Dhamnagar NAC: ବିଏଲଓଙ୍କ ଆଇଡି-ଓଟିପିରେ ଫର୍ମ-୭ ଅପଲୋଡ୍!

Sep 21, 2026 - 16:01
Dhamnagar NAC: ବିଏଲଓଙ୍କ ଆଇଡି-ଓଟିପିରେ ଫର୍ମ-୭ ଅପଲୋଡ୍!

"ଭଦ୍ରକ: ଧାମନଗର ବିଏଲଓଙ୍କ କ୍ରେଡେନ୍ସିଆଲ୍‌ ଓ ଓଟିପିର ବେଆଇନ ବ୍ୟବହାର କରି ବିନା ଅନୁମତିରେ ବିପୁଳ ସଂଖ୍ୟାରେ ଫର୍ମ-୭ ଆବେଦନ ଦାଖଲ ଓ ଅପଲୋଡ୍ ଅଭିଯୋଗ ଧାମନଗର ଏନଏସି ପ୍ରଶାସନ ପାଇଁ ଅଡୁଆ ବଢ଼ାଇଛି।

ଏହି ଘଟଣାରେ ଧାମନଗର ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଏଇଆରଓ ସନ୍ତୋଷ କୁମାର ନାୟକଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ନିର୍ବାଚନ ଆୟୋଗ ମଞ୍ଜୁରୀ ଦେଇଛନ୍ତି।Advertisment ନୂଆଦିଲ୍ଲୀ ନିର୍ବାଚନ ସଦନର ଅଣ୍ଡର ସେକ୍ରେଟାରୀ ଶକ୍ତି ଶର୍ମାଙ୍କ ସେପ୍ଟେମ୍ବର ୨୧ ତାରିଖର ପତ୍ରରେ ଏ ସମ୍ପର୍କରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଯାଇଛି।

ନିର୍ବାଚନ ଆୟୋଗଙ୍କ ଅନୁମୋଦନ ଆଧାରରେ ରାଜ୍ୟର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନାୟକଙ୍କୁ ତୁରନ୍ତ ନିଲମ୍ବନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଧାମନଗର ଏନଏସି ଇଓଙ୍କୁ ନିଲମ୍ବନ ନିର୍ଦ୍ଦେଶ ଚାଲୁଥିବା ଏସଆଇଆର ପ୍ରକ୍ରିୟା ସମୟରେ ବିଏଲଓମାନଙ୍କ ଲଗଇନ୍‌ ସମ୍ପର୍କିତ ତଥ୍ୟ ଓ ଓଟିପି ବ୍ୟବହାର କରି ବିନା ଅନୁମତିରେ ଫର୍ମ-୭ ଆବେଦନ ଦାଖଲ ଓ ଅପଲୋଡ୍ ହୋଇଥିବା ଅଭିଯୋଗକୁ ଆୟୋଗ ଗୁରୁତ୍ୱର ସହ ନେଇଛନ୍ତି।

ଏଥିସହ ଓସିଏସ୍‌ (ସିସି ଆଣ୍ଡ ଏ) ରୁଲ୍ସ, ୧୯୬୨ର ନିୟମ-୧୫ ଅନୁଯାୟୀ ନାୟକଙ୍କ ବିରୋଧରେ ଶୃଙ୍ଖଳାଗତ ପ୍ରକ୍ରିୟା ଆରମ୍ଭ ପାଇଁ ପ୍ରମାଣପତ୍ର ସହ ପୂର୍ଣ୍ଣାଙ୍ଗ ଡ୍ରାଫ୍ଟ ଚାର୍ଜ ପ୍ରସ୍ତାବ ପ୍ରସ୍ତୁତ କରି ରାଜ୍ୟ କାର୍ଯ୍ୟାଳୟକୁ ପଠାଇବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି।

ନିର୍ବାଚନୀ ପ୍ରକ୍ରିୟାରେ ବିଏଲଓ ଲଗଇନ୍‌ ଓ ଫର୍ମ-୭ ଦାଖଲକୁ ନେଇ ଏହି ପଦକ୍ଷେପ ଧାମନଗରରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି।

ଭତ୍ତା ପାଇଁ ଆସିଥିଲେ, ନିରାଶ ହୋଇ ଫେରୁଥିବା ବେଳେ ଟ୍ରେନ ଧକ୍କାରେ ଚାଲିଗଲା ଦୁଇ ବୃଦ୍ଧାଙ୍କ ଜୀବନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।