Dhenkanal: କଂସରଗୋଡ଼ାରେ ମଦ, ବାରୁଆଁରେ ପାଉଡର ଆତଙ୍କ

Oct 03, 2026 - 12:10
Dhenkanal: କଂସରଗୋଡ଼ାରେ ମଦ, ବାରୁଆଁରେ ପାଉଡର ଆତଙ୍କ

"ଭୁବନ: ମଦ ବିକ୍ରି ଓ ଧଳାଜହର କାରବାରକୁ ବିରୋଧ କରିବାରୁ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାରୁଆଁ (ବି) ଗ୍ରାମରେ ଘଟିଥିବା ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।

ଆକ୍ରମଣରେ ଜଣେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସ୍ୱାମୀ ଆହତ ହୋଇଥିବାବେଳେ ନ୍ୟାୟ ଦାବିରେ ଗ୍ରାମବାସୀ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଗ୍ରାମର ୧୫ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଗତ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ଧରି ଗ୍ରାମରେ ମଦ ବିକ୍ରିକୁ ବିରୋଧ କରିବା ସହ ଲୋକଙ୍କୁ ସଚେତନ କରିଆସୁଥିଲେ।

ଗ୍ରାମରେ ଥିବା ଏକ ସରକାରୀ ଭଡ଼ା ଦୋକାନ ଘରେ ଜଣେ ବ୍ୟକ୍ତି ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି।Advertisment ଏହି ମଦ ବିକ୍ରିକୁ ବିରୋଧ କରିବା ଓ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମକୁ କେନ୍ଦ୍ର କରି ଗତ ରାତିରେ ଜଣେ ମହିଳାଙ୍କ ସ୍ୱାମୀଙ୍କୁ ମଦ ବ୍ୟବସାୟୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଆହତ ବ୍ୟକ୍ତିଙ୍କୁ ମହିଳାମାନେ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ।

ପୂର୍ବରୁ ଏ ସମ୍ପର୍କରେ ପୋଲିସକୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ମହିଳାମାନେ ଅଭିଯୋଗ କରିଛନ୍ତି।

ଏହି କାରଣରୁ ଅଭିଯୁକ୍ତମାନେ ଏଭଳି ଆକ୍ରମଣ କରିବାକୁ ସାହସ କରୁଥିବା ସେମାନେ କହିଛନ୍ତି।

ଆହୁରି ପଢନ୍ତୁ: Asian Games: ଇତିହାସ ରଚିଲେ ପ୍ରଣବୀ: ସ୍ବର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ମହିଳା ଗଲ୍‌ଫର ଅନ୍ୟପକ୍ଷରେ, ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' ଖଣ୍ଡୁରାଇଙ୍କ ପୀଠ ନିକଟରେ କିଛି ଯୁବକ ଧଳାଜହର କାରବାର କରୁଥିବା ଦେଖି ଗ୍ରାମବାସୀ ବିରୋଧ କରିଥିଲେ।

ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିବା ଅଭିଯୋଗ ରହିଛି।

ଏ ସମ୍ପର୍କରେ ମଧ୍ୟ ଗ୍ରାମବାସୀ ଭୁବନ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି।

ପାର୍ବଣ ଋତୁ ଆରମ୍ଭରୁ ଭୁବନ ଅଞ୍ଚଳରେ ନିଶା କାରବାରକୁ ନେଇ ଅଭିଯୋଗ ବଢ଼ୁଥିବାରୁ ବେଆଇନ ମଦ ଓ ନିଶାଦ୍ରବ୍ୟ କାରବାର ରୋକିବା ସହ ଆକ୍ରମଣ ଘଟଣାରେ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଏବେ ପୋଲିସ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଜୋର ଧରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।