BPUT Sets Record ତ୍ବରିତ ପରୀକ୍ଷା ଫଳାଫଳ ପ୍ରକାଶନରେ ବିପିୟୁଟିର ରେକର୍ଡ୍‌

Sep 09, 2026 - 21:33
BPUT Sets Record  ତ୍ବରିତ ପରୀକ୍ଷା ଫଳାଫଳ ପ୍ରକାଶନରେ ବିପିୟୁଟିର ରେକର୍ଡ୍‌

""ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ" ଓ "ଏସିଆ ବୁକ୍ ଅଫ୍ ରେକର୍ଡ୍ସ‌" ଦ୍ୱାରା ସ୍ୱୀକୃତି ରାଉରକେଲା (ଦେବ ଗଡ଼ତିଆ): ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ପୁଣିଥରେ ଏକ ମାଇଲ୍‌ଖୁଣ୍ଟ ସ୍ଥାପନ କରିଛି।

ଚଳିତବର୍ଷ ଇଭେନ୍ ସେମିଷ୍ଟର୍‌ ପରୀକ୍ଷା ଶେଷ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶକରି ଏକ ନୂତନ ରେକର୍ଡ ସୃଷ୍ଟି କରିଛି।

ଏହି ଅସାଧାରଣ କୃତିତ୍ୱ ପାଇଁ ବିପିୟୁଟିକୁ ପ୍ରତିଷ୍ଠିତ "ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ" ଓ "ଏସିଆ ବୁକ୍ ଅଫ୍ ରେକର୍ଡ୍ସ‌" ଦ୍ୱାରା ସ୍ୱୀକୃତି ଓ ସମ୍ମାନ ପ୍ରଦାନ କରାଯାଇଛି।

Advertisment BPUT Convocation: ବିକଶିତ ଓଡ଼ିଶା ପ୍ରତି ବହୁମୂଲ୍ୟ ଅବଦାନ ଦିଅ: ରାଜ୍ୟପାଳ ଉଲ୍ଲେଖଯୋଗ୍ୟ, ବିପିୟୁଟି ଏହାର ଯୁଗ୍ମ ସେମିଷ୍ଟର ପରୀକ୍ଷା ଶେଷ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରି ନିଜର ପୂର୍ବ ରେକର୍ଡକୁ ଭାଙ୍ଗିଛି।

ଏହି ପରୀକ୍ଷାରେ ବି.ଟେକ୍‌, ବି.ଫାର୍ମ୍‌, ଏମ୍‌ବିଏ, ଏମ୍‌ସିଏ ଭଳି ବିଭିନ୍ନ ପାଠ୍ୟକ୍ରମର ପ୍ରାୟ ୯୩,୩୬୨ ଜଣ ଛାତ୍ରଛାତ୍ରୀଙ୍କର ୫,୦୯,୫୧୫ରୁ ଅଧିକ ଉତ୍ତରଖାତା ମାତ୍ର ୪୮ ଘଣ୍ଟା ମଧ୍ୟରେ ମୂଲ୍ୟାୟନ କରାଯାଇଥିଲା।

ଅତ୍ୟାଧୁନିକ ଡିଜିଟାଲ୍ ମୂଲ୍ୟାୟନ ପ୍ରଯୁକ୍ତିବିଦ୍ୟା ଯୋଗୁଁ ଏହି ବଡ଼ ସଫଳତା ସମ୍ଭବ ହୋଇପାରିଛି।

BPUT result ରେକର୍ଡ ସମୟରେ ବିପିୟୁଟି ଯୁଗ୍ମ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶିତ ବିପିୟୁଟି ପକ୍ଷରୁ ଏଭଳି ଦ୍ରୁତ ପରୀକ୍ଷା ଫଳ ପ୍ରକାଶନ, ପ୍ରଥମ ଘଟଣା ନୁହେଁ।

ଗତ ଫେବ୍ରୁଆରିରେ ଅନୁଷ୍ଠିତ ଅଯୁଗ୍ମ ସେମିଷ୍ଟର ପରୀକ୍ଷାରେ ମଧ୍ୟ ବିଶ୍ୱବିଦ୍ୟାଳୟ ଏକ ବଡ଼ ମାଇଲଖୁଣ୍ଟ ସ୍ଥାପନ କରିଥିଲା।

ସେହି ସମୟରେ ୬୭,୯୬୩ ଜଣ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କର ପ୍ରାୟ ୩,୫୧,୨୬୪ ଟି ଉତ୍ତରଖାତାକୁ ମାତ୍ର ଦୁଇ ଦିନ ମଧ୍ୟରେ ମୂଲ୍ୟାଙ୍କନ କରାଯାଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।