣ୍ଟ ଉପରେ କଡ଼ା ପ୍ରହାର କରିଛନ୍ତି।
ଦିଲ୍ଲୀରେ ଚାଲିଥିବା ବିରୋଧୀଙ୍କ ଆନ୍ଦୋଳନ ମଧ୍ୟରେ ଶାହ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କର ପ୍ରଧାନମନ୍ତ୍ରୀ ହେବା ପାଳି ଜୀବନରେ କେବେ ହେଲେ ଆସିବ ନାହିଁ।
ଯଦି ପ୍ରଧାନମନ୍ତ୍ରୀ ହେବାକୁ ଚାହୁଛ, ତେବେ ସାରା ଜୀବନ ନକଲି ସଂସଦରେ ବସି ରୁହ, ତୁମର ପାଳି ଆସିବ ନାହିଁ ବୋଲି ସେ କହିଛନ୍ତି।
ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ନିର୍ବାଚନୀ ଅନିୟମିତତା ଅଭିଯୋଗ ଆଣି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଗୋଟିଏ ଦିନ ପୂର୍ବରୁ ଏକ ପ୍ରତୀକାତ୍ମକ ସଂସଦ ଅଧିବେଶନ ଡକାଇ ସର୍ବସାଧାରଣରେ 'ମହାଭିଯୋଗ' କରାଯିବା ପରେ ଗୃହମନ୍ତ୍ରୀ ଏଭଳି କଟାକ୍ଷ କରିଛନ୍ତି।
Advertisment ଆହୁରି ପଢନ୍ତୁ: Ujjwain: ଉଜ୍ଜୟିନୀ ହୋଟେଲରେ ବିଷାକ୍ତ ଗ୍ୟାସ୍ ନେଲା ୪ ଜୀବନ: ହୋଟେଲ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଚଣ୍ଡୀଗଡ଼ଠାରେ ଏକ ସମାବେଶକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ନଭେମ୍ବର ୧ ତାରିଖରେ ରାଜଧାନୀରେ ରାଲି କରିଥିବାରୁ ରାହୁଲଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
ଏହି ଦିନ ରାଲି କରି କଂଗ୍ରେସ ୧୯୮୪ ମସିହାର ଭୟାବହ ଶିଖ ବିରୋଧୀ ଦଙ୍ଗାର ପୀଡ଼ିତମାନଙ୍କ କ୍ଷତରେ ଚୁନ ଲଗାଇବା ଭଳି କାର୍ଯ୍ୟ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।
ଦଙ୍ଗାରେ ହଜାର ହଜାର ନିରୀହ ଲୋକଙ୍କୁ ହତ୍ୟା କରାଯାଇଥିଲା ବୋଲି ସେ କଂଗ୍ରେସକୁ ମନେ ପକାଇ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।