Google Asks Employees To Leave Voluntarily: AI ପାଇଁ ବଡ଼ ନିଷ୍ପତ୍ତି ନେଲା ଗୁଗଲ୍! ଚାକିରି ଛାଡ଼ିଲେ ମିଳିବ ୧୨ ମାସର ଦରମା

Nov 05, 2026 - 14:50
Google Asks Employees To Leave Voluntarily: AI ପାଇଁ ବଡ଼ ନିଷ୍ପତ୍ତି ନେଲା ଗୁଗଲ୍! ଚାକିରି ଛାଡ଼ିଲେ ମିଳିବ ୧୨ ମାସର ଦରମା

ଟେକ୍ନୋଲୋଜି ଦୁନିଆରେ ଏବେ AI ବା କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ଚାଲିଛି ବଡ଼ ପ୍ରତିଯୋଗିତା।

AI କ୍ଷେତ୍ରରେ ଆଧିପତ୍ୟ ବିସ୍ତାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବଡ଼ ବଡ଼ ଟେକ୍ କମ୍ପାନୀ।

ହେଲେ ଏହି ବିପୁଳ ନିବେଶ ଭିତରେ ଖର୍ଚ୍ଚ କମାଇବାକୁ ଏବେ ବଡ଼ ପଦକ୍ଷେପ ନେଇଛି ଗୁଗଲ୍।

କର୍ମଚାରୀଙ୍କୁ ଚାକିରି ଛାଡ଼ିବା ପାଇଁ ସ୍ୱେଚ୍ଛାକୃତ ଅଫର୍ ଦେଉଛି କମ୍ପାନୀ।

ଏଥିପାଇଁ କର୍ମଚାରୀଙ୍କୁ ମିଳିବ ମୋଟା ଅଙ୍କର ସେଭରାନ୍ସ ପ୍ୟାକେଜ୍।

Advertisment ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗୁଗଲ୍ ଏହି ଭଲ୍ୟୁଣ୍ଟାରୀ ବାଏଆଉଟ୍ ପ୍ରୋଗ୍ରାମକୁ ୫ଟି ଦେଶକୁ ସମ୍ପ୍ରସାରଣ କରିଛି।

ଏହି ଦେଶଗୁଡ଼ିକ ହେଲା କାନାଡା, ଫ୍ରାନ୍ସ, ଜର୍ମାନୀ, ଜାପାନ ଓ ସ୍ୱିଜରଲ୍ୟାଣ୍ଡ।

ଅର୍ଥାତ୍ କର୍ମଚାରୀମାନେ ନିଜ ଇଚ୍ଛାରେ ଚାକିରି ଛାଡ଼ିଲେ କମ୍ପାନୀ ପକ୍ଷରୁ ଆର୍ଥିକ ପ୍ୟାକେଜ୍ ପାଇପାରିବେ।

ତେବେ କେତେ ଜଣ କର୍ମଚାରୀ ଏହି ଅଫର୍ ଗ୍ରହଣ କରିଛନ୍ତି, ସେନେଇ ଗୁଗଲ୍ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ।

ଜୁନ୍ ମାସରେ ଏହି ଅଫର୍‌କୁ ଅଧିକ ଦେଶକୁ ସଂପ୍ରସାରିତ କରାଯାଇଥିଲା।

Advertisment ଗୋଟିଏ ବର୍ଷର ଦରମା ପର୍ଯ୍ୟନ୍ତ ମିଳିବ ପ୍ୟାକେଜ୍!

ସ୍ୱିଜରଲ୍ୟାଣ୍ଡରେ ଗୁଗଲ୍‌ର ଏହି ଅଫର୍ ଜୁନ୍ ମାସରେ କର୍ମଚାରୀଙ୍କୁ ଦିଆଯାଇଥିଲା।

ଅଗଷ୍ଟରୁ ଏହାକୁ ଗ୍ରହଣ କରିଥିବା କର୍ମଚାରୀମାନେ କମ୍ପାନୀ ଛାଡ଼ିବା ଆରମ୍ଭ କରିଥିଲେ।

ସେଠାରେ ପ୍ରତି ବର୍ଷ ଚାକିରି ପାଇଁ ଗୋଟିଏ ମାସର ଦରମା ହିସାବରେ ପ୍ୟାକେଜ୍ ଦିଆଯାଉଛି।

ତେବେ ସର୍ବାଧିକ ୧୨ ମାସର ଦରମା ମିଳିବାର ସୀମା ରହିଛି।

ସ୍ୱିଜରଲ୍ୟାଣ୍ଡରେ ଗୁଗଲ୍‌ର ପ୍ରାୟ ୫ ହଜାର କର୍ମଚାରୀ ଅଛନ୍ତି।

DeepMind ଓ Google Cloudକୁ ମିଳିଲା ଛାଡ଼ ତେବେ ଗୁଗଲ୍‌ର ସମସ୍ତ ବିଭାଗ ପାଇଁ ଏହି ଅଫର୍ ଲାଗୁ ହୋଇନାହିଁ।

କମ୍ପାନୀର AI ରିସର୍ଚ୍ଚ ୟୁନିଟ୍ DeepMind ଓ Google Cloud ଏହି କାର୍ଯ୍ୟକ୍ରମରୁ ବାଦ୍ ପଡ଼ିଥିବା ଜଣାପଡ଼ିଛି।

କାରଣ ଏହି ଦୁଇ ବିଭାଗରେ ଆଗକୁ ଅଧିକ ନିଯୁକ୍ତିର ଆବଶ୍ୟକତା ରହିଛି।

ଅର୍ଥାତ୍ କିଛି ବିଭାଗରେ କର୍ମଚାରୀ ସଂଖ୍ୟା କମାଇବା ସହ ଗୁରୁତ୍ୱପୂର୍ଣ୍ଣ AI ଓ Cloud କ୍ଷେତ୍ରରେ ନିବେଶ ଜାରି ରଖିବ ଗୁଗଲ୍।

ମାଇକ୍ରୋସଫ୍ଟ ବି ଦେଉଛି ଚାକିରି ଛାଡ଼ିବା ଅଫର୍ କେବଳ ଗୁଗଲ୍ ନୁହେଁ, ମାଇକ୍ରୋସଫ୍ଟ ମଧ୍ୟ କର୍ମଚାରୀଙ୍କ ପାଇଁ ସମାନ ଯୋଜନା ଆଣିଛି।

ପ୍ରାୟ ୬୦ ହଜାର କର୍ମଚାରୀଙ୍କୁ ଏହି ସ୍ୱେଚ୍ଛାକୃତ ବାଏଆଉଟ୍ ଅଫର୍ ଦିଆଯାଇପାରେ।

ଆମେରିକା, କାନାଡା, ଭାରତ ଓ ବ୍ରିଟେନ୍‌ର ଯୋଗ୍ୟ କର୍ମଚାରୀ ଏଥିରେ ସାମିଲ ହୋଇପାରିବେ।

AI ପାଇଁ ବିପୁଳ ନିବେଶ କରୁଥିବା ଏହି ଟେକ୍ କମ୍ପାନୀଗୁଡ଼ିକ ଏବେ କର୍ମଚାରୀ ସଂଖ୍ୟା ଓ ଖର୍ଚ୍ଚର ପୁନର୍ଗଠନ କରୁଛନ୍ତି।

ତେବେ ଆଗକୁ AIର ବିକାଶ ଟେକ୍ ଦୁନିଆରେ ଆହୁରି ବଡ଼ ପରିବର୍ତ୍ତନ ଆଣିବାର ସମ୍ଭାବନା ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।