Odisha EV Charging Stations: ଇଲେକ୍ଟ୍ରିକ୍ ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର, ରାଜ୍ୟରେ ବଢ଼ିବ EV ଚାର୍ଜିଂ ନେଟୱର୍କ

Nov 04, 2026 - 09:30
Odisha EV Charging Stations: ଇଲେକ୍ଟ୍ରିକ୍ ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର, ରାଜ୍ୟରେ ବଢ଼ିବ EV ଚାର୍ଜିଂ ନେଟୱର୍କ

ରାଜ୍ୟରେ ସ୍ଥାପନ ହେବ ଆଉ ୨୯୦ଟି ଇଭି ଚାର୍ଜିଂ ଷ୍ଟେସନ୍।

କେନ୍ଦ୍ର ସରକାରଙ୍କ PM E-DRIVE ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଏହି ପ୍ରସ୍ତାବ ଦାଖଲ ହୋଇଛି।

ଓଡ଼ିଶାର ୧୩ଟି ପ୍ରମୁଖ ସହରରେ ହେବ EV ଚାର୍ଜିଂ ଷ୍ଟେସନ୍।

ପାରାଦୀପ-ବଡ଼ବିଲ୍ ରାସ୍ତା ସମେତ ବିଭିନ୍ନ ରାଜପଥରେ ଚାର୍ଜିଂ ଷ୍ଟେସନ ବ୍ୟବସ୍ଥା କରାଯିବ।

Advertisment ରାଉରକେଲା, ତାଳଚେର, ସମ୍ବଲପୁର, ପାରାଦୀପ, ବଡବିଲ, ବେଲପାହାଡ, ବ୍ରହ୍ମପୁର, ବ୍ରଜରାଜନଗର, ଛତ୍ରପୁର, ଝାରସୁଗୁଡା, ଯୋଡା, କେନ୍ଦୁଝର ଏବଂ ରାଜଗାଙ୍ଗପୁରରେ ଚାର୍ଜିଂ ଷ୍ଟେସନ ହେବ।

ଏଥିରେ ପର୍ଯ୍ୟଟନ ବିଭାଗର ୬୮ଟି ପ୍ରମୁଖ ସ୍ଥାନକୁ ସାମିଲ କରାଯାଇଛି।

ଏହାବାଦ୍‌ ରାଜ୍ୟ ସରକାରଙ୍କ ନିଜସ୍ୱ ଉଦ୍ୟମରେ ଚାର୍ଜିଂ ଷ୍ଟେସନ୍ ସ୍ଥାପନ କରିବାକୁ ହୋଇଛି ଯୋଜନା।

୫ଶହରୁ ଅଧିକ ଚାର୍ଜିଂ ଷ୍ଟେସନ ସ୍ଥାପନ ଯୋଜନା ଥିବା ବେଳେ ବର୍ତ୍ତମାନ ଭୁବନେଶ୍ୱରରେ ୨୪ଟି ଚାର୍ଜିଂ ଷ୍ଟେସନ୍ କାର୍ଯ୍ୟକ୍ଷମ ରହିଛି।

ଯୋଜନାର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୭ ପ୍ରମୁଖ ସହରରେ ୧୭୦ଟି ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନକୁ ମଞ୍ଜୁରୀ ମିଳିଥିଲା।

ବର୍ତ୍ତମାନ ସେହି କାମ ଜାରି ରହିଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।