West Bengal SIR: ‘ଭୋଟ୍ ଚୋରି ହୋଇଥିଲେ ଆମେ ହାରିଲୁ କେମିତି?’: ବିଜେପି
"ନୂଆଦିଲ୍ଲୀ: ଭୋଟର ତାଲିକାରୁ ବହୁ ଲୋକଙ୍କ ନାମ ବାଦ୍ ପଡ଼ିବା ଯୋଗୁ ବିଜେପି ପଶ୍ଚିମବଙ୍ଗ ନିର୍ବାଚନ ଜିତିଥିବା ନେଇ ତୃଣମୂଳ କଂଗ୍ରେସର ଅଭିଯୋଗ ଉପରେ ଜବାବ ରଖିଛନ୍ତି ବିଜେପି ସାଂସଦ ତଥା ମୁଖପାତ୍ର ସମ୍ବିତ୍ ପାତ୍ର।
ସେ କହିଛନ୍ତି, ସର୍ବାଧିକ ନାମ ବାଦ୍ ପଡ଼ିଥିବା ୨୦ଟି ଆସନ ମଧ୍ୟରୁ ୧୩ଟିରେ ତୃଣମୂଳ କଂଗ୍ରେସ ଜିତିଥିବା ବେଳେ ବିଜେପି ୬ଟି ଆସନରେ ଜିତିଛି।
Advertisment ଯଦି ଭୋଟ୍ ଚୋରି କରି ବିଜେପି ନିର୍ବାଚନ ଜିତିବା କଥା ସତ ହୋଇଥାନ୍ତା, ତେବେ ଉକ୍ତ ସର୍ବାଧିକ ନାମ କଟିଥିବା ୧୩ଟି ଆସନରେ ହାରିଲା କେମିତି?
ପାତ୍ର ସର୍ବାଧିକ ନାମ ବାଦ୍ ପଡ଼ିଥିବା ମୁର୍ଶିଦାବାଦ ଜିଲ୍ଲାର ସମସେରଗଞ୍ଜ ଆସନର ଉଦାହରଣ ଦେଇଛନ୍ତି।
ଏଠାରେ ଭୋଟର ତାଲିକା ସଂଶୋଧନ ବା ଏସ୍ଆଇଆର୍ ପରେ ୯୧,୭୧୨ ଜଣ ଭୋଟରଙ୍କ ନାମ ବାଦ୍ ପଡ଼ିଥିବା ସେ କହିଛନ୍ତି।
ଏହି ଆସନରେ ତୃଣମୂଳ କଂଗ୍ରେସର ମହମ୍ମଦ ନୁର୍ ଆଲମ୍ ୬୧,୯୧୮ ଭୋଟ୍ ପାଇ ବିଜୟୀ ହୋଇଥିଲେ।
ବିଜେପି ଏଠାରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟ ନଥିଲା।
ତେବେ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ ତଥ୍ୟ ଅନୁସାରେ, ଏସ୍ଆଇଆର୍ ସମୟରେ ବାଦ୍ ପଡ଼ିଥିବା ପ୍ରାୟ ୨୭.୧୬ ଲକ୍ଷ ଭୋଟରଙ୍କ ମଧ୍ୟରୁ ୨୨ ଲକ୍ଷରୁ ଅଧିକ ନିଜ ନାମ ପୁଣି ତାଲିକାରେ ସାମିଲ କରିବା ପାଇଁ ଆବେଦନ କରିଛନ୍ତି।
ମୋଟ ୩୮.୩୧ ଲକ୍ଷ ଆବେଦନ ଦାଖଲ ହୋଇଥିବା ନିର୍ବାଚନ କମିସନ ସୁପ୍ରିମ୍କୋର୍ଟଙ୍କୁ ଜଣାଇଛନ୍ତି।
ଏହା ମଧ୍ୟରେ ଆବେଦନଗୁଡ଼ିକର ଶୁଣାଣି ଚାଲିଛି।
ନିର୍ବାଚନ କମିସନଙ୍କ ତଥ୍ୟ ଅନୁସାରେ, ନିଷ୍ପତ୍ତି ହୋଇଥିବା ଆବେଦନଗୁଡ଼ିକ ମଧ୍ୟରୁ ପ୍ରାୟ ୯୩ ପ୍ରତିଶତ ମାମଲାରେ ଭୋଟରଙ୍କ ନାମ ପୁଣି ତାଲିକାରେ ସାମିଲ ହୋଇଛି।
ତେଣୁ ନାମ ବାଦ୍ ଦେବା ପ୍ରକ୍ରିୟାର ନିର୍ବାଚନ ଫଳ ଉପରେ ପ୍ରଭାବ ଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି।
ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ପୁନଃନିର୍ବାଚନ ଦାବି କରିବା ସହ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଗିରଫ ଦାବି କରିଛନ୍ତି।
ଏହି ପ୍ରସଙ୍ଗରେ ଦୁଇ ନିର୍ବାଚନ କମିସନରଙ୍କ ମଧ୍ୟରେ ହୋଇଥିବା ମତଭେଦ ସମ୍ପର୍କିତ ଖବର ମଧ୍ୟ ଚର୍ଚ୍ଚାକୁ ଆସିଛି।
ରିପୋର୍ଟ ଅନୁସାରେ, ନିର୍ବାଚନ ଆୟୋଗର କାର୍ଯ୍ୟପ୍ରଣାଳୀ ଓ ଭୋଟର ତାଲିକା ସମ୍ପର୍କିତ କେତେକ ପଦକ୍ଷେପ ଉପରେ କମିସନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ଆପତ୍ତି ଉଠାଇଥିଲେ।
ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିସନ୍ର ଭୂମିକା ଉପରେ ପ୍ରଶ୍ନ ଉଠାଇଥିବା ବେଳେ ବିଜେପି ପକ୍ଷରୁ ସମସ୍ତ କମିସନରଙ୍କ ମଧ୍ୟରେ ଆନୁଷ୍ଠାନିକ ଆଲୋଚନା ହୋଇଥିବା ଏବଂ ଶେଷରେ ସହମତି ହୋଇଥିବା ଦାବି କରାଯାଇଛି।
ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜର ଉଦ୍ଘାଟନ ପୂର୍ବରୁ ବିବାଦ: ସମ୍ବିତ୍ ପାତ୍ର ଓ ପିନାକୀ ମିଶ୍ରଙ୍କ ମଧ୍ୟରେ ଟୁଇଟ୍ ଯୁଦ୍ଧ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।