Police Encounter: କୋଡିନ୍‌ କଫ୍‌ ସିରପ୍‌ ଚାଲାଣ ବେଳେ ପୁଲିସ ସହ ଗୁଳିବିନିମୟ: ଜଣେ ଆହତ, ୨ କାର୍‌ରୁ ୨୪ କାର୍ଟନ୍‌ କଫ୍‌ ସିରପ୍‌ ଜବତ

Sep 20, 2026 - 08:35
Police Encounter: କୋଡିନ୍‌ କଫ୍‌ ସିରପ୍‌ ଚାଲାଣ ବେଳେ ପୁଲିସ ସହ ଗୁଳିବିନିମୟ: ଜଣେ ଆହତ, ୨ କାର୍‌ରୁ ୨୪ କାର୍ଟନ୍‌ କଫ୍‌ ସିରପ୍‌ ଜବତ

"ସମ୍ବଲପୁର: ମାତ୍ର କିଛି  ଦିନ ପରେ ସମ୍ବଲପୁରରେ ପୁଣି ଗୋଟିଏ ଏନକାଉଣ୍ଟର ହୋଇଛି।

ରେଙ୍ଗାଲି ଥାନା ଅଞ୍ଚଳରେରେ ବିପୁଳ ପରିମାଣର କୋଡିନ୍‌ଯୁକ୍ତ କଫ୍‌ ସିରପ୍‌ ଚାଲାଣ ବେଳେ ପୁଲିସ ସହ ଗୁଳିବିନିମୟ ଘଟିଛି।

ଏଥିରେ ଅଭିଯୁକ୍ତ ପ୍ରୀତମ ବିଶ୍ୱାଳଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି।

ତାଙ୍କୁ ଚିକିତ୍ସା ପାଇଁ ରେଙ୍ଗାଲି ସିଏଚ୍‌ସିକୁ ନିଆଯାଇଛି।

ଘଟଣାସ୍ଥଳରୁ ଗୋଟିଏ ଦେଶୀ ୯ ଏମ୍‌ଏମ୍‌ ପିସ୍ତଲ ଓ ୫ଟି ଖାଲି ଗୁଳି ଖୋକା ଜବତ କରାଯାଇଛି।Advertisment ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ପୁଲିସ ପୁଲିସ ସୂଚନା ଅନୁସାରେ, ୧୯ ତାରିଖ ରାତିରୁ ୨୦ ତାରିଖ ଭୋର ମଧ୍ୟରେ ରେଙ୍ଗାଲି ଥାନାର ଏକ ପୁଲିସ ଟିମ୍‌ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିଲା।

ଏହି ସମୟରେ କଟକ ପଟୁ ୨ଟି କାର୍‌ରେ ବିପୁଳ ପରିମାଣର କୋଡିନ୍‌ଯୁକ୍ତ କଫ୍‌ ସିରପ୍‌ ଜଙ୍ଗଲା ଜଙ୍ଗଲ ରାସ୍ତା ଦେଇ କତରବଗା-ଠେଲକୋଲୋଇ ଅଞ୍ଚଳକୁ ଚାଲାଣ ହେଉଥିବା ନେଇ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା।

ଏହାପରେ ପୁଲିସ ଟିମ୍‌ ଜଙ୍ଗଲା ଗ୍ରାମକୁ ଯାଇ ଜଙ୍ଗଲା-ପଣ୍ଡଲୋଇ ରାସ୍ତାରେ ଗାଡ଼ି ଯାଞ୍ଚ ଆରମ୍ଭ କରିଥିଲା।

ଭୋର ପ୍ରାୟ ୬ଟା ୧୫ ମିନିଟ୍‌ରେ ଜଙ୍ଗଲା ପଟୁ ଆସୁଥିବା ଓଡି-୧୫-ଏଚ୍‌-୧୪୩୨ ନମ୍ବର କାର୍‌କୁ ପୁଲିସ ଅଟକାଇଥିଲା।

ଗାଡ଼ିର ଚାଳକ ଆଶୁତୋଷ ମେଣ୍ଡଳୀଙ୍କୁ ପୁଲିସ କାବୁ କରିଥିବା ବେଳେ ଗାଡ଼ିରେ ଥିବା ଅନ୍ୟ ଜଣେ ବ୍ୟକ୍ତି ନିକଟସ୍ଥ ଜଙ୍ଗଲକୁ ଦୌଡ଼ି ପଳାଇଥିଲେ।

