Deputy Chief Minister: ଶିଖରଚଣ୍ଡୀ ମନ୍ଦିର ପ୍ରକଳ୍ପର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ: ନବରାତ୍ରି ପୂର୍ବରୁ ପ୍ରକଳ୍ପ ସରିବ

Oct 01, 2026 - 09:51
Deputy Chief Minister: ଶିଖରଚଣ୍ଡୀ ମନ୍ଦିର ପ୍ରକଳ୍ପର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ: ନବରାତ୍ରି ପୂର୍ବରୁ ପ୍ରକଳ୍ପ ସରିବ

"ଚନ୍ଦ୍ରଶେଖରପୁର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଶିଖରଚଣ୍ଡୀ ମନ୍ଦିରର ପୂର୍ଣ୍ଣାଙ୍ଗ ବିକାଶ ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ନବରାତ୍ରି ଏବଂ ପର୍ଯ୍ୟଟନ ଋତୁ ପୂର୍ବରୁ ଏହି ବୃହତ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଫଳରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଉତ୍ତମ ସୁବିଧା ସୁଯୋଗ ପାଇପାରିବେ।

ସମୀକ୍ଷା ସମୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ପରିଡ଼ା ମନ୍ଦିର ପରିସରର ସୌନ୍ଦର୍ଯ୍ୟୀକରଣ, ଯାତାୟାତ ପାଇଁ ପ୍ରଶସ୍ତ ରାସ୍ତା ନିର୍ମାଣ, ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ, ପାର୍କିଂ ଓ ବିଶ୍ରାମାଗାର ଭଳି ସମସ୍ତ ମୌଳିକ ସୁବିଧାର ପୂର୍ଣ୍ଣାଙ୍ଗ ପ୍ରକଳ୍ପ ଉପରେ ଚର୍ଚ୍ଚା କରାଯାଇଥିଲା।

Advertisment Education: ବେଦାନ୍ତ ପକ୍ଷରୁ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ନବରାତ୍ରି ପୂର୍ବରୁ ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ କରି ଭକ୍ତଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ବଲୱନ୍ତ ସିଂହ ବିଭିନ୍ନ ବିଭାଗୀୟ କାର୍ଯ୍ୟର ଅଗ୍ରଗତି ଓ ସମନ୍ୱୟ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦେଇଥିଲେ।

ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର ଉପସ୍ଥିତ ରହି ପାହାଡ଼ର ସ୍ଥିତି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ଗସ୍ତ ସମୟରେ ବିଏମ୍‌ସି କମିସନର ତଥା ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣାଙ୍କ ସମେତ ସମିତି ସଭାପତି ଅଞ୍ଜନ ଜେନା, ଉପସଭାପତି ବିଶ୍ୱଜିତ ରାଉତ, ସାଧାରଣ ସମ୍ପାଦକ କୁନା ଜେନା, ଅରୁଣ ମହାରଣା, ମାନସ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Pollution Certificate: ପିୟୁସି ନ ଥିଲେ ଦିଲ୍ଲୀରେ ଇନ୍ଧନ ମନା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।