Dhanteras Shopping Gets Costlier: ବଢିଲା ସୁନା, ମହଙ୍ଗା ହେଲା ରୁପା, ୨୪ ଘଣ୍ଟାରେ କେଜିକୁ ବଢ଼ିଲା ୧୦ ହଜାର

Nov 05, 2026 - 20:13
Dhanteras Shopping Gets Costlier: ବଢିଲା ସୁନା, ମହଙ୍ଗା ହେଲା ରୁପା, ୨୪ ଘଣ୍ଟାରେ କେଜିକୁ ବଢ଼ିଲା ୧୦ ହଜାର

ରାତି ପାହିଲେ ଧନତେରସ।

ତାପୂର୍ବରୁ ସୁନା ମିଟର ଉପରମୁହାଁ।

ଏକାଥକରେ ବଢିଛି ୩ ହଜାର।

ଗତକାଲି ୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ ୧ ଲକ୍ଷ ୩୦ ହଜାର ୯୦୦ ଟଙ୍କା ଥିଲା।

ଆଜି ଗ୍ରାହକ ଗଣିଛନ୍ତି ୧ ଲକ୍ଷ ୩୩ ହଜାର ୮୫୦ ଟଙ୍କା।

ସେହିପରି ଖାଣ୍ଟି ସୁନା ବା ୨୪ କ୍ୟାରେଟ୍ ଦର ୩ ହଜାର ୨ଶହ ଟଙ୍କା ବଢି ୧ ଲକ୍ଷ ୪୬ ହଜାର ପାର କରିଛି।

ସୁନା ସାଙ୍ଗକୁ ତାଳ ଦେଇ ବଢିଛି ରୁପା।

ଦିନକରେ ମହଙ୍ଗା ହୋଇଛି ୧୦ ହଜାର।

ଏବେ ରୁପା କେଜିକୁ ୨ ଲକ୍ଷ ୧୦ ହଜାର ଟଙ୍କା।

ନଭେମ୍ବର ଆରମ୍ଭରୁ ଲଗାତର ଦର ବଢିଚାଲିଛି।

ଆଗକୁ ବିବାହ ଋତୁ ଥିବାରୁ ଧନତେରସରେ ଗହଣା କିଣିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଥାଏ।

ହେଲେ ଏଥର ପକେଟରୁ ଖର୍ଚ୍ଚ ହୋଇପାରେ ଅଧିକ ଟଙ୍କା।

Advertisment ହଠାତ୍ କାହିଁକି ବଢିଲା ସୁନା-ରୁପା ଦର ?

ମହଙ୍ଗା ହେବାର କାରଣ କଣ ?

ବଜାର ବିଶେଷଜ୍ଞଙ୍କ ମତରେ, ଧନତେରସ ଓ ଦୀପାବଳିରେ ସୁନା-ରୁପାର ଡିମାଣ୍ଡ ଅଧିକ, ତେଣୁ ଦର ବଢିଛି।

ଏଥିସହ ଆମେରିକାରେ ମିଡ୍ ଟର୍ମ ଇଲେକ୍ସନର ପ୍ରଭାବ ବି ପଡିଛି ସୁନାଦର ଉପରେ।

ନିର୍ବାଚନରେ ଡେମୋକ୍ରାଟଙ୍କ ବିଜୟ ପରେ ବଜାରରେ ଉତ୍ସାହ ଦେଖାଦେଇଛି ଏବଂ ସୁନାର ଡିମାଣ୍ଡ ବଢିଛି।

ତେଣୁ ଦର ମହଙ୍ଗା ହୋଇଛି, ଆଗକୁ ଆହୁରି ବଢିପାରେ।

ବର୍ତ୍ତମାନ ବିବାହ ଓ ବ୍ରତଘର ପାଇଁ ଲୋକେ ଆବଶ୍ୟକ ସୁନା କିଣିପାରିବେ ବୋଲି କହିଛନ୍ତି ବିଶେଷଜ୍ଞ।

ଦର ବୃଦ୍ଧି ଭିତରେ ଆସନ୍ତାକାଲି ଧନତେରସ ବଜାର ଉପରେ ରହିଛି ନଜର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।