Delhi: ସ୍ତ୍ରୀ ସହିତ ଝଗଡ଼ା ପରେ ସଫ୍ଟୱେର୍‌ ଇଞ୍ଜିନିୟରଙ୍କୁ ପିଟିପିଟି ହତ୍ୟା କଲେ ଶ୍ବଶୁର ଘର ଲୋକ

Aug 22, 2026 - 18:43
Delhi: ସ୍ତ୍ରୀ ସହିତ ଝଗଡ଼ା ପରେ ସଫ୍ଟୱେର୍‌ ଇଞ୍ଜିନିୟରଙ୍କୁ ପିଟିପିଟି ହତ୍ୟା କଲେ ଶ୍ବଶୁର ଘର ଲୋକ

"ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ଘରୋଇ କଳହ ହତ୍ୟା ପରି ଦୁଃଖଦ ଘଟଣାର ରୂପ ନେଇଛି।

ସ୍ତ୍ରୀ ସହିତ ଝଗଡ଼ା ପରେ ଜଣେ ୩୧ ବର୍ଷୀୟ ସଫ୍ଟୱେର୍‌ ଇଞ୍ଜିନିୟରଙ୍କୁ ତାଙ୍କ ଶ୍ବଶୁର ଘର ଲୋକ ପିଟିପିଟି ହତ୍ୟା କରିଛନ୍ତି।

ଶନିବାର ସକାଳେ ଏହି ଘଟଣା ଘଟିଥିଲା।

ମୃତ ସଫ୍ଟୱେର୍‌ ଇଞ୍ଜିନିୟର ବିନୟ ଗୁପ୍ତା ଓ ତାଙ୍କ ପତ୍ନୀ ରେଖାଙ୍କ ମଧ୍ୟରେ ପିଲାଙ୍କୁ ଔଷଧ ଦେବାକୁ ନେଇ ଯୁକ୍ତିତର୍କ ହୋଇଥିଲା।

ରେଖା ତାଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରି ବାହାରକୁ ଚାଲି ଯାଇଥିଲେ।

ଦଶ ମିନିଟ ପରେ ସେ ନିଜର ଦୁଇ ଭାଇ, ଭା‌ଉଜ, ବାପା ଓ କକାଙ୍କ ‌ଧରି ଦିଲ୍ଲୀର ନିହାଲ ବିହାର ସ୍ଥିତ ଘରକୁ ଫେରିଥିଲେ।

ସେମାନେ ଘରକୁ ଆସି ବିନୟଙ୍କୁ ପିଟିଥିଲେ ବୋଲି ବିନୟଙ୍କ ସହିତ ରହୁଥିବା ତାଙ୍କ ମା" କହିଛନ୍ତି।Advertisment ବିନୟଙ୍କ ମା" କହିଛନ୍ତି, ସେ ଯେତେ ମନା କରିଥିଲେ ମଧ୍ୟ ସେମାନେ ତାଙ୍କ ପୁଅକୁ ପିଟିବା ବନ୍ଦ କରିନଥିଲେ।

ରେଖାଙ୍କ ପରିବାର ଲୋକ ବିନୟଙ୍କ ତଣ୍ଟି ଚାପି ଧରିବା ସହିତ ତାଙ୍କ ଛାତିକୁ ଗୋଇଠା ମାରିଥିଲେ।

ଏସବୁ ଯୋଜନାବଦ୍ଧ ଭାବେ କରାଯାଇଥିବା ବିନୟଙ୍କ ମା" କହିଛନ୍ତି।

ବିନୟଙ୍କୁ ମାଡ଼ ମାରିବା ପୂର୍ବରୁ ରେଖା ଜାଣିଶୁଣି ଘରର ସିସିଟିଭି ବନ୍ଦ କରିଦେଇଥିଲେ।

ପଡ଼ୋଶୀମାନେ ବିନୟଙ୍କୁ ଡାକ୍ତରଖାନା ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ତାଙ୍କ ମା" ଅଭି‌ଯୋଗ କରିଛନ୍ତି।

ବିନୟ ଆଡୋବ୍‌ କମ୍ପାନିରେ ସଫ୍ଟୱେର୍‌ ଇଞ୍ଜିନିୟର ଭାବେ କାମ କରୁଥିଲେ।

ରେଖାଙ୍କୁ ସେ ସାଢ଼େ ତିନି ବର୍ଷ ପୂର୍ବେ ବିବାହ କରିଥିଲେ।

ଉଭୟଙ୍କର ସାଢ଼େ ଚାରି ମାସର ଯମଜ ପୁଅ ଓ ଝିଅ ଅଛନ୍ତି।

ଦିଲ୍ଲୀରେ ରେଖା ଓ ବିନୟ ଗୋଟିଏ ଘରର ତୃତୀୟ ମହଲାରେ ରହୁଥିବାବେଳେ ତାଙ୍କ ବାପାମା" ତଳ ମହଲାରେ ଅଲଗା ରହୁଥିଲେ।

ପୂର୍ବରୁ ମଧ୍ୟ ରେଖାଙ୍କ ଭାଇ ବିନୟଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ।

ପୁଲିସ ବିନୟଙ୍କ ହତ୍ୟା ମାମଲାରେ ରେଖା, ତାଙ୍କର ଦୁଇ ଭାଇ ଓ ଜଣେ ଭାଉଜଙ୍କୁ ଗିରଫ କରିଛି।

ବିଜେପି ଯୁବନେତାଙ୍କ ନିଲମ୍ବନ ନେଇ ପ୍ରତିକ୍ରିୟା ଦେଲେ କେନ୍ଦ୍ରମନ୍ତ୍ରୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।