ଏହି କାର୍‌ ପଛରେ ବିନା ପଞ୍ଜୀକରଣ ନମ୍ବରର ଏକ ଏର୍ଟିଗା କାର୍‌ ଦ୍ରୁତଗତିରେ ଆସୁଥିଲା।

ସଂକୀର୍ଣ୍ଣ ରାସ୍ତାରେ ଚାଳକ ଗାଡ଼ିକୁ ନିୟନ୍ତ୍ରଣ କରି ନପାରିବାରୁ ଏହା ରାସ୍ତାକଡ଼ର ଏକ ଗଛରେ ପିଟି ହୋଇଥିଲା।

ପୁଲିସ କର୍ମଚାରୀମାନେ ଗାଡ଼ି ନିକଟକୁ ଯିବା ବେଳେ ଏହାର ଚାଳକ ପ୍ରୀତମ ବିଶ୍ୱାଳ ଗାଡ଼ିରୁ ବାହାରି ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ।

ପୁଲିସ ତାଙ୍କ ପିଛା କରିବା ବେଳେ ପ୍ରୀତମ ପୁଲିସ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିବା ପୁଲିସ କହିଛି।

ତାଙ୍କୁ ଅଟକିବା ପାଇଁ ଚେତାବନୀ ଦିଆଯିବା ସତ୍ତ୍ୱେ ଗୁଳିଚାଳନା ଜାରି ରହିବାରୁ ପୁଲିସ ଆତ୍ମରକ୍ଷା ପାଇଁ ନିୟନ୍ତ୍ରିତ ଗୁଳିଚାଳନା କରିଥିଲା।

ଏଥିରେ ପ୍ରୀତମଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିଲା।

ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତ ପକ୍ଷରୁ ୪ ରାଉଣ୍ଡ ଗୁଳି ଚଳାଯାଇଥିବା ବେଳେ ପୁଲିସ ପକ୍ଷରୁ ୩ ରାଉଣ୍ଡ ଗୁଳି ଚଳାଯାଇଥିଲା।

ଦୁଇଟି ଗାଡ଼ି ଯାଞ୍ଚ ବେଳେ ବିନା ପଞ୍ଜୀକରଣ ନମ୍ବରର ଏର୍ଟିଗାରୁ ୨୦ କାର୍ଟନ୍‌ "ୱିନ୍‌ରେକ୍ସ" କୋଡିନ୍‌ଯୁକ୍ତ କଫ୍‌ ସିରପ୍‌ ମିଳିଥିଲା।

ସେହିପରି ଓଡି-୧୫-ଏଚ୍‌-୧୪୩୨ ନମ୍ବର କାର୍‌ରୁ ଆଉ ୪ କାର୍ଟନ୍‌ କଫ୍‌ ସିରପ୍‌ ଜବତ କରାଯାଇଛି।

ଏହିପରି ମୋଟ ୨୪ କାର୍ଟନ୍‌ କଫ୍‌ ସିରପ୍‌ ଜବତ ହୋଇଛି।

ତେବେ ଏଥିରେ ମୋଟ କେତେ ବୋତଲ ରହିଛି, ସିରପ୍‌ର ପରିମାଣ ଓ ଏହାର ରାସାୟନିକ ସଂରଚନା ସମ୍ପର୍କରେ ଯାଞ୍ଚ ଚାଲିଛି।

Circuit House: ସର୍କିଟ୍ ହାଉସ୍‌ ରହଣି ଓ ବନ୍ଧୁକ ଜବତ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ରାଜସ୍ବ ମନ୍ତ୍ରୀ ଜବତ କୋଡିନ୍‌ଯୁକ୍ତ କଫ୍‌ ସିରପ୍‌ କେଉଁଠାରୁ ଆସିଥିଲା, କାହା ପାଖକୁ ଯାଉଥିଲା ଏବଂ ଏହି ବେଆଇନ କାରବାର ପଛରେ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୁଲିସ ତଦନ୍ତ ଚଳାଇଛି।

ଜଙ୍ଗଲକୁ ପଳାଇଥିବା ବ୍ୟକ୍ତିଙ୍କ ପରିଚୟ ଓ ତାଙ୍କୁ ଧରିବା ପାଇଁ ମଧ୍ୟ ଉଦ୍ୟମ ଜାରି ରହିଛି।

ବେଆଇନ ଯୋଗାଣ ନେଟୱର୍କରେ ସମ୍ପୃକ୍ତ ସମସ୍ତଙ୍କୁ ଚିହ୍ନଟ କରିବା ଦିଗରେ ତଦନ୍ତ ଆଗକୁ ବଢ଼ୁଥିବା ପୁଲିସ କହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।