Demand: ୨ଟି ଏକ୍ସପ୍ରେସ୍ ଟ୍ରେନ୍‌ ଚଳାଇବାକୁ ଦାବି କଲେ ପୂର୍ବତନ ବିଧାୟକ

Sep 24, 2026 - 00:43
Demand: ୨ଟି ଏକ୍ସପ୍ରେସ୍ ଟ୍ରେନ୍‌ ଚଳାଇବାକୁ ଦାବି କଲେ ପୂର୍ବତନ ବିଧାୟକ

"ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଅଧୂଷିତ ଅଞ୍ଚଳର ରେଳ ଯୋଗାଯୋଗକୁ ସୁଦୃଢ଼ କରିବା ଦାବିରେ ପୂର୍ବତନ ବହଳଦା ବିଧାୟକ ତଥା ଅତୂଳ ଭାରତୀୟ ଆଦିବାସୀ କଂଗ୍ରେସର ଜାତୀୟ ସଂଯୋଜକ (ପ୍ରଭାରୀ, ଆସାମ) ପ୍ରହ୍ଲାଦ ପୂର୍ତ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିକଟକୁ ଏକ ସ୍ମାରକପତ୍ର ରାଇରଙ୍ଗପୁର ଷ୍ଟେସନ ମ୍ୟାନେଜର ସୁରେଶ ସୋରେନଙ୍କ ମାଧ୍ୟମରେ ରାଇରଙ୍ଗପୁର ଷ୍ଟେସନଠାରେ ପ୍ରଦାନ କରିଛନ୍ତି।

Advertisment ସ୍କାରକ ପତ୍ରରେ ବାଦାମପାହାଡ଼, ରାଇରଙ୍ଗପୁରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ରାଜଧାନୀ ଏକ୍ସପ୍ରେସ୍ ଚଳାଚଳ କରାଇବା ସହିତ ବର୍ତ୍ତମାନ ପ୍ରତିବର୍ଷ କେବଳ ରଥ ଯାତ୍ରା ସମୟରେ ଚାଲୁଥିବା ବାଦାମପାହାଡ଼-ପୁରୀ ସ୍ପେଶାଲ୍ ଟ୍ରେନ୍‌କୁ ଦୈନିକ ନିୟମିତ ଏକ୍ସପ୍ରେସ୍ ଟ୍ରେନରେ ପରିଣତ କରିବାକୁ ଦାବି କରାଯାଇଛି।

ତା" ସହିତ ସାଲିମାର-ବାଦାମପାହାଡ଼ ଓ ବାଦାମପାହାଡ଼- ରାଉଲକେଲା ଏକ୍ସପ୍ରେସ ଟ୍ରେନକୁ ଦୈନିକ ଚାଳାଇବା ପାଇଁ ଶ୍ରୀ ପୂର୍ତି ଦାବି କରିଛନ୍ତି।

ତାଙ୍କ ଦାବି ଅନୁଯାୟୀ ରାଜ୍ୟର ପଛୁଆ ଅଞ୍ଚଳ ଭାବେ ରାଜଧାନୀରୁ ବହୁ ଦୂରରେ ଥିବା ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ରାଇରଙ୍ଗପୁର, ଯାହାକି ଦେଶର ସର୍ବୋଚ୍ଚ ନାଗରିକ ଭାରତର ରାଷ୍ଟ୍ରପତିଙ୍କ ପୈତୃକ ଅଞ୍ଚଳ ହୋଇଥିବା ସତ୍ତ୍ୱେ ଏହି ଅଞ୍ଚଳ ଏପର୍ଯ୍ୟନ୍ତ ଦେଶର ରାଜଧାନୀ ନୂଆଦିଲ୍ଲୀ ସହ ସିଧାସଳଖ ଉନ୍ନତ ରେଳ ଯୋଗାଯୋଗରୁ ବଞ୍ଚିତ।

ଏକ ରାଜଧାନୀ ଏକ୍ସପ୍ରେସ୍ ଚଳାଚଳ କରାଗଲେ ମୟୂରଭଞ୍ଜ ଓ ଆଖପାଖ ଆଦିବାସୀ ଅଞ୍ଚଳର ଲୋକଙ୍କ ଦିଲ୍ଲୀ ଯାତାୟାତ ସୁଗମ ହେବା ସହ ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି, ବାଣିଜ୍ୟ ଓ ପ୍ରଶାସନିକ କାର୍ଯ୍ୟରେ ସୁବିଧା ମିଳିବ।

ସେହିପରି ବାଦାମପାହାଡ଼, ପୁରୀ ସ୍ପେଶାଲ୍ ଟ୍ରେନ୍‌କୁ ସାରାବର୍ଷ ଦୈନିକ ନିୟମିତ ଏକ୍ସପ୍ରେସ୍ ଭାବେ ଚଳାଚଳ କରାଗଲେ ରାଇରଙ୍ଗପୁର ଓ ବାଦାମପାହାଡ଼ ଅଞ୍ଚଳର ଲୋକମାନେ ଭୁବନେଶ୍ଵର ଓ ପୁରୀ ସହ ନିୟମିତ ରେଳ ସଂଯୋଗ ପାଇପାରିବେ।

ଏହା ଛାତ୍ରଛାତ୍ରୀ, ରୋଗୀ, କର୍ମଚାରୀ, ବ୍ୟବସାୟୀ, ତୀର୍ଥଯାତ୍ରୀ ଓ ସାଧାରଣ ଯାତ୍ରୀଙ୍କ ପାଇଁ ବିଶେଷ ଉପକାରୀ ହେବ ବୋଲି ସେ ଉଲ୍ଲେଖ କରି ଛନ୍ତି।

ଏହି ଦୁଇଟି ରେଳ ସେବା ଦାବି ମଞ୍ଜୁର ହେଲେ ମୟୂରଭଞ୍ଜର ଆଦିବାସୀ ଅଞ୍ଚଳର ଯାତାୟାତ ବ୍ୟବସ୍ଥା।

ସୁଦୃଢ଼ ହେବା ସହ ପର୍ଯ୍ୟଟନ,ଶିକ୍ଷା, ବାଣିଜ୍ୟ, ନିଯୁକ୍ତି ଓ ଆର୍ଥିକ ବିକାଶକୁ ନୂତନ ଗତି ମିଳିବ ବୋଲି ଶ୍ରୀ ପୂର୍ତି ଆଶା ପ୍ରକାଶ କରିଛନ୍ତି।

ସ୍ମାରକପତ୍ରର ଏକ ନକଲ ଦକ୍ଷିଣ-ପୂର୍ବ ରେଳବାଇରର ମହାପ୍ରବନ୍ଧକ, ପୂର୍ବତଟ ରେଳବାଇର ମହାପ୍ରବ ପ୍ରବନ୍ଧକ ଏବଂ ଚକ୍ରଧରପୁର ଡିଭିଜନର ଡିଭିଜନାଲ୍ ରେଳବାଇ ମ୍ୟାନେଜରଙ୍କୁ ପ୍ରଦାନ କରାଯାଇଛି।

ବଗିରୁ ବଗି ଅଲଗା ହେଲା: ଅଧାରେ ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ୍‌ ଟ୍ରେନ୍‌ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।