Delhi: ସତ୍ୟ ନିକେତନ ଦୁର୍ଘଟଣା ପରେ ଦିଲ୍ଲୀରେ ପିଜି ନିୟମ କଡ଼ାକଡ଼ି: ଭଡ଼ା ଓ ଜମା ଟଙ୍କାରେ ଲାଗିବ ଅଙ୍କୁଶ
"ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନରେ ୫ ମହଲା ପିଜି କୋଠା ଭୁଶୁଡ଼ି ୭ ଜଣଙ୍କ ମୃତ୍ୟୁ ଘଟିବା ପରେ ଦିଲ୍ଲୀ ସରକାରପେଇଂ ଗେଷ୍ଟ୍ (ପିଜି) ବ୍ୟବସ୍ଥାକୁ ନିୟମିତ କରିବାକୁ ନୂଆ ଆଇନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। "ପେଇଂ ଗେଷ୍ଟ୍ ଆକମୋଡେସନ୍ ରେଗୁଲେସନ୍ ଆଣ୍ଡ ୱେଲଫେୟାର ବିଲ୍" ନାମରେ ପ୍ରସ୍ତାବିତ ଏହି ଆଇନରେ ପିଜିର ପଞ୍ଜୀକରଣ, ଲାଇସେନ୍ସ, ଭଡ଼ା ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ନିୟମ ରହିବ।
ମୁଖର୍ଜୀ ନଗର, ଲକ୍ଷ୍ମୀ ନଗର, ରାଜେନ୍ଦ୍ର ନଗର ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନର୍ଥ କ୍ୟାମ୍ପସ୍ ଭଳି ଛାତ୍ରବହୁଳ ଅଞ୍ଚଳର ପିଜିଗୁଡ଼ିକ ମଧ୍ୟ ଏହା ଅଧୀନକୁ ଆସିବ।Advertisment ଆହୁରି ପଢନ୍ତୁ :Job: ଚାକିରି ନାଁରେ କୋଟିଏ ଟଙ୍କା ଠକେଇ; ବନ୍ଧା ହେଲେ ଯୁବକ ପ୍ରସ୍ତାବ ଅନୁସାରେ, ଦିଲ୍ଲୀର ପ୍ରତ୍ୟେକ ପିଜିକୁ ୯୦ ଦିନ ମଧ୍ୟରେ ଜୋନାଲ୍ କର୍ତ୍ତୃପକ୍ଷଙ୍କଠାରୁ ଲାଇସେନ୍ସ ନେବାକୁ ପଡ଼ିବ।
ଏଥିପାଇଁ ପୁଲିସ, ନଗର ନିଗମ ଓ ସ୍ଥାନୀୟ ପ୍ରଶାସନର ଅନୁମତି ଏବଂ କୋଠାର ଗଠନମୂଳକ ଓ ଅଗ୍ନି ନିରାପତ୍ତା ସମ୍ପର୍କିତ ଏନ୍ଓସି ଆବଶ୍ୟକ ହେବ।
ପଞ୍ଜୀକୃତ ପ୍ରତ୍ୟେକ ପିଜିକୁ ଏକ ସ୍ୱତନ୍ତ୍ର ପେଇଂ ଗେଷ୍ଟ୍ ରେଜିଷ୍ଟ୍ରେସନ୍ ନମ୍ବର ମିଳିବ।
ଏହାର ସମସ୍ତ ତଥ୍ୟ ଏକ ଡିଜିଟାଲ୍ ପୋର୍ଟାଲରେ ଉପଲବ୍ଧ ହେବ।
ପିଜି ମାଲିକଙ୍କ ମନଇଚ୍ଛା ଭଡ଼ା ଆଦାୟ ରୋକିବା ପାଇଁ ଅଞ୍ଚଳ ଅନୁସାରେ ଭଡ଼ା ନିର୍ଦ୍ଧାରଣ ପାଇଁ ଏକ ରେଣ୍ଟ୍ ରେଗୁଲେସନ୍ କମିଟି ଗଠନର ପ୍ରସ୍ତାବ ରହିଛି।
ମାଲିକ ଭଡ଼ାଟିଆଙ୍କଠାରୁ ୩ ମାସରୁ ଅଧିକ ଭଡ଼ା ମୂଲ୍ୟ ସୁରକ୍ଷା ଜମା ଆକାରରେ ନେଇପାରିବେ ନାହିଁ।
ଆଗୁଆ ଭଡ଼ା ମଧ୍ୟ ୩ ମାସରୁ ଅଧିକ ନେବା ଉପରେ ରୋକ ଲାଗିବ।
ପିଜି ଛାଡ଼ିବାକୁ ଚାହୁଥିବା ଛାତ୍ରଙ୍କୁ ୩୦ ଦିନର ନୋଟିସ୍ ଦେବାକୁ ପଡ଼ିବ।
ଜାତି, ଧର୍ମ, ଲିଙ୍ଗ କିମ୍ବା ରାଜ୍ୟ ଆଧାରରେ ଭିନ୍ନ ଭଡ଼ା ନେଇହେବ ନାହିଁ।
ଆହୁରି ପଢନ୍ତୁ :Murder: ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ; ଶିଶୁକନ୍ୟା ଗୁରୁତର ସୁରକ୍ଷା ପାଇଁ ସମସ୍ତ ପିଜିର ପ୍ରବେଶପଥ ଓ ସାଧାରଣ ସ୍ଥାନରେ ସିସିଟିଭି ଲଗାଇବା ଏବଂ ଏହାର ରେକର୍ଡ ୩୦ ଦିନ ରଖିବା ବାଧ୍ୟତାମୂଳକ ହେବ।
୧୫ରୁ ଅଧିକ ଛାତ୍ର ରହୁଥିବା ପିଜିରେ ରାତିରେ ସୁରକ୍ଷାକର୍ମୀ ରହିବେ।
ଵାର୍ଡେନ୍ ମଧ୍ୟ ନିଯୁକ୍ତ ହେବେ ଏବଂ ସେ ପିଜିଠାରୁ ୫୦୦ ମିଟର ଦୂରତା ମଧ୍ୟରେ ଉପଲବ୍ଧ ରହିବାକୁ ପଡ଼ିବ।
ଛାତ୍ରମାନେ ପୋର୍ଟାଲ ମାଧ୍ୟମରେ ନିଜ ପରିଚୟ ଗୋପନ ରଖି ଅଭିଯୋଗ ମଧ୍ୟ କରିପାରିବେ।
ଦିଲ୍ଲୀ ସହରରେ ଏବେ ପ୍ରାୟ ୨ ଲକ୍ଷ ପିଜି ରହିଥିବା ଏବଂ ଅନେକ ଏପର୍ଯ୍ୟନ୍ତ ସରକାରୀ ଭାବେ ପଞ୍ଜୀକୃତ ହୋଇନଥିବା ଆକଳନ କରାଯାଇଛି।
ଦିଲ୍ଲୀ ସହର ଉନ୍ନୟନମନ୍ତ୍ରୀ ଆଶିଷ ସୁଦ୍ଙ୍କ ନେତୃତ୍ୱରେ ଏହି ଆଇନର ଖସଡ଼ା ପ୍ରସ୍ତୁତ ହେଉଛି।
ଆସନ୍ତା ଦୁଇ ମାସ ମଧ୍ୟରେ ଏହାକୁ ଚୂଡ଼ାନ୍ତ କରିବା ଯୋଜନା ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